Hindi News >>Home >>Odisha National-International

Surgical Strike: ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ଜବାବ: ଇରାନ୍‍ ଉପରେ ପାକିସ୍ତାନର ଆକ୍ରମଣ, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୁଇଦିନ ପରେ ଇରାନକୁ ଜବାବ ଦେଇଛି ପାକିସ୍ତାନ। ଗୁରୁବାର ସକାଳୁ ଅନେକଗୁଡ଼ିଏ କ୍ଷେପଣାସ୍ତ୍ର ମାଡ଼ ହେତୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତିନିଜଣ ମହିଳା ଓ ୪ ଶିଶୁ ରହିଛନ୍ତି। ପାକିସ୍ତାନ ସୀମାରେ ଥିବା ଇରାନ୍‍ର ସିସ୍ତାନ-ବାଲୁଚିସ୍ତାନ ରାଜ୍ୟର ସୀମାନ୍ତ ଗାଁରେ ଏହି ଆକ୍ରମଣ ହୋଇଛି।   ‘ଭାଇଭଳି’ ରାଷ୍ଟ୍ର ବେ

Advertisement
Surgical Strike: ସର୍ଜିକାଲ୍‍ ଷ୍ଟ୍ରାଇକ୍‍ର ଜବାବ: ଇରାନ୍‍ ଉପରେ ପାକିସ୍ତାନର ଆକ୍ରମଣ, ୭ ଜଣଙ୍କ ମୃତ୍ୟୁ
Stop
Zee Odisha Desk|Updated: Jan 18, 2024, 12:20 PM IST

Surgical Strike: ନୂଆଦିଲ୍ଲୀ: ଦୁଇଦିନ ପରେ ଇରାନକୁ ଜବାବ ଦେଇଛି ପାକିସ୍ତାନ। ଗୁରୁବାର ସକାଳୁ ଅନେକଗୁଡ଼ିଏ କ୍ଷେପଣାସ୍ତ୍ର ମାଡ଼ ହେତୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ତିନିଜଣ ମହିଳା ଓ ୪ ଶିଶୁ ରହିଛନ୍ତି। ପାକିସ୍ତାନ ସୀମାରେ ଥିବା ଇରାନ୍‍ର ସିସ୍ତାନ-ବାଲୁଚିସ୍ତାନ ରାଜ୍ୟର ସୀମାନ୍ତ ଗାଁରେ ଏହି ଆକ୍ରମଣ ହୋଇଛି। 

 ‘ଭାଇଭଳି’ ରାଷ୍ଟ୍ର ବୋଲି ସମ୍ବୋଧନ କରି ନିଜର ବିବୃତ୍ତିରେ ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ କେହି ଇରାନ୍‍ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ।  ପୂର୍ବରୁ ପାକିସ୍ତାନର ବାଲୁଚିସ୍ତାନ ରାଜ୍ୟ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ଏହା ପାକିସ୍ତାନର ସାର୍ବଭୌମତ୍ତ୍ୱକୁ ହନନ କରୁଛି ବୋଲି ନିନ୍ଦା କରିଥିଲା ପାକିସ୍ତାନ। ଏପରିକି ସମସ୍ୟାର ସମାଧାନ ପାଇଁ ଅନେକ ବାଟ ଥିବାବେଳେ ଇରାନ ସେସବୁକୁ ନଆପଣାଇ ଏହାର ଜମି ଉପରେ ଆକ୍ରମଣ କରିଥିଲା। ଆଜି ଏହି ଆକ୍ରମଣକୁ ତାହାର ଜବାବ ବୋଲି କୁହାଯାଉଛି। 

ମଙ୍ଗଳବାରଦିନ ଇରାନ୍‍ ପକ୍ଷରୁ ଡ୍ରୋନ୍‍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ପାକିସ୍ତାନର ମାଲୋଚିସ୍ତାନ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଥିବା  ଜୈଶ ଅଲ ଅଦିଲ ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲା ଇରାନ। ସୁନି ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ ପରେ ଇରାନ୍‍ ସହ କୂଟନୀତିକ ସମ୍ପର୍କ ଛିନ୍ନ କରିଥିଲା ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ସହ ଇରାନ୍‍ରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରି ଆସିବାକୁ କହିଥିଲା।   

ଏକ ବିବୃତ୍ତିରେ ପାକିସ୍ତାନ କହିଛି ଯେ, ଅନେକ ଦିନ ହେଲା ପାକିସ୍ତାନ ମୂଳବାସିନ୍ଦା ଆତଙ୍କୀମାନେ ଇରାନ ଭୂମିକୁ ନିଜର ସ୍ୱର୍ଗ ଭାବେ ବିବେଚନା କରି ନିରାପଦ ଉପଭୋଗ କରି ଆସୁଥିଲେ। ଏ ବାବଦରେ ପାକିସ୍ତାନ ଇରାନର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ସେ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ନିଜର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପାକିସ୍ତାନ ଏହି ଆକ୍ରମଣ କରିଛି ବୋଲି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣକୁ ଅପରେସନ୍‍ ‘ମାର୍ଗବାର ସରମଚାର’ ବୋଲି ଅଭିହିତ କରିଛି ପାକିସ୍ତାନ। ପାକିସ୍ତାନର ଆତଙ୍କୀ ଯେଉଁମାନେ ଇରାନ୍‍ ଭୂଇଁରେ ନିରାପତ୍ତା ଉପଭୋଗ କରି ଆଓୁଛନ୍ତି ତାହାଙ୍କୁ ସରମଚାର ବୋଲି ପାକିସ୍ତାନ ଅଭିହିତ କରିଛି। 

ଶକ୍ତ ଗୁଇନ୍ଦା ରିପୋର୍ଟକୁ ଆଧାର କରି ପାକିସ୍ତାନ ଏହି ଅପରେସନ୍‍ କରିଥିବା କହିବା ସହ ଏହା ଏକ ଉଚ୍ଚ ସଂଯୋଜିତ ଆକ୍ରମଣ ବୋଲି ସ୍ପଷ୍ଟ କରିଛି।

Read More
{}{}