Hindi News >>Home >>Odisha National-International

ୟୁରୋପରେ ବ୍ୟାପୁଛି ଏହି ରୋଗ ! ପର୍ଣ୍ଣ ଆକ୍ଟର୍ସଙ୍କ କାମ ବନ୍ଦ, ଜାଣନ୍ତୁ ଘାରୁଛି କେଉଁ ଭୟ

Syphilis: ୟୁରୋପରେ ପର୍ଣ୍ଣ ଆକ୍ଟର୍ସଙ୍କୁ ଘାରୁଛି ସିଫିଲିସ୍ ଭୟ । ଅନେକ ଅଭିନେତା , ଅଭିନେତ୍ରୀ ସିଫିଲିସ୍ ରୋଗ ସଂକ୍ରମିତ ଚିହ୍ନଟ ହେବା ପରେ କାମ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଯାହା ଆଗାମୀ ସମୟରେ ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି । କାରଣ ଏଡସ୍ ପରି ଏହା ଶାରୀରିକ ସମ୍ପର୍କ ଓ ଇଞ୍ଜେକସନ ମାଧ୍ୟମରେ ବ୍ୟାପୁଛି । 

Advertisement
ୟୁରୋପରେ ବ୍ୟାପୁଛି ଏହି ରୋଗ ! ପର୍ଣ୍ଣ ଆକ୍ଟର୍ସଙ୍କ କାମ ବନ୍ଦ, ଜାଣନ୍ତୁ ଘାରୁଛି କେଉଁ ଭୟ
Stop
PRAKASH RANJAN PARIDA|Updated: Sep 29, 2022, 08:11 PM IST

Syphilis: ୟୁରୋପ ମହାଦେଶରେ ମାଡ଼ି ଚାଲିଛି ଘାତକ ରୋଗ ସିଫିଲିସ୍ । ଯେଉଁ ରୋଗ  କାରଣରୁ ଏବେ ଅନେକ ଅଭିନେତା, ଅଭିନେତ୍ରୀଙ୍କ କାମ ଠପ୍ ହୋଇଛି । ୟୁରୋପରେ ବହୁ ପର୍ଣ୍ଣ ଆକ୍ଟର୍ସ ଏହି ସାଙ୍ଘାତିକ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ପାସ୍ (PASS)। ଏହି ସଂସ୍ଥା ଯୁକ୍ତରାଷ୍ଟ୍ରରେ ଆଡଲ୍ଟ କଳାକାରଙ୍କ ସେକ୍ସଚୁଆଲ ହେଲ୍ଥ  ଡାଟାବେସ୍ ପ୍ରଦାନ କରିଥାଏ । 

ୟୁରୋପରେ ସିଫିଲିସ୍ ରୋଗ ବ୍ୟାପିବା କାରଣରୁ ଅଧିକାଂଶ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଧିଷ୍ଟ ଫିଲ୍ମ ନିର୍ମାଣ ବନ୍ଦ କରିଦେଇଛନ୍ତି । ଏହାସହିତ ବହୁ ଆଡଲ୍ଟ ଆକ୍ଟର୍ସ ମଧ୍ୟ କାମ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅନେକ ୟୁରୋପୀୟ ରାଷ୍ଟ୍ରରେ ସରକାର ମଧ୍ୟ ସିଫିଲିସକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି ।

ସିଫିଲିସ୍ ରୋଗକୁ ଏଡସ୍ ରୋଗ ସହିତ ତୁଳନା କରାଯାଉଛି । କାରଣ ଏହି ରୋଗ ଶାରୀରିକ ସମ୍ପର୍କ ମାଧ୍ୟମରେ ସଂକ୍ରମିତ ହେଉଛି । ଅନେକ ଅଭିନେତା , ଅଭିନେତ୍ରୀ ସିଫିଲିସ୍ ରୋଗ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ କାମ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ବୟସ୍କ କଳାକାରଙ୍କ ସେକ୍ସଚୁଆଲ ସ୍ୱାସ୍ଥ୍ୟର ଡାଟାବେସ୍ ପ୍ରଦାନ କରୁଥିବା ସଂଗଠନ ପାସ୍ ଆଡଲ୍ଟ ଆକ୍ଟର୍ସଙ୍କୁ ସତର୍କ କରାଇଦେଇଛି । ଅନେକ ଆକ୍ଟର୍ସ ଏବେ ସିଫିଲିସ୍ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି ପାସ୍ (PASS)  । ଯାହା ଆଗାମୀ ସମୟରେ ବଡ଼ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି । 

ସିଫିଲିସ୍ କଣ?

ସିଫିଲିସ୍ ହେଉଛି ଏକ ଜୀବାଣୁ ସଂକ୍ରମଣ ଯାହା ଶାରୀରିକ ସମ୍ପର୍କ ମାଧ୍ୟମରେ ବିସ୍ତାର ହୁଏ । ଜୀବାଣୁର ନାମ ହେଉଛି ଟ୍ରେପୋନେମା ପୋଲିଡମ୍ । ପ୍ରାରମ୍ଭିକ ସମୟରେ ସଂକ୍ରମିତଙ୍କ ଶରୀରରେ କେବଳ କୁଣ୍ଡାଇ ହେବା ପରି ଲକ୍ଷଣ ପ୍ରକାଶ ପାଇଥାଏ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ମଧ୍ୟ ନେଇପାରେ । ଏହା ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଯଦି ଜଣେ ଗର୍ଭବତୀ ମହିଳା ଏହି ରୋଗରେ ସଂକ୍ରମିତ ହୁଅନ୍ତି, ତେବେ ଶିଶୁଟି ଗର୍ଭରେ ଜୀବିତ ରହିବା ଅସମ୍ଭବ ହୋଇଯାଏ । ଏହାସହିତ ଏହି ରୋଗ ସଂକ୍ରମିତ ଇଞ୍ଜେକ୍ସନରୁ ମଧ୍ୟ ବ୍ୟାପିଥାଏ । 

ଆଡଲ୍ଟ ଆକ୍ଟର ଲିଆନ୍ ୟଙ୍ଗଙ୍କ ସୂଚନା ଅନୁସାରେ ପ୍ରଫେସନାଲ୍ ପର୍ଣ୍ଣ ଅଭିନେତାମାନେ ଗତ କିଛି ଦିନ ହେବ କାମ ବନ୍ଦ କରିଦେଇଛନ୍ତି । କାରଣ ସେମାନେ ସିଫିଲିସ୍ ରୋଗରେ ସଂକ୍ରମିତ ଜାଣିବା ପରେ ଚିନ୍ତିତ ହୋଇପଡ଼ିଥିଲେ । ବୟସ୍କ ଅଭିନେତାମାନେ ଏବେ ସିଫିଲିସ୍ ରୋଗ ସଂକ୍ରମିତ ହୋଇ ଜଟିଳ ସ୍ଥିତିକୁ ସାମ୍ନା କରୁଛନ୍ତି । ସେମାନଙ୍କ ବହୁତ ଯନ୍ତ୍ରଣା ଭୋଗୁଛନ୍ତି | ୟୁରୋପରେ ଏହି ରୋଗ ବ୍ୟାପୁଥିବାବେଳେ ଆନେକ ଦେଶରେ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି । ସିଫିଲିସ୍ କାରଣରୁ ଏବେ ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ଉଭୟ ନିର୍ମାତା ଏବଂ ଅଭିନେତାଙ୍କ ସମସ୍ୟା ବୃଦ୍ଧି ପାଇଛି । 

କୌଣସି ବ୍ୟକ୍ତି ସିଫିଲିସ୍ ସଂକ୍ରମିତ ଚିହ୍ନଟ ହେବାପରେ, ଯଥାଶୀଘ୍ର ଜେନିଟୋୟୁରିନରୀ ମେଡିସିନ୍ କ୍ଲିନିକ୍ (genitourinary medicine clinic), ଯୌନ ସ୍ୱାସ୍ଥ୍ୟ କ୍ଲିନିକ୍ କିମ୍ବା ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ । ଲକ୍ଷଣ ପ୍ରକାଶ ପାଇବା ପରେ ଶୀଘ୍ର ଚିକିତ୍ସା କରାନଗଲେ, ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଦେଇଥାଏ । 

ପ୍ରାରମ୍ଭିକ ସମୟରେ ଚିକିତ୍ସା ଦ୍ୱାରା ସିଫିଲିସ୍ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଆମେରିକା ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ରୋଗ ଜଟିଳ ସ୍ଥିତିରେ ପହଞ୍ଚିବା ପରେ ସଂକ୍ରମିତ ଷ୍ଟ୍ରୋକ୍ (stroke), ପକ୍ଷାଘାତ (paralysis), ଅନ୍ଧତ୍ୱ  (blindness)ର ଶିକାର ହୋଇପାରନ୍ତି । ତେଣୁ ସେକ୍ସ ଲାଇଫକୁ ନେଇ ସଚେତନ ରହିବା ପାଇଁ ପାସ୍ (PASS) ପରାମର୍ଶ ଦେଇଛି । 

Read More
{}{}