PHOTOS

Kerala Landslide: ଫଟୋରେ ଦେଖନ୍ତୁ ୱାୟନାଡ ଭୂସ୍ଖଳନର କିଛି ଛାତିଥରା ଦୃଶ୍ୟ

Kerala Landslide: ପ୍ରକୃତିର କରାଳ ରୂପ। କେରଳରେ ହୋଇଥିବ ଭୂସ୍ଖଳନ ସାରା ବିଶ୍ବକୁ ଦୋହଲାଇ ଦେଇଛି। ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି । ଏବେବି ଶହଶହ ଲୋକେ ନିଖୋଜ ରହିଛନ୍ତି। ଫଟୋରେ ଦେଖନ୍ତୁ ୱାୟନାଡ ଭୂସ୍ଖଳନର କିଛି ଛାତିଥରା ଦୃଶ୍ୟ....

Advertisement
1/8

କେରଳର ୱାୟନାଡ ଭୂସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା। କେରଳ ପୋଲିସ, ଏନଡିଆରଏଫ ଟିମ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ୟ୍ୟ ଜାରି ରଖିଛି । 

ALSO READ:  Today Horoscope: ଦୂରଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Road Accident: କାରକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୫ ମୃତ, ୫ ଆହତ

2/8

ପାହାଡଉପରୁ ଖସିଥିବା ମୃତ୍ୟୁ ଫାଶରେ ପଡି ଏବେ ସୁଦ୍ଧା ୨୯୬ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି।  ଶତାଧିକ ନିଖୋଜ ଅଛନ୍ତି, ସେମାନଙ୍କ କୌଣସି ପତ୍ତା ମିଳୁନାହିଁ ।

 

3/8

ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି। ୱାୟନାଡର ଭୟଙ୍କର ଭୂସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି।

 

4/8

ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ ହଜାର ଲୋକଙ୍କୁ ଏବେ ସୁଧା ସ୍ଥାନାନ୍ତର କରାଯାଇଛି। 

 

5/8

ବନ୍ୟାରୁ ଉଦ୍ଧାରୁ ହୋଇଥିବା ଗୁରୁତରଙ୍କଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। 

 

6/8

ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିବା ସହ ପଡୋଣୀ ରାଜ୍ୟମାନେ ବି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

 

7/8

ଭୟଙ୍କର ଭୁସ୍ଖଳନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କେରଳର ୫ ଜିଲ୍ଲା। 

8/8

ଚାଲିୟାର ନଦୀରେ ଅନେକ ଲୋକ ଭାସିଯିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 





Read More