Hindi News >>Home >>Odisha National-International

Monsoon Session: ସଂସଦରେ ହଙ୍ଗାମା, ନିଲମ୍ବିତ ହେଲେ ଏହି ୧୯ ସାଂସଦ

Rajya Sabha MP Suspended: ସଂସଦର ମୌସୁମୀ ଅଧିବେଶନରେ (Monsoon Session) ରାଜ୍ୟସଭା ଗୃହ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ଓ ସଭାପତିଙ୍କ ନିକଟରେ ଅଶ୍ଳୀଳ ବ୍ୟବହାର ଯୋଗୁଁ ବିରୋଧୀ ଦଳର ଅନେକ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 26, 2022, 03:37 PM IST

Parliament Monsoon Session: ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାର (Rajya Sabha) ଗୃହ କାର୍ଯ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିବା ଓ ସଭାପତିଙ୍କ ନିକଟରେ ଅଶ୍ଳୀଳ ବ୍ୟବହାର ଯୋଗୁଁ ବିରୋଧୀ ଦଳର ଅନେକ ସାଂସଦଙ୍କୁ ଏକ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି । ସୂଚନାନୁସାରେ, ବିରୋଧୀ ଦଳର ସାଂସଦମାନେ ଗୃହ ଭିତରେ ମୁଦ୍ରାସ୍ଫୀତି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିଲେ ଓ ନିଜର ବିରୋଧ କାର୍ଯ୍ୟ କରୁଥିଲେ ।

ମଙ୍ଗଳବାର ଦିନ ଉପର ଗୃହରେ ପ୍ରକ୍ରିୟା ଆରମ୍ଭ ହେବା ପରେ ବିରୋଧୀ ସାଂସଦମାନେ ମୁଦ୍ରାସ୍ଫୀତି ଉପରେ ନିଜର ବିରୋଧ ଆରମ୍ଭ କରି ଦେଇଥିଲେ । ଗୃହ ଭିତରେ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ପୋଡିୟମର ଅତି ନିକଟତର ହୋଇଥିଲେ । ବିରୋଧୀ ସାଂସଦମାନଙ୍କୁ ବାରମ୍ବାର ନିଜ ଆସନରେ ବସିବାକୁ ଅନୁରୋଧ କରାଯାଇଥିଲା । ସୂଚନାନୁସାରେ, ଅଧ୍ୟକ୍ଷ ବିରୋଧୀ ଦଳର ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି, ସେମାନଙ୍କୁ ଏକ ସପ୍ତାହ ଧରି ଗୃହର କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

ଯେଉଁ ସଂସଦମାନେ ନିଲମ୍ବିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବ, ଡକ୍ଟର ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତା ଛେତ୍ରୀ, ମହମ୍ମଦ ଅବଦୁଲ୍ଲା, ଏ.ଏ. ରହୀମ, କନିମୋଝି, ଏଲ୍ ଯାଦବ, ଭି.ଭି. ଶିବଦାସନ, ଅବିର ରଞ୍ଜନ ବିଶ୍ୱାସ ଓ ନଦୀମୁଲ ହକ ନାମ ସାମିଲ ରହିଛି । ରାଜ୍ୟସଭାରୁ ଏକ ସପ୍ତାହ ପାଇଁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୭ ଜଣ ଟିଏମସି ଦଳର ଅଟନ୍ତି ।

କହିରଖୁଛୁ ଯେ ଗୋଟିଏ ଦିନ ପୂର୍ବରୁ ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲା ମଧ୍ୟ ଲୋୟର ହାଉସର ପ୍ରକ୍ରିୟା ସମୟରେ ଚାରିଜଣ କଂଗ୍ରେସ ସାଂସଦଙ୍କୁ ଗୃହ କାର୍ଯ୍ୟରେ ବାଧା ଉପୁଜାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଦୁଇ ଦିନ ମଧ୍ୟରେ ୧୯ ଜଣ ବିରୋଧୀ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି ।

ଗତକାଲି ଅର୍ଥାତ ସୋମବାର ଦିନ ଲୋକସଭାରେ (Lok Sabha) ଜୋରଦାର ବିରୋଧ ପରେ ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ସାଂସଦମାନଙ୍କୁ ସମଗ୍ର ଅଧିବେଶନ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କଂଗ୍ରେସ ସାଂସଦମାନେ ହେଉଛନ୍ତି ମନିକମ ଟାଗୋର (Manickam Tagore), ଜୋଥିମନି (Jothimani), ରମ୍ୟା ହରିଦାସ (Ramya Haridas) ଓ ଟି.ଏନ୍ ପ୍ରତାପନ୍ (TN Prathapan)। ଦେଶରେ ଦରବୃଦ୍ଧିକୁ ନେଇ ସାଂସଦମାନେ ସଂସଦ ଗୃହ ଭିତରେ ପ୍ଲାକାର୍ଡ ଧରି ବିରୋଧ କରିଥିଲେ । ଏହାପୂର୍ବରୁ ବାଚସ୍ପତି ଓମ ବିର୍ଲା ସେମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ପ୍ଲାକାର୍ଡ ସହିତ ବିରୋଧ କରିବାକୁ ଚାହାଁନ୍ତି, ତେବେ ସେମାନେ ସଂସଦ ବାହାରେ କରନ୍ତୁ, ଗୃହ ଭିତରେ ମର୍ଯ୍ୟାଦା ବଜାୟ ରଖନ୍ତୁ ।'

ଏହା ବି ପଢ଼ନ୍ତୁ: ହିନ୍ଦୁମାନଙ୍କୁ ତାଲିବାନର ଅପିଲ: 'ଫେରି ଆସ ଆଫଗାନିସ୍ତାନ, ମିଳିବ ସୁରକ୍ଷାର ପୂରା ଗ୍ୟାରେଣ୍ଟି'

ଏହା ବି ପଢ଼ନ୍ତୁ: ପ୍ରତିବର୍ଷ ଏକ ଲକ୍ଷ ଭାରତୀୟ ହୋଇଯାଉଛନ୍ତି ବିଦେଶୀ, ଜାଣନ୍ତୁ ଏତେ ଲୋକ ଯାଉଛନ୍ତି କୁଆଡେ?

Read More
{}{}