Hindi News >>Home >>Odisha National-International

Drone: ମାତ ଖାଇବା ସତ୍ତ୍ୱେ ଚେତୁନାହିଁ ପାକିସ୍ତାନ, ୯ ମାସରେ ସୀମାକୁ ପଠାଇଛି ୧୯୧ ଡ୍ରୋନ

Pakistani Drone in India: ପାକିସ୍ତାନ ପଟୁ ପଠାଯାଇଥିବା ମୋ ୧୯୧ ଡ୍ରୋନ ମଧ୍ୟରୁ ୧୭୧ ପଞ୍ଜାବ ଏବଂ ୨୦ ଜମୁ ସେକ୍ଟର ଦେଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି। 

Advertisement
Drone: ମାତ ଖାଇବା ସତ୍ତ୍ୱେ ଚେତୁନାହିଁ ପାକିସ୍ତାନ, ୯ ମାସରେ ସୀମାକୁ ପଠାଇଛି ୧୯୧ ଡ୍ରୋନ
Stop
Subhramjit Ray|Updated: Oct 12, 2022, 10:55 PM IST

Infiltration Into Indian Border: ସୀମାରେ ଆତଙ୍କବାଦ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଏବେ ଡ୍ରୋନ ସାହାରା ନେଇଛନ୍ତି ପାକିସ୍ତାନ। ଆତଙ୍କବାଦୀ ଆକ୍ରମଣ ହ୍ରାସ ପାଇବା ପରେ ଏବେ ଡ୍ରୋନ ପଠାଇ ଭାରତୀୟ ସୀମାରେ ବେଆଇନ କାର୍ଯ୍ୟ କରିବାକୁ ଷଡଯନ୍ତ୍ର କରୁଛି ପାକିସ୍ତାନ। ବିଗତ ୯ ମାସରେ ପାକିସ୍ତାନ ପକ୍ଷରୁ ଭାରତୀୟ ଅଞ୍ଚଳକୁ ୧୯୧ ଡ୍ରୋନ ପଠା ଯାଇଥିବା କହିଛି ସୁରକ୍ଷାବଳ। କାଶ୍ମୀର ଘାଟିରେ ସକ୍ରିୟ ରହିଥିବା ସ୍ଥାନୀୟ ଆତଙ୍କବାଦୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବେ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ।  ଯାହା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିକୋଣରୁ  ଏକ ବଡ଼ ଚିନ୍ତାର ବିଷୟ। 

ପାକିସ୍ତାନ ପଟୁ ପଠାଯାଇଥିବା ଡ୍ରୋନ ମଧ୍ୟରୁ ୧୭୧ ପଞ୍ଜାବ ଏବଂ ୨୦ ଜମୁ ସେକ୍ଟର ଦେଇ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି। ତଥ୍ୟ ଅନୁଯାୟୀ ଭାରତ ପାକିସ୍ତାନ ସୀମାରେ ମାନବ ବିହୀନ ବିମାନ ୟୁଏଭି ପଞ୍ଜାବ-ଜାମୁ ସୀମାରେ ଚଳିତ ବର୍ଷ ଜାନୁୟାରୀ ପହିଲାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଖା ଯାଇଥିଲା।

ହେଲେ ପାକିସ୍ତାନ ପଟରୁ ପଠା ଯାଇଥିବା ଡ୍ରୋନ୍ କିମ୍ବା UAV ମଧ୍ୟରୁ ଅଧିକାଂଶ ଫେରିଯିବାରେ ସଫଳ ହୋଇଥିବାର ତଥ୍ୟ ମିଳିଛି। ହେଲେ ଏହା ମଧ୍ୟରୁ କେବଳ ସାତଟି ଡ୍ରୋନକୁ ସୀମା ସୁରକ୍ଷା ବଳ ଗୁଳି ମାରି ତଳକୁ ଖସାଇବାରେ ସଫଳ ହୋଇଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ୧୫ ସେପ୍ଟେମ୍ବର ମଧ୍ୟରେ ଯେଉଁ ସାତୋଟି ଡ୍ରୋନକୁ ଗୁଳି କରି ଖସାଯାଇଛି ତାହାକୁ ପଞ୍ଜାବର ଅମୃତସର, ଫିରୋଜପୁର ଏବଂ ଅବୋହର ଅଞ୍ଚଳରେ ଠାବ କରାଯାଇଛି।

ଏନେଇ ବିଏସଏଫ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ ଜାମୁ ଏବଂ ପଞ୍ଜାବକୁ ଅନ୍ତର୍ଜାତୀୟ ସୀମା ଦେଇ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ନିଶା ସାମଗ୍ରୀ ପରିବହନ ପାଇଁ ଡ୍ରୋନ ବ୍ୟବହାର କରାଯାଉଛି। ସୁରକ୍ଷାବଳ ବିଭିନ୍ନ AK ସିରିଜ୍ ଆକ୍ରମଣକାରୀ ରାଇଫଲ, ପିସ୍ତଲ, MP4 କାର୍ବାଇନ୍, କାର୍ବାଇନ୍ ମାଗାଜିନ, ଉଚ୍ଚ ବିସ୍ଫୋରକ କ୍ଷମତା ଗ୍ରେନେଡ୍ ତଥା ନିଶା ସାମଗ୍ରୀ ଜବତ କରାଯାଇଛି। ଯାହାକୁ ପାକିସ୍ତାନ ପଟୁ ଡ୍ରୋନ ଯୋଗେ ଭାରତୀୟ ଅଞ୍ଚଳକୁ ପଠା ଯାଇଥିଲା। କେବଳ ଅସ୍ତ୍ରଶସ୍ତ୍ର ନୁହେଁ ନିଶା ଦ୍ରବ୍ୟ ଚୋରଚାଲାଣ ପାଇଁ ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ।

Also Read: ଆଉ ଖସିପାରିବ ନାହିଁ Dragon; ଏଣିକି ମାଡିବସିବ Drone

ସୁରକ୍ଷା ଏଜେନ୍ସି, ବିଏସ୍ଏଫ୍ ଗୁଇନ୍ଦା ବିଭାଗ ଏବଂ ଜାମୁ କାଶ୍ମୀର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ କାଶ୍ମୀର ଉପତ୍ୟକା ତଥା ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି  ଯୋଗାଇବାକୁ ଆଫଗାନିସ୍ତାନ ହେରୋଇନ୍ ଚୋରାଚାଲାଣ କରୁଛି ପାକିସ୍ତାନ। ଯାହାକୁ ଭାରତୀୟ ଅଞ୍ଚଳକୁ ପଠାଇବା ଡ୍ରୋନ୍ ବ୍ୟବହାର କରାଯାଉଛି।

ଏହି କାର୍ଯ୍ୟପଛରେ ଲଶ୍କର-ଏ-ତୋଏବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନର ଭୂମିକା ରହିଛି। ଏଭଳି ଆତଙ୍କବାଦୀ ସଙ୍ଗଠନର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଶିବିର ରହିଛି। ସେମାନଙ୍କ ପଛରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମର୍ଥନ ରହିଛି। ଡ୍ରୋନ୍ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ସମାଧାନ ଖୋଜିବାକୁ ପାଇଁ ଗୃହ ମନ୍ତ୍ରଣାଳୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ସୀମାରେ ପାକିସ୍ତାନୀ ଡ୍ରୋନ ଉପରେ ସତର୍କ ନଜର ରଖୁଛନ୍ତି  ଭାରତୀୟ ସୁରକ୍ଷାବଳ। 

 

{}{}