Hindi News >>Home >>Odisha National-International

Parliament Session: ଜୟାଙ୍କ ପାଇଁ ଫସିଲେ ଧନଖଡ଼...ଆସିବ ମହାଭିଯୋଗ ପ୍ରସ୍ତାବ, ଜାଣନ୍ତୁ ଏହା କଣ?

Parliament Session: ଏବେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ମହାଭିଯୋଗ ପ୍ରସ୍ତାବ ଆଣିବାକୁ ହେଲେ ବିରୋଧୀଙ୍କୁ ୧୪ ଦିନର ନୋଟିସ୍ ଦେବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କୋଠରୀରେ ସାଂସଦଙ୍କ ଦସ୍ତଖତ କରାଯାଉଛି।  

Advertisement
Parliament Session: ଜୟାଙ୍କ ପାଇଁ ଫସିଲେ ଧନଖଡ଼...ଆସିବ ମହାଭିଯୋଗ ପ୍ରସ୍ତାବ, ଜାଣନ୍ତୁ ଏହା କଣ?
Stop
Rashmita Sahoo|Updated: Aug 09, 2024, 07:12 PM IST

Parliament Monsoon Session: ସଂସଦର ଚଳିତ ମୌସୁମୀ ଅଧିବେଶନ ଖୁବ୍ ସରଗରମରେ ଚାଲିଛି। ସଂସଦରେ ରାଜ୍ୟସଭା କାର୍ଯ୍ୟ ଚାଲିଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନଖଡ ଓ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜୟା ବଚ୍ଚନ ଅଧ୍ୟକ୍ଷଙ୍କ ସ୍ୱର କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟା ବଚ୍ଚନ କହିଥିଲେ (Jaya Bachchan Statement)ଯେ 'ମୁଁ ଜଣେ କଳାକାର। ମୁଁ ଶାରୀରିକ ଭାଷା ବୁଝିପାରୁଛି । ମୁଁ ଅଭିବ୍ୟକ୍ତି ବୁଝିପାରୁଛି । ସେ କହିଲେ ଯେ ମୁଁ ଦୁଃଖିତ ଯେ, ଆପଣଙ୍କ ସ୍ୱର ଠିକ୍ ନୁହେଁ। ଏହା ଗ୍ରହଣୀୟ ନୁହେଁ।

ଏହାକୁ ନେଇ ଅଧ୍ୟକ୍ଷ ଜଗଦୀପ ଧନଖଡ଼ (Speaker Jagdeep Dhankhar) ମଧ୍ୟ କ୍ଷୁବ୍ଧ ହୋଇଥିଲେ। ରାଜ୍ୟସଭାରେ ତୀବ୍ର ହଙ୍ଗାମା ହୋଇଥିବା ବେଳେ ବିରୋଧୀ ଦଳର ସାଂସଦମାନେ ଗୃହରୁ ଓ୍ଵାକ୍ ଆଉଟ୍ କରିଥିଲେ। ସମସ୍ତ ସଦସ୍ୟ 'ଦାଦାଗିରି ନହିଁ ଚାଲେଗା'ର ସ୍ଲୋଗାନ ଦେଇ ରାଜ୍ୟସଭାରୁ ବାହାରି ଯାଇଥିଲେ। କିଛି ଦିନ ତଳେ 'ଜୟା ଅମିତାଭ ବଚ୍ଚନ' କୁହାଯାଉଥିବା ଏହି ପ୍ରସଙ୍ଗକୁ ନେଇ ଜୟା ବଚ୍ଚନ ଓ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଯୁକ୍ତିତର୍କ ଚାଲିଆସୁଛି।

Also Read: Cancer Risk: ଏହି ୨ଟି ରୋଗ ଥିବା ମହିଳାଙ୍କୁ ହେଉଛି କ୍ୟାନସର ରୋଗ! Study ରୁ ଖୁଲାସା

ଏହି ପୂରା ହଟ୍ଟଗୋଳକୁ ନେଇ ଗୃହ ନେତା ଜେପି ନଡ୍ଡା ବିରୋଧୀଙ୍କ(JP Nadda) ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। କିନ୍ତୁ ବିରୋଧୀ ପଛଘୁଞ୍ଚା ଦେଉନାହାଁନ୍ତି। ଏବେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ । ମହାଭିଯୋଗ ପ୍ରସ୍ତାବ ଆଣିବାକୁ ହେଲେ ବିରୋଧୀଙ୍କୁ ୧୪ ଦିନର ନୋଟିସ୍ ଦେବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କୋଠରୀରେ ସାଂସଦଙ୍କ ଦସ୍ତଖତ କରାଯାଉଛି।

ନିୟମ ହେଉଛି ସଂସଦର ଗୃହରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥାଏ। ସମ୍ବିଧାନର ଉଲ୍ଲଂଘନ, ଅସଦାଚରଣ କିମ୍ବା ଅପାରଗତା ପ୍ରମାଣିତ ହେଲେ ହିଁ ଏହି ପ୍ରସ୍ତାବ ଅଣାଯାଇପାରିବ।  ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବ ଅଣାଯାଇପାରେ। ଲୋକସଭାରେ (Loksabha)ଏହି ପ୍ରସ୍ତାବ ଆଗତ କରିବା ପାଇଁ ଅତି କମରେ ୧୦୦ ସାଂସଦଙ୍କ ଦସ୍ତଖତ ଆବଶ୍ୟକ ଏବଂ ରାଜ୍ୟସଭାରେ(Rajya Sabha) ଅତି କମରେ ୫୦ ସାଂସଦଙ୍କ ଦସ୍ତଖତ ଆବଶ୍ୟକ ।

Also Read: Black Pepper Side Effects: ଅଧିକ ଗୋଲମରିଚର ବ୍ୟବହାର, ଆଣିଦେବ ବଡ଼ ବିପଦ

Also Read: Nag Panchami 2024: ଆଜିଠୁ ଘଟିଲା ଅଦ୍ଭୁତ ସଂଯୋଗ, ୫ ରାଶିର ଫିଟିବ ଭାଗ୍ୟ !

Read More
{}{}