Hindi News >>Home >>Odisha National-International

winter session: ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଶୀତ ଅଧିବେଶନ, ସଂକ୍ଷିପ୍ତ ହୋଇପାରେ ବଜେଟ୍‍ କାଳ

ସ୍ୱଳ୍ପକାଳୀନ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ହେବ ନାହିଁ। ଏହି ବେଜଟ୍‍ ମଧ୍ୟବର୍ତ୍ତୀକାଳୀନ ସରକାର ପରିଚାଳନାର ଆବଶ୍ୟକତାକୁ ଆଖିରେ ରଖି ସରକାର ଉପସ୍ଥାପନ କରିବେ। ଯେତେବେଳେ ନୂତନ ସରକାର ଗଠନ ହେବ ସେତେବେଳେ ପ୍ରଥମ ଅଧିବେଶନରେ ନୂତନ ସରକାର ବର୍ଷର ବଜେଟ୍‍ ଉପସ୍ଥାପନ କରିବା ପରମ୍ପରା ରହିଛି। ଜୁଲାଇ ମାସ ଯାଏ ଏହି ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି।

Advertisement
winter session: ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଶୀତ ଅଧିବେଶନ, ସଂକ୍ଷିପ୍ତ ହୋଇପାରେ ବଜେଟ୍‍ କାଳ
Stop
Zee Odisha Desk|Updated: Oct 30, 2023, 01:53 PM IST

winter session ଭୁବନେଶ୍ୱର: ଡିସେମ୍ବର (December) ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ (Winter Session)। ନୂଆ ସଂସଦ ଭବନରେ (New Session House) ବସିବାକୁ ଥିବା ଏହି ଅଧିବେଶନ ଲାଗି ଆବଶ୍ୟକ ପ୍ରସ୍ତୁତି  ତଥା ମରାମତି କରିବାକୁ ନିର୍ଦ୍ଦେଶ ଆସିଛ।  ସିପିଡବ୍ଲୁଡି (CPWD) ପକ୍ଷରୁ ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଏଥର ବଜେଟ୍‍ ଅଧିବେଶନ ସଂକ୍ଷିପ୍ତ ହେବ ଏବଂ ତାହା ଦୁଇ ସପ୍ତାହ ଭିତରେ ଶେଷ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। 

ସାଧାରଣତଃ ଶୀତକାଳୀନ ଅଧିବେଶନ ଏକ ମାସ ଧରି ଚାଲିଥାଏ। ନଭେମ୍ବର ଶେଷ ସପ୍ତାହରୁ ଡିସେମ୍ବର ଶେଷ ସପ୍ତାହ ଯାଏ ଏହି ଅଧିବେଶନ ଚାଲିଥାଏ। କିନ୍ତୁ ଏଥର ୫ ରାଜ୍ୟରେ ନିର୍ବାଚନ ଥିବାରୁ ଏହି ଅଧିବେଶନ ଉପରେ ତାହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଇଛି। ନଭେମ୍ବର ୭ ତାରିଖରେ ନିର୍ବାଚନ ଆରମ୍ଭ ହେଉଥିବା ଏହି ୫ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନର ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। କିଛି ଇଂରାଜୀ ଗଣମାଧ୍ୟମର ସୂଚନା ଅନୁସାରେ ଡିସେମ୍ବର ୯ ତାରିଖରେ ଏହି ଅଧିବେଶନ ଆରମ୍ଭ ହେବାକୁ ସ୍ଥିର ହୋଇଛି। 

ଏଥର ବଜେଟ୍‍ ଅଧିବେଶନ ମଧ୍ୟ ଫେବୃୟାରୀ ୧ ତାରିଖରେ ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆରମ୍ଭ ହେବ। କିନ୍ତୁ ଏହାପୂର୍ଣ୍ଣ କାଳୀନ ନହୋଇ ସ୍ୱଳ୍ପକାଳୀନ ରହିବ। ଯେହେତୁ ୨୦୨୪ ବର୍ଷରେ  ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଏଣୁ କବଜେଟ୍ ପୂର୍ଣ୍ଣକାଳୀନ ନହୋଇ ସ୍ୱଳ୍ପକାଳୀନ ହେବ। ସାଧାରଣତଃ ବଜେଟ୍‍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ଫେବୃୟାରୀ୧ରୁ ଆରମ୍ଭ ହୋଇ ଏହା ୧୦-୧୨ଟି କାର୍ଯ୍ୟ ଦିବସ ଚାଲେ ଏବଂ ପରେ ମାର୍ଚ୍ଚ ଏପ୍ରିଲଳ୍‍ ମାସରେ ପୁଣିଥରେ ଅଧିବେଶନ ଆରମ୍ଭ ହୋଇଥାଏ। ବଜେଟର ପ୍ରତିଟି ଖର୍ଚ୍ଚକୁ ଆଲୋଚନା କରାଯାଇ ତାହାକୁ ଗୃହୀତ କରାଯାଇଥାଏ। 

ସ୍ୱଳ୍ପକାଳୀନ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ହେବ ନାହିଁ। ଏହି ବେଜଟ୍‍ ମଧ୍ୟବର୍ତ୍ତୀକାଳୀନ ସରକାର ପରିଚାଳନାର ଆବଶ୍ୟକତାକୁ ଆଖିରେ ରଖି ସରକାର ଉପସ୍ଥାପନ କରିବେ। ଯେତେବେଳେ ନୂତନ ସରକାର ଗଠନ ହେବ ସେତେବେଳେ ପ୍ରଥମ ଅଧିବେଶନରେ ନୂତନ ସରକାର ବର୍ଷର ବଜେଟ୍‍ ଉପସ୍ଥାପନ କରିବା ପରମ୍ପରା ରହିଛି। ଜୁଲାଇ ମାସ ଯାଏ ଏହି ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି।

Also Read: One Nation One Election: ସମ୍ଭବ ନୁହେଁ ଏକତ୍ର ଲୋକସଭା-ବିଧାନସଭା ନିର୍ବାଚନ; ଆବଶ୍ୟକ ହେବ ଏତିକି ଲକ୍ଷ ଇଭିଏମ

Also Read: Odisha Politics: ନେତା ହେବାର ନିଶା ବଢ଼ୁଛି: କେଉଁ ଅଫିସର ଅଛନ୍ତି ଧାଡ଼ିରେ ନଜର ପକାନ୍ତୁ

Also Read: SL vs AFG: ତୃତୀୟ ବିଜୟ ଲକ୍ଷ୍ୟରେ ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା

Read More
{}{}