Hindi News >>Home >>Odisha National-International

PM Kisan Yojana: କିସ୍ତି ଆସିବା ପୂର୍ବରୁ ବଦଳିଲା ନିୟମ; ଜାଣନ୍ତୁ କେଉଁ ଚାଷୀଙ୍କୁ ମିଳିବ ନାହିଁ ଟଙ୍କା?

PM Kisan Samman Nidhi: ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧିର ୧୩ ତମ କିସ୍ତି ଆସିବା ପୂର୍ବରୁ ଜାରି ହୋଇଛି ଏକ ନୂତନ ଆଦେଶ। ଏହି ଆଦେଶ କାର୍ଯ୍ୟକାରୀ ହେବା ଦ୍ୱାରା ଦେଶର କୋଟି କୋଟି ଚାଷୀ ପ୍ରଭାବିତ ହୋଇପାରନ୍ତି। 

Advertisement
PM Kisan Yojana: କିସ୍ତି ଆସିବା ପୂର୍ବରୁ ବଦଳିଲା ନିୟମ; ଜାଣନ୍ତୁ କେଉଁ ଚାଷୀଙ୍କୁ ମିଳିବ ନାହିଁ ଟଙ୍କା?
Stop
Zee Odisha Desk|Updated: Jan 14, 2023, 05:16 PM IST

Union Agriculture Minister Narendra Singh Tomar: ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧିର ୧୩ ତମ କିସ୍ତି ଆସିବାରେ ଆହୁରି ବିଳମ୍ବ ହୋଇପାରେ। ଏନେଇ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ନୂତନ ଆଦେଶ। ଏହି ଆଦେଶ କାର୍ଯ୍ୟକାରୀ ହେବା ଦ୍ୱାରା ଦେଶର କୋଟି କୋଟି ଚାଷୀ ପ୍ରଭାବିତ ହୋଇପାରନ୍ତି। କେବଳ ଉତ୍ତର ପ୍ରଦେଶରେ ୫୦ ଲକ୍ଷରୁ ଅଧିକ ଚାଷୀ ୧୩ ତମ କିସ୍ତି ପାଇବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶା କରାଯାଉଛି।

ପୂର୍ବରୁ କେନ୍ଦ୍ର ସରକାରଙ୍କ (Govt of India) ପକ୍ଷରୁ କୁହାଯାଇ ସାରିଛି ଯେ କେବଳ ସେହି କୃଷକ ଯେଉଁମାନେ ଇ-କେଇସି (E-KYC), ଜମି ରେକର୍ଡ (Bhulekh) ଏବଂ ଆଧାର ସିଡିଂ (Aadhar Seeding) କରିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (Pradhan Mantri Kisan Samman Nidhi) ଲାଭ ମିଳିପାରିବ। ବିଗତ ଦିନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Union Agriculture Minister Narendra Singh Tomar) ମଧ୍ୟ ସଂସଦକୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। 

ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେଶ ଚତୁର୍ବେଦୀ ରାଜ୍ୟର ସମସ୍ତ ଜିଲ୍ଲାପାଳ, ମୁଖ୍ୟ ବିକାଶ ଅଧିକାରୀ ଏବଂ କୃଷି ବିଭାଗ ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଜରିଆରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ୩୧ ଜାନୁୟାରୀ ସୁଦ୍ଧା ସମସ୍ତ ଚାଷୀଙ୍କୁ ଇ-କେଇସି, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସିଡିଂ ଏବଂ ଭୁଲେଖ ଯାଞ୍ଚ କରିବାକୁ ହେବ। ଅତିରିକ୍ତ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ୨.୧୩ କୋଟି ଜମି ରେକର୍ଡ ମାର୍କିଂ, ୧.୪୮ କୋଟି ଚାଷୀଙ୍କ ଇ-କେୱାସି, ୬୫ ଲକ୍ଷ ଜମି ରେକର୍ଡ ଯାଞ୍ଚ ଏବଂ ୧.୬୪ ଲକ୍ଷ ଚାଷୀଙ୍କ ଆଧାର ସିଡଂ ଶେଷ ହୋଇଛି। ଏଭଳି ପରିସ୍ଥିତିରେ ୧୬ ଜାନୁଆରୀରୁ ଉପରୋକ୍ତ ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଯାହାର ଯେଉଁ କାର୍ଯ୍ୟ ବାକି ରହିବ ସେ ସମ୍ପର୍କରେ ଜଣାଇ ଦିଆଯିବ।

ଏହା ବ୍ୟତୀତ ପଞ୍ଚାୟତରାଜ ବିଭାଗ ସହାୟତାରେ ଗ୍ରାମ ପଞ୍ଚାୟତର ଖୋଲା ବୈଠକ ଆୟୋଜିତ ହେବ। ଏହି ବୈଠକରେ କୃଷକଙ୍କୁ ଇ-କେୱାସି, ଆଧାର ସିଡିଂ ଏବଂ ଭୁଲେଖ ଯାଞ୍ଚ କରିବା ପାଇଁ ଉତ୍ସାହିତ କରାଯିବେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାରେ ହିତାଧିକାରୀଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହି ଟଙ୍କା ପ୍ରତି ୪ ମାସରେ ୨୦୦୦- ୨୦୦୦ ଟଙ୍କା ଲେଖାଁଏ ତିନୋଟି କିସ୍ତିରେ ଉପଲବ୍ଧ ହେଉଛି।

Read More
{}{}