Hindi News >>Home >>Odisha National-International

Parliament Security Breach: ମୋବାଇଲ୍‍ ନେଇ ଜଣେ ଆରୋପୀ ଫେରାର, ଆଜି ପ୍ରଭାବିତ ହେବ ୯ମ ଦିନ

Parliament Security Breach: ବାଚସ୍ପତି ତୁରନ୍ତ ସଭାକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଦୁଇଜଣଙ୍କୁ କାବୁ କରି ସୁରକ୍ଷା କର୍ମୀ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ। ଗ୍ୟାସ ବିଷାକ୍ତ ନଥିବା ଜଣାପଡ଼ିବା ପରେ ଅପରାହ୍ଣ ୨ଟା ବେଳେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଜଣେ ଆରୋପୀ ଲଳିତ ଝା ଗିରଫ ହୋଇଥିବା ଆରୋପୀଙ୍କ ମୋବାଇଲ୍‍ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ରାଜସ୍ଥାନ ଯାଇଥିବା ଆଶଙ୍କା କରାଯାଇଛି।     

Advertisement
Parliament Security Breach: ମୋବାଇଲ୍‍ ନେଇ ଜଣେ ଆରୋପୀ ଫେରାର, ଆଜି ପ୍ରଭାବିତ ହେବ ୯ମ ଦିନ
Stop
Rasmita Sahoo|Updated: Dec 14, 2023, 09:29 AM IST

Parliament Security Breach: ସଂସଦର ଶୀତକାଳୀନ ଅଧିବେଶନର ଆଜି ହେଉଛି ୯ମ ଦିନ। ଗତକାଲି ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ବିଚ୍ୟୁତି ଆଜି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ। ଏ ବିଷୟରେ ବିରୋଧୀ ଦଳ ନେତାଙ୍କର କ’ଣ ରଣନୀତି ରହିବ ତାହାକୁ ନେଇ ଆଜି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ନେତାମାନେ ଆଜି ପୂର୍ବାହ୍ଣରେ ଏକାଠି ହେବା କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ମାମଲାର ପ୍ରଭାବଶାଳୀ ତଦନ୍ତ ପାଇଁ ସିଆର୍‍ପିଏଫ୍‍ ଡିଜିଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବେସାମରିକ ବିମାନଚଳାଚଳ, ଗୃହ ଓ ସହରୀ ବିକାଶ, ଜଳଶକ୍ତି, ଏମଏସ୍‍ଏମ୍‍ଇ, ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ, ଶକ୍ତି, ସଡ଼କ ପରିବହନ ପ୍ରଭୃତି ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। 

ଏହାସହ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନଥି ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। ହେଲେ ସଂସଦରେ ସୁରକ୍ଷାକୁ ନେଇ ବିରୋଧୀ ଦଳଙ୍କ ସମାଲୋଚନା ଗୃହ କାର୍ଯ୍ୟରେ ବାଧା ଆଣିବା ଆଶଙ୍କା ମଧ୍ୟ ରହିଛି। ଗତକାଲି ସଂସଦ ଭବନ ସୁରକ୍ଷା ବିଚ୍ୟୁତି ମାମଲାରେ ଦିଲ୍ଲୀ ପୋଲିସ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (ୟୁଏପିଏ)-୧୯୬୭ ଅଧିନରେ ମାମଲା ରୁଜୁ କରିଛନ୍ତି। ଏଥିରେ ୪ଜଣଙ୍କୁ ଗିରଫ କରାଯାଇଛି। ଜଣେ ଆରୋପୀ ଫେରାର ରହିଥିବା ପ୍ରାରମ୍ଭିକ ସୂଚନାରୂ ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ ପ୍ରତ୍ୟେକ ଆରୋପୀ ସୋସିଆଲ୍ ମିଡିଆ ପେଜର (Social Media Page)  ପରସ୍ପର ସହ ସଂଯୋଗ ରକ୍ଷା କରନ୍ତି। ସେମାନେ ମହୀଶୂରରେ ସାକ୍ଷାତ କରିଥିଲେ। ଏହାପରେ ଡିସେମ୍ବର ୧୦ ତାରିଖରେ ତାଙ୍କର ଦିଲ୍ଲୀରେ ଭେଟ ହୋଇଥିଲା। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଜଣେ ଆରୋପୀ ଲଳିତ ଝା ଗିରଫ ହୋଇଥିବା ଆରୋପୀଙ୍କ ମୋବାଇଲ୍‍ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ରାଜସ୍ଥାନ ଯାଇଥିବା ଆଶଙ୍କା କରାଯାଇଛି।   

ଗତକାଲି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିଯୋଗୁଁ ସଂସଦରେ ଦୁଇଜଣ ଦର୍ଶକ ଗ୍ୟାଲେରୀରୁ ସଭା ମଧ୍ୟକୁ ଡେଇଁଥିଲେ।  ଏହାପରେ ସାଂସଦଙ୍କ ଟେବଲ ଉପର ଦେଇ ବାଚସ୍ପତିଙ୍କ ପୋଡିୟମ୍‍ ଆଡ଼କୁ ମୁହାଁଇବା ବେଳେ ସାଂସଦମାନେ ତାଙ୍କୁ ଅଟକାଇବାକୁ ଚାହିଁଥିଲେ। ଏହାଦେଖି ଜଣେ ଯୁବକ ପିନ୍ଧିଥିବା ଯୋତାରୁ ଏକ ଛୋଟ ଡବା କାଢ଼ି ସେଥିରୁ ହଳଦିଆ ଗ୍ୟାସ ଉଡ଼ାଇଥିଲା। ଏହି ଘଟଣାକୁ ଦେଖି ସଂସଦରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବାଚସ୍ପତି ତୁରନ୍ତ ସଭାକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଦୁଇଜଣଙ୍କୁ କାବୁ କରି ସୁରକ୍ଷା କର୍ମୀ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲେ। ଗ୍ୟାସ ବିଷାକ୍ତ ନଥିବା ଜଣାପଡ଼ିବା ପରେ ଅପରାହ୍ଣ ୨ଟା ବେଳେ ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀ ଦଳଙ୍କ ଉଦବେଗକୁ ଦେଖି ବାଚସ୍ପତି ଗୃହକୁ ଆସନ୍ତା କାଲିଯାଏ ମୁଲତବୀ କରିବା ସହ ସର୍ବଦଳୀୟ ବୈଠକ ଡକାଇଥିଲେ।   

ସଂସଦର ସୁରକ୍ଷା ବ୍ୟବସ୍ଥାକୁ (Parliament Security Breach) ଚକ୍‍ମା ଦେଇଥିବା ଦୁଇଜଣ ଯୁବକଙ୍କ ସହ ଆହୁରି ୪ଜଣ ଆସିଥିବା କହିଛି ଦିଲ୍ଲୀ ପୋଲିସ। ସେମାନଙ୍କ ଭିତରୁ ମଧ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି। ଆଉ ୨ଜଣଙ୍କୁ ଖୋଜା ଜାରି ରହିଛି। ଯେଉଁ ଚାରିଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ: ସାଗର ଶର୍ମା, ଡି ମନୋରଞ୍ଜନ, ନିଲମ ବର୍ମା ଏବଂ ଅନମୋଲ ସିନ୍ଦେ। ଏମାନଙ୍କ ଭିତରୁ ନିଲମ ଏବଂ ଅନମୋଲଙ୍କୁ ସଂସଦ ଗେଟ୍‍ ବାହାରେ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖି ଗିରଫ କରାଯାଇଥିଲା। ସାଗର ଏବଂ ଡି ମନୋରଞ୍ଜନ ସଂସଦ ଭିତରକୁ ସାଧାରଣ ଦର୍ଶକ ଭାବେ ପ୍ରବେଶ କରିଥିଲେ। ପୋଲିସ ସୂଚନା ଅନୁସାରେ ଅନ୍ୟ ଦୁଇଜଣଙ୍କୁ ଖୋଜା ଚାଲିଛି। ଗୁରୁଗ୍ରାମର ଏକ ଘରେ ସେମାନେ ଏକାଠି ଥିବା ପୋଲିସ କହିଛି।   

କର୍ଣ୍ଣାଟକ ମହୀଶୁରୁ ସାଂସଦ ପ୍ରତାପ ସିହ୍ନା ମନୋରଞ୍ଜନଙ୍କୁ ପ୍ରବେଶ ଅନୁମତି ପାଇଁ ସଂସଦୀୟ ସୁରକ୍ଷା ସେଲକୁ ଅନୁମତି ଦେଇଥିବା ଜଣାପଡ଼ିଛି। ପ୍ରତାପ ତାଙ୍କ ବାପାଙ୍କୁ ଆଗୁଆ ଜାଣନ୍ତି ଏବଂ ଗଲା କିଛିଦିନ ହେଲା ତାଙ୍କ ପାଇଁ ସଂସଦ ପାସ୍‍ ଯୋଗାଡ଼ କରିବାକୁ ସେ ସାଂସଦଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସଂସଦରେ ଦେଖାଦେଇଥିବା ସୁରକ୍ଷା ତ୍ରୁଟି କାରଣରୁ ବାଚସ୍ପତି ଲୋକସଭାର ଦର୍ଶକ ଗ୍ୟାଲେରୀକୁ ବନ୍ଦ କରିଛନ୍ତି। ପରବର୍ତ୍ତୀ ଅନୁମତି ନ ମିଳିବା ଯାଏ କୌଣସି ଦର୍ଶକ ପ୍ରବେଶ କରିପେରିବେ ନାହିଁ। ପୂର୍ବତନ ସାଂସଦ ଏବଂ ସାଂସଦମାନଙ୍କୁ ବ୍ୟକ୍ତିଗତ ସହାୟକଙ୍କୁ ସଂସଦ ଭିତରେ ପ୍ରବେଶ ଅନୁମତିକୁ ରଦ୍ଦ କରାଯାଇଛି।

Also Read: Loksabha Security Breach: ସ୍ପ୍ରେ ଧରି ସଂସଦକୁ ଯାଇଥିଲେ ୬ଜଣ, କଣ ଓ କାହିଁକି ହୋଇଥିଲା ଷଡ଼ଯନ୍ତ୍ର?

Read More
{}{}