Hindi News >>Home >>Odisha National-International

POKକୁ ନେଇ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ଆପେଆପେ ଭାରତରେ ମିଶିଯିବ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିକେ ସିଂହ (ଅବସର) ପିଓକେକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି ପାକ ଅଧିକୃତ କାଶ୍ମୀର (POK) ଆପେ ଆପେ ଭାରତରେ ସାମିଲ ହୋଇଯିବ। ଏଥିପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ। ବାସ୍ତବରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମ ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲ

Advertisement
POKକୁ ନେଇ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ଆପେଆପେ ଭାରତରେ ମିଶିଯିବ
Stop
Zee Odisha Desk|Updated: Sep 12, 2023, 10:37 AM IST

POK Merge: ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭିକେ ସିଂହ (ଅବସର) ପିଓକେକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି ପାକ ଅଧିକୃତ କାଶ୍ମୀର (POK) ଆପେ ଆପେ ଭାରତରେ ସାମିଲ ହୋଇଯିବ। ଏଥିପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ। ବାସ୍ତବରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମ ସମୟରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ପିଓକେର ଲୋକମାନେ ଭାରତ ସହିତ ମିଶିବା ପାଇଁ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ’ଣ? ଏହି ପ୍ରଶ୍ନର ଉତ୍ତରରେ ସେ ଭାରତ ସହିତ ପିଓକେ ମିଶ୍ରଣ ବିଷୟରେ କହିଥିଲେ।

ଜେନେରାଲ ଭି.କେ ସିଂ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରା ସଂପର୍କରେ ରାଜସ୍ଥାନରେ ପହଞ୍ଚିଛନ୍ତି। ରାଜସ୍ଥାନର ଦୌସା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କୁ ପଚରାଯାଇଥିଲା କି ପିଓକେର ଶିଆ ମୁସଲମାନମାନେ ଭାରତ ସହ ସୀମା ଖୋଲିବାକୁ କହୁଛନ୍ତି କି? ଆପଣ ଏହା ଉପରେ କ’ଣ କହିବାକୁ ଚାହାଁନ୍ତି? ଏହି ପ୍ରଶ୍ନରେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି, 'POK ଆପଣାଛାଏଁ ଭାରତରେ ମିଶିଯିବ। ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ। ଏଠାରେ କହି ରଖୁ କି ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।

Read More
{}{}