Hindi News >>Home >>Odisha National-International

PM Kisan: ନବରାତ୍ରିରେ ଆସିବ ପିଏମ କିସାନର ଦ୍ୱାଦଶ କିସ୍ତି! ଜାଣନ୍ତୁ କିପରି ଚେକ୍ କରିବେ ଷ୍ଟାଟସ୍?

PM Kisan 12th Installment : ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ଏହି ମାସରେ ଯେକୌଣସି ସମୟରେ ସରକାର ଦ୍ୱାଦଶ କିସ୍ତିର ୨ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରନ୍ତି । ଏଥିରେ ଏହା ମଧ୍ୟ କୁହାଯାଉଛି ଯେ ନବରାତ୍ରିର ପ୍ରଥମ ଦିନରେ କୃଷକମାନଙ୍କୁ ଦ୍ୱାଦଶ କିସ୍ତି ମିଳିପାରେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Sep 25, 2022, 03:52 PM IST

PM Kisan 12th Installment: ପିଏମ କିସାନ ଯୋଜନା ସହିତ ଜଡିତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଅପଡେଟ ଅଛି । ସରକାର ପିଏମ କିସାନ ଯୋଜନାର (Pm kisan yojana) ଦ୍ୱାଦଶ କିସ୍ତି ଚଳିତ ମାସରେ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରନ୍ତି । ଏହି ଯୋଜନାର ହିତାଧିକାରୀ କୃଷକମାନଙ୍କୁ (Farmers) ଏପର୍ଯ୍ୟନ୍ତ ୧୧ ଟି କିସ୍ତି ଦିଆଯାଇ ସାରିଛି । ବର୍ତ୍ତମାନ କୃଷକମାନେ ଉତ୍ସାହର ସହିତ ଦ୍ୱାଦଶ କିସ୍ତି ଆସିବାକୁ ଅପେକ୍ଷା କରିଛନ୍ତି । ଗଣମାଧ୍ୟମରେ ଚାଲିଥିବା ଖବର ଅନୁଯାୟୀ, ନବରାତ୍ରୀ (Navaratri) ସମୟରେ ସରକାର କୃଷକଙ୍କ ଆକାଉଣ୍ଟରେ ଦ୍ୱାଦଶ କିସ୍ତିର ଟଙ୍କା ଟ୍ରାନ୍ସଫର କରିପାରନ୍ତି ।

ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ଏହି ମାସରେ ଯେକୌଣସି ସମୟରେ ସରକାର ଦ୍ୱାଦଶ କିସ୍ତିର ୨ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରନ୍ତି । ଏଥିରେ ଏହା ମଧ୍ୟ କୁହାଯାଉଛି ଯେ ନବରାତ୍ରିର ପ୍ରଥମ ଦିନରେ କୃଷକମାନଙ୍କୁ ଦ୍ୱାଦଶ କିସ୍ତି ମିଳିପାରେ । ନବରାତ୍ରୀ ୨୬ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ତେବେ ଏ ସମ୍ପର୍କରେ ସରକାରୀ ସୂଚନା ଦିଆଯାଇ ନାହିଁ । ତେବେ କିସ୍ତି ରିଲିଜ୍ ପରେ ଅନେକ ଥର ଚାଷୀମାନେ ଏହାର ଷ୍ଟାଟସ୍ ଯାଞ୍ଚ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମେ ଏଠାରେ ଆପଣଙ୍କୁ କିଛି ଅତି ସହଜ ପଦକ୍ଷେପ ଜଣାଇବୁ ଯାହା ମାଧ୍ୟମରେ ଆପଣଙ୍କର କିସ୍ତିର ଷ୍ଟାଟସ୍ ଯାଞ୍ଚ କରିପାରିବେ ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?
ମୋଦି ସରକାର ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।

ଏହା ବି ପଢ଼ନ୍ତୁ: Mann Ki Baat: ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା- ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ଼ ବିମାନ ବନ୍ଦର

Read More
{}{}