Hindi News >>Home >>Odisha National-International

Perfume Bomb: ଜାମୁ କାଶ୍ମୀରରୁ ପ୍ରଥମ ଥର ପାଇଁ ମିଳିଲା ପରଫ୍ୟୁମ ବମ, କାହିଁକି ବିପଜ୍ଜନକ ଏହି ବୋମା?

Jammu Kashmir News: କାଶ୍ମୀର ଉପତ୍ୟକାରୁ ପ୍ରଥମ ଥର ପାଇଁ ପରଫ୍ୟୁମ ଆଇଇଡି ମିଳିବା ଆତଙ୍କବାଦ ଦମନ ଅଭିଯାନରେ ନିୟୋଜିତ ହୋଇଥିବା ସୁରକ୍ଷା ବଳ ଲାଗି ଚିନ୍ତା ବଢାଇ ଦେଇଛି। କାରଣ ଏହା ଏତେ ବିପଜ୍ଜନକ ଯେ ଏହାକୁ ଖୋଲିବାା କିମ୍ବା ଦବାଇବା ଦ୍ୱାରା ଏଥିରେ ବିସ୍ଫୋରଣ ହୋଇଥାଏ।

Advertisement
Perfume Bomb: ଜାମୁ କାଶ୍ମୀରରୁ ପ୍ରଥମ ଥର ପାଇଁ ମିଳିଲା ପରଫ୍ୟୁମ ବମ, କାହିଁକି ବିପଜ୍ଜନକ ଏହି ବୋମା?
Stop
Updated: Feb 02, 2023, 09:59 PM IST

Perfume Bomb Found in Jammu Kashmir: ସଦ୍ୟ ଜାମ୍ମୁ କାଶ୍ମୀର ପୋଲିସ ବାହିନୀକୁ ମିଳିଛିଏକ ବଡ଼ ସଫଳତା। ନରୱାଲ ଅଞ୍ଚଳରେ ହୋଇଥିବା ଡବଲ ବିସ୍ଫୋରଣରେ ସମ୍ପୃକ୍ତ ରହିଥିବା ଆତଙ୍କବାଦୀଙ୍କୁ ଗିରଫ କରିଛି  ପୋଲିସ। ଗିରଫ ହୋଇଥିବା ଆତଙ୍କବାଦୀ ପରଫ୍ୟୁମ ଆଇଇଡି ବ୍ୟବହାର କରୁଥିଲା। ପୋଲିସ ଗିରଫ ଆତଙ୍କବାଦୀ ପାଖରୁ ସୁଗନ୍ଧିତ ଆଇଇଡି ଜବତ କରିଛି। ଯାହା ପ୍ରଥମ ଥର ପାଇଁ ଜାମୁ କାଶ୍ମୀରରୁ ମିଳିଛି। ଏହି ଆକ୍ରମଣ ୨୧ ଜାନୁଆରୀରେ କାଶ୍ମୀର ଉପତ୍ୟକାରେ ହୋଇଥିଲା। ଏହି ଘଟଣାରେ ୯ ଜଣରୁ ଅଧିକ ଲୋକ ଆହତ ହୋଇଥିଲେ। 

କାଶ୍ମୀର ଉପତ୍ୟକାରୁ (Kashmir Valley) ପ୍ରଥମ ଥର ପାଇଁ ପରଫ୍ୟୁମ ଆଇଇଡି (Perfume IED) ମିଳିବା ଆତଙ୍କବାଦ ଦମନ ଅଭିଯାନରେ ନିୟୋଜିତ ହୋଇଥିବା ସୁରକ୍ଷା ବଳ ଲାଗି ଚିନ୍ତା ବଢାଇ ଦେଇଛି। କାରଣ  ଏହି ପରଫ୍ୟୁମ ଆଇଇଡି ଏତେ ବିପଜ୍ଜନକ ଯେ ଏହାକୁ ଖୋଲିବାା କିମ୍ବା ଦବାଇବା ଦ୍ୱାରା ଏଥିରେ ବିସ୍ଫୋରଣ ହୋଇଥାଏ।

ଜାମ୍ମୁ କାଶ୍ମୀର ପୋଲିସ (Jammu Kashmir Police) ଆରିଫ ନାମକ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି। ଯିଏ ୩ ବର୍ଷ ଧରି ପାକିସ୍ତାନ (Pakistan) ମାଟିରେ ସକ୍ରିୟ ରହିଥିବା ଲଶ୍କର-ଏ-ତୋଏବା ଆତଙ୍କବାଦୀ ଗୋଷ୍ଠୀ (Lashkar e Taiba Terror Group) ସହ ଯୋଗାଯୋଗରେ ରହିଥିଲା। ଗତ ୨୦ ଜାନୁଆରୀରେ ଦୁଇଟି ବୋମା ଲଗାଯାଇଥିଲା ଏବଂ ୨୧ ଜାନୁଆରୀରେ କାଶ୍ମୀର ଉପତ୍ୟକାରେ ୨୦ ମିନିଟ୍ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହୋଇଥିଲା। କାଶ୍ମୀର ଉପତ୍ୟକାରୁ ଉଦ୍ଧାର ହୋଇଥିବା ପରଫ୍ୟୁମ ବୋମା ଅର୍ଥାତ ଅତର ବୋମା (Perfume Bomb) ଘଟଣାସ୍ଥଳରେ ବହୁ କ୍ଷତି ଘଟାଇଥାଏ। 

ଜାମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ (Jammu Kashmir DGP Dilbag Singh) କହିଛନ୍ତି ଯେ ୨୧ ଜାନୁୟାରୀରେ ଜାମ୍ମୁ ନରୱାଲ ଅଞ୍ଚଳରେ ଦୁଇଟି ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଆରିଫ ନାମକ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଯିଏ ହେଉଛି ରିୟାସି ଅଞ୍ଚଳର ବାସିନ୍ଦା। ଗିରଫ ଆତଙ୍କବାଦୀ ଆରିଫ ଗତ୩ ବର୍ଷ ଧରି ସୀମା ପାର୍ଶ୍ୱରେ ଥିବା ଲସ୍କର-ଏ-ତାଏବା ହ୍ୟାଣ୍ଡେଲର୍ ସହିତ ଯୋଗାଯୋଗରେ ରହିଥିଲା। ଗତ ବର୍ଷ ଫେବୃଆରୀରେ ଶାସ୍ତ୍ରୀ ନଗର ଠାରେ ଏକ ଆଇଆଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପଛରେ ଆରିଫ ଜଡ଼ିତ ରହିଥିଲା। କଟରା ବିସ୍ଫୋରଣ ପରେ ଏକ ବସ ଜଳି ଯାଇଥିଲା। ଆରିଫ୍ ସେହି ବସ୍ ମଧ୍ୟରେ ଆଇଇଡି ଲଗାଇଥିବା ସ୍ୱୀକାର କରିଛି। ଏକ ଆଇଇଡି ମଧ୍ୟ ଆରିଫ ପାଖରୁ ଜବତ କରାଯାଇଛି। ଡିସେମ୍ବରରେ ଆରିଫ ତିନୋଟି ଆଇଇଡି ପାଇଥିଲା। ସେ ଏହା ମଧ୍ୟରୁ ଦୁଇଟି ଆଇଇଡି ନରୱାଲ ବିସ୍ଫୋରଣରେ ବ୍ୟବହାର କରିଥିଲେ। ଏହି ଅଞ୍ଚଳରେ ସେ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ରହିଥିଲା।

ଆରିଫ ପାକିସ୍ତାନ ସହ ଯୋଗାଯୋଗରେ ରହିଛି। ପାକିସ୍ତାନ ଏହାର ଜମି  ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର କରିବାକୁ ଅନୁମତି ଦେଉଛି। ଏହାକୁ ବ୍ୟବହାର କରି ଆତଙ୍କବାଦୀ ସାରା ବିଶ୍ୱରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଜାମ୍ମୁ କାଶ୍ମୀର ବାସୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି।

Read More
{}{}