PHOTOS

Ram Mandir: ତମ୍ବୁରୁ ଭବ୍ୟ ରାମ ମନ୍ଦିରକୁ କିପରି ପହଞ୍ଚିଲେ ରାମଲାଲା? ଜାଣନ୍ତୁ ଅଯୋଧ୍ୟା ବିବାଦର ପୂରା କାହାଣୀ

Ram Mandir: ପାଞ୍ଚ ଶତାବ୍ଦୀ ଧରି ଚାଲିଥିବା ଅଯୋଧ୍ୟା ବିବାଦ ଶେଷରେ ୨୨ ଜାନୁଆରୀ ଅର୍ଥାତ୍ ଆଜି ଶେଷ ହେଉଛି। କେବଳ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ଖୋଲିଯିବ।

 

Advertisement
1/15

Ayodhya Ram mandir: ଦେଶରି ବିଦେଶ ପର୍ଯ୍ଯନ୍ତ ସୋମବାର ଦିନ ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ମହାନ ଉତ୍ସବ ପାଇଁ ପ୍ରସ୍ତୁତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ପ୍ରତୀକ୍ଷିତ ଏହି ସମାରୋହର ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବେ। ଏହି ମନ୍ଦିର ମଙ୍ଗଳବାର ଦିନ ପାଖରୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ।

2/15

ଅଯୋଧ୍ୟା ବିବାଦ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ମୋଗଲ ସମ୍ରାଟ ବାବର ମନ୍ଦିର ଭାଙ୍ଗି ଏଠାରେ ଏକ ମସଜିଦ ନିର୍ମାଣ କରିଥିଲେ। ଦେଶର ସ୍ୱାଧୀନତା ପାଇବା ପରେ ଏହି ପ୍ରସଙ୍ଗ ଆହୁରି ତୀବ୍ର ହୋଇଥିଲା। ଏଭଳି ପରିସ୍ଥିତିରେ ରାମଲାଲା ଏକ ତମ୍ବୁରୁ ଭବ୍ୟ ମନ୍ଦିରରେ କିପରି ପହଞ୍ଚିଲେ, ଆସନ୍ତୁ ଆପଣଙ୍କୁ ସଂକ୍ଷପରେ ଜଣାଉଛୁ।

 

3/15

୧୫୨୮-୨୯: ବାବ୍ରି ମସଜିଦ ଅଯୋଧ୍ୟାରେ ନିର୍ମିତ ହୋଇଥିଲା। ଏହାକୁ ନେଇ କୁହାଯାଇଛି ଯେ ମସଜିଦ ନିର୍ମାଣ ସେଠାରେ କରାଯାଇଥିଲା, ଯେଉଁଠାରେ ପ୍ରଭୁ ରାମଙ୍କ ଜନ୍ମ ସ୍ଥାନ ଥିଲା। ୧୫୨୬ ମସିହାରେ ଭାରତ ଆସିଥିବା ବାବର ନିଜ ସେନାପତି ମିର ବାକିଙ୍କୁ ଏଠାରେ ଏକ ମସଜିଦ ନିର୍ମାଣ କରିବାକୁ ଆଦେଶ ଦେଇଥିଲେ। ଏହି ମସଜିଦକୁ ବାବ୍ରି ମସଜିଦ କୁହାଗଲା।

 

4/15

୧୮୫୯: ବ୍ରିଟିଶମାନେ ୧୮୫୭ ର ବିଦ୍ରୋହ ପରେ ୧୮୫୯ ରେ ଏହି କମ୍ପ୍ଲେକ୍ସକୁ ଭାଗ କରିଥିଲେ। ଏଥିପାଇଁ ମସଜିଦ ସମ୍ମୁଖରେ ଏକ ପାଚେରୀ ନିର୍ମାଣ କରାଯାଇଥିଲା। ମୁସଲମାନମାନଙ୍କୁ ଭିତର ଭାଗରେ ନମାଜ ପଢ଼ିବାକୁ ଅନୁମତି ଦିଆଯାଇଥିବାବେଳେ, ହିନ୍ଦୁମାନେ ପାଚେରୀ ବାହାରେ ପ୍ରାର୍ଥନା କରୁଥିଲେ।

 

5/15

୧୮୮୫: ସମୟ ଗଡିବା ସହିତ ଅଯୋଧ୍ୟାରେ ଧୀରେ ଧୀରେ ଉତ୍ତେଜନା ବଢ଼ିବାକୁ ଲାଗିଲା ଏବଂ ପରେ ୧୮୮୫ ମସିହାରେ ଏହି ମାମଲା ପ୍ରଥମ ଥର ପାଇଁ କୋର୍ଟରେ ପହଞ୍ଚିଲା। ହିନ୍ଦୁ ସାଧୁ ମହନ୍ତ ରଘୁବର ଦାସ ଫୌଜାବାଦ କୋର୍ଟକୁ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ମାଗିଥିଲେ। ତେବେ ଏଥିପାଇଁ ତାଙ୍କୁ ଅନୁମତି ମିଳି ନଥିଲା।

 

6/15

୧୯୪୯: ଏହି ସମଗ୍ର ବିବାଦରେ ଏହି ବର୍ଷ ମହତ୍ୱପୂର୍ଣ୍ଣ ଅଟେ, କାରଣ ବାବ୍ରି ମସଜିଦ୍ ଭିତରେ ରାମଲାଲାଙ୍କ ପ୍ରତିମା ମିଳିଥିଲା। ହିନ୍ଦୁମାନେ ନିଜେ ଏହି ପ୍ରତିମା ରଖିଛନ୍ତି ବୋଲି ଦାବି କରାଯାଇଥିଲା। ଏହାକୁ ନେଇ ମୁସଲମାନମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଥିଲା, ଏହା ପରେ ସରକାର ମସଜିଦକୁ ବିବାଦୀୟ ଘୋଷଣା କରି ଏହାକୁ ବନ୍ଦ କରି ଦେଇଥିଲେ।

 

7/15

୧୯୮୪: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନ ପାଇଁ ଏହି ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହି ବର୍ଷରେ ରାମ ଜନ୍ମଭୂମି ମୁକ୍ତି ସମିତି ଗଠନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ନେତୃତ୍ୱରେ ଗଠିତ କମିଟି ରାମ ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିଥିଲା।

 

8/15

୧୯୯୦: ତତ୍କାଳୀନ ବିଜେପି ସଭାପତି ଲାଲ କୃଷ୍ଣ ଆଡଭାନୀ ଗୁଜୁରାଟର ସୋମନାଥରୁ ଉତ୍ତରପ୍ରଦେଶର ଅଯୋଧ୍ୟା ପର୍ଯ୍ୟନ୍ତ ଏକ ରଥ ଯାତ୍ରା କରି ଲୋକଙ୍କୁ ରାମ ମନ୍ଦିର ବିଷୟରେ ଅବଗତ କରାଇଥିଲେ। ଅକ୍ଟୋବରରେ ସେ ବିହାରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା, ଯେଉଁ ସମୟରେ ତାଙ୍କ ସହ ଯାଇଥିବା କାର ସେବକ ଅଯୋଧ୍ୟାରେ ପହଞ୍ଚି ଯାଇଥିଲେ।

 

9/15

୧୯୯୦: ହଜାର ହଜାର କାର ସେବକ ଅଯୋଧ୍ୟାରେ ପହଞ୍ଚିଥିଲେ। ଅକ୍ଟୋବର ମାସରେ, ଅଯୋଧ୍ୟାରେ ପରିବେଶ ଅତ୍ୟନ୍ତ ଉତ୍ତେଜିତ ହୋଇପଡିଥିଲା, କାରଣ କାର ସେବକ ମାନେ ମସଜିଦ ଉପରକୁ ଯାଇ ପତାକା ଉତ୍ତୋଳନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି ଚଳାଇବାକୁ ପଡିଥିଲା।

 

10/15

୨୦୦୨: ଏହି ବର୍ଷ ଫେବୃଆରୀରେ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଟ୍ରେନ୍ ଯୋଗେ ଗୋଦ୍ରାକୁ ଫେରୁଥିଲେ, ଯାହାକୁ ଆକ୍ରମଣ କରାଯାଇଥିଲା ଓ ଏଥିରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୧୫ ରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା। ଏହା ଅଧୀନରେ ଅଯୋଧ୍ୟାରେ ଶହ ଶହ ହିନ୍ଦୁ କର୍ମୀ ଏକତ୍ରିତ ହୋଇଥିଲେ।

 

11/15

୨୦୧୭: ସୁପ୍ରିମକୋର୍ଟ କହିଥିଲେ ଯେ ଏହି ବିବାଦକୁ ହିନ୍ଦୁ-ମୁସଲମାନ ପକ୍ଷଙ୍କର ପାରସ୍ପରିକ ସମ୍ମତି ସହ ସମାଧାନ କରିପାରିବେ। ଏହା ବ୍ୟତୀତ ବାବ୍ରି ମସଜିଦ ଭାଙ୍ଗିବା ପାଇଁ ଏଲ.କେ ଆଡଭାନୀ, ମୁର୍ଲି ମନୋହର ଯୋଶୀ, ଉମା ଭାରତୀଙ୍କ ସମେତ ବହୁ ବିଜେପି ଏବଂ ଆରଏସଏସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

 

12/15

୨୦୧୯: ଯେତେବେଳେ ଅଗଷ୍ଟ ମାସ ପର୍ଯ୍ୟନ୍ତ ଦୁଇ ପକ୍ଷ ମଧ୍ୟରେ କୌଣସି ସମଧାନ ହୋଇନଥିଲା, ସେତେବେଳେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଅଯୋଧ୍ୟା ମାମଲାର ଶୁଣାଣି ୧୬ ଅକ୍ଟୋବରରେ ଶେଷ ହୋଇଥିଲା ଓ ନଭେମ୍ବରରେ କୋର୍ଟ ଏହାର ରାୟ ଦେଇଥିଲେ।

 

13/15

୨୦୧୯: ନଭେମ୍ବର ୯ ରେ, ବିବାଦୀୟ ସ୍ଥାନକୁ ରାମ ଲାଲାଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟା ଧନ୍ନିପୁର ଗ୍ରାମରେ ପାଞ୍ଚ ଏକର ଜମି ସୁନ୍ନି ୱାକଫ ବୋର୍ଡକୁ ଦିଆଯାଇଥିଲା।

 

14/15

୨୦୨୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଅଗଷ୍ଟ ୨୦୨୦ ରେ ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହିପରି ଭାବରେ, ରାମଙ୍କ ଭକ୍ତମାନେ ଆଶା କରୁଛନ୍ତି ଯେ ଶୀଘ୍ର ରାମଲାଲା ତମ୍ବୁରୁ ବାହାରି ଭବ୍ୟ ମନ୍ଦିରରେ ବିରାଜ ମାନ କରିବେ।

 

15/15

୨୦୨୪: ଭିତ୍ତିପ୍ରସ୍ତର ସ୍ଥାପନ ହେବାର ପ୍ରାୟ ପାଞ୍ଚ ବର୍ଷ ପରେ ଆଜି ମହାନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ପ୍ରାଣ ପ୍ରତିଷ୍ଠା ହେବା ପରେ ରାମ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ। ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।

 





Read More