Hindi News >>Home >>Odisha National-International

Population: ଯୁବ ନାଁ ବୃଦ୍ଧ, ଭାରତରେ କେଉଁ ବର୍ଗରେ ବଢୁଛି ଜନସଂଖ୍ୟା? ଜାଣନ୍ତୁ

Population of India: ଭାରତର ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କ ସଂଖ୍ୟା ୨୫ ବର୍ଷରୁ କମ୍। ଯୁବ ଜନସଂଖ୍ୟା ମାମଲାରେ ଭାରତ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ପରି ଅନ୍ୟ ଜନବହୁଳ ଏବଂ ଆୟତନ ଦୃଷ୍ଟିକୋଣରୁ ପୃଥକ ଅବସ୍ଥାରେ ରହିଛି।

Advertisement
Population: ଯୁବ ନାଁ ବୃଦ୍ଧ, ଭାରତରେ କେଉଁ ବର୍ଗରେ ବଢୁଛି ଜନସଂଖ୍ୟା? ଜାଣନ୍ତୁ
Stop
Zee Odisha Desk|Updated: Apr 23, 2023, 07:08 PM IST

Indian Population: ଜନସଂଖ୍ୟା ମାମଲାରେ ବିଶ୍ୱର ସର୍ବବୃହତ୍ତ ଜନବହୁଳ ଦେଶ କୁହାଯାଉଥିବା ଚୀନ୍କୁ ପଛରେ ପକାଇଦେଇଛି ଭାରତ। ଚୀନ୍କୁ ଅତିକ୍ରମ କରି ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି। ଏବେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ତାଲିକାରେ ସର୍ବାଗ୍ରେ ରହିଛି ଭାରତ। ହେଲେ ଭାରତର ଜନସଂଖ୍ୟା ବୃଦ୍ଧି ରିପୋର୍ଟ ଚୀନ୍ ଦ୍ୱାରା ଅଣଦେଖା କରାଯାଇଛି। ଏନେଇ ଚୀନ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପାଖରେ ୯୦ କୋଟିରୁ ଅଧିକ ଲୋକ ଅଛନ୍ତି। ଯେଉଁମାନଙ୍କ ପାଖରେ ଗୁଣାତ୍ମକ ମାନବ ସମ୍ବଳ ରହିଛି। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର ସର୍ବଶେଷ ଆକଳନ ଅନୁଯାୟୀ ୧୪୨.୮୬ କୋଟି ଲୋକସଂଖ୍ୟା ସହିତ ଭାରତ ଜନସଂଖ୍ୟା ମାମଲାରେ ଚୀନ୍କୁ ଅତିକ୍ରମ କରି ବିଶ୍ୱର ସର୍ବବୃହତ୍ତ ଜନବହୁଳ ଦେଶ ହୋଇପାରିଛି।

ଭାରତର ଜନସଂଖ୍ୟାର ୪୦ ପ୍ରତିଶତ ଲୋକଙ୍କ ସଂଖ୍ୟା ୨୫ ବର୍ଷରୁ କମ୍। ଯୁବ ଜନସଂଖ୍ୟା ମାମଲାରେ ଭାରତ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ପରି ଅନ୍ୟ ଜନବହୁଳ ଏବଂ ଆୟତନ ଦୃଷ୍ଟିକୋଣରୁ ପୃଥକ ଅବସ୍ଥାରେ ରହିଛି। ଏହି ଦୁଇ ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବାର୍ଦ୍ଧକ୍ୟ ଅବସ୍ଥା ଆଡକୁ ଗତି କରୁଛି। ଚୀନ ଭଳି ଦେଶର ଜନସଂଖ୍ୟା ବର୍ତ୍ତମାନ ୧୪୨.୫୭ କୋଟି ରହିବା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ତ ଜନବହୁଳ ଦେଶ ତାଲିକାରେ ସାମିଲ ହୋଇଛି।

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ। ଏହି ରିପୋର୍ଟ ଉପରେ ଜବାବ ରଖି ଏକ ସାମ୍ବାଦିକ ସମ୍ମିଳନୀରେ ଚୀନୀ ମୁଖପାତ୍ର ଜଣଙ୍କ  କହିଛନ୍ତି ଯେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଜନସଂଖ୍ୟାର ଲାଭାଂଶ ପରିମାଣ ସଂଖ୍ୟା ଉପରେ ନୁହେଁ ବରଂ ଗୁଣବତ୍ତା ଉପରେ ନିର୍ଭର କରିଥାଏ। ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଚୀନ୍ ପାଇଁ ଉଭୟ ଜନସଂଖ୍ୟାଏବଂ ପ୍ରତିଭା ବେଶ ଗୁରୁତ୍ୱପୂର୍ଣ୍ଣ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ବର୍ତ୍ତମାନ ସମୟରେ ଚୀନ ଜନସଂଖ୍ୟା ୧୪୦ କୋଟିରୁ ଅଧିକ। କୌଣସି କାର୍ଯ୍ୟ କରିବାକୁ ସକ୍ଷମ ରହିଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୯୦ କୋଟିରୁ ଅଧିକ। ଏହି ବର୍ଗର ଜନସଂଖ୍ୟା ହାରାହାରି ଭାବରେ ୧୦.୫ ବର୍ଷ ଧରି ଅଧ୍ୟୟନ କରିଥାଏ। ଜନସଂଖ୍ୟା ମାମଲାରେ ଚୀନ ପ୍ରଧାନମନ୍ତ୍ରୀ ଲି କିଙ୍ଗ କହିଥିବା କଥାକୁ ଦୋହରାଇଛନ୍ତି। ନିକଟରେ ଚୀନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ଜନସଂଖ୍ୟା ଲାଭାଂଶ କମ ହୋଇନାହିଁ। ଆମ ପାଖରେ ପ୍ରତିଭାର ଲାଭାଂଶ ବୃଦ୍ଧି ପାଇଛି। 

ୟୁଏନଏଫପିଏ ରିପୋର୍ଟ (UNFPA Report) ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାରେ ୨୫ ପ୍ରତିଶକ ଲୋକ ୦-୧୪ ବର୍ଷ ବୟସ ବର୍ଗରେ ଆସୁଛନ୍ତି। ଅନ୍ୟପଟେ ଜନସଂଖ୍ୟାର ୧୮ ପ୍ରତିଶତ ୧୦-୧୯ ବର୍ଷ ବୟସ ବର୍ଗରେ, ୧୦-୨୪ ବର୍ଷ ବୟସ ବର୍ଗରେ ୨୬ ପ୍ରତିଶତ, ୧୫-୬୪ ବର୍ଷ ବୟସ ବର୍ଗରେ ୬୮ ପ୍ରତିଶତ ଏବଂ ଜନସଂଖ୍ୟାର ୭ ପ୍ରତିଶତ ୬୪ ବର୍ଷରୁ ଅଧିକ ବୟସ ବର୍ଗରେ ଆସୁଛନ୍ତି। 

Read More
{}{}