Hindi News >>Home >>Odisha National-International

Google: ଗୁଗୁଲର ମନମାନୀ! ପ୍ଲେ-ଷ୍ଟୋରରୁ ହଟାଇଥିବା ୨୦୦ ଆପ୍ ରୁ ୧୫ଟି କଲା ରି-ଷ୍ଟୋର

Google: ଗୁଗୁଲକୁ ନିଜର ପ୍ରଭାବଶୀଳ ସ୍ଥିତିର ଦୂରପଯୋଗ କରୁଥିବା ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ଅଭିଯୋଗ କରିଛି। ଆପ୍ ଡେଭଲପର୍ସ ଦାବି କରିଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ୨୦୦ରୁ ଅଧିକ ଭାରତୀୟ ଆପ୍ ହଟାଯାଇଛି । 

Advertisement
Google: ଗୁଗୁଲର ମନମାନୀ! ପ୍ଲେ-ଷ୍ଟୋରରୁ ହଟାଇଥିବା ୨୦୦ ଆପ୍ ରୁ ୧୫ଟି କଲା ରି-ଷ୍ଟୋର
Stop
Zee Odisha Desk|Updated: Mar 05, 2024, 02:02 PM IST

Google: ଗୁଗୁଲ (Google) ଓ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଗୁଗୁଲକୁ ନିଜର ପ୍ରଭାବଶୀଳ ସ୍ଥିତିର ଦୂରପଯୋଗ କରୁଥିବା ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ଅଭିଯୋଗ କରିଛି। ଆପ୍ ଡେଭଲପର୍ସ ଦାବି କରିଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ୨୦୦ରୁ ଅଧିକ ଭାରତୀୟ ଆପ୍ ହଟାଯାଇଛି । ସେଥିମଧ୍ୟରୁ କେବଳ ୧୫ଟି ଆପ୍ କୁ ରି-ଷ୍ଟୋର କରାଯାଇଛି ।  ଏହି ବିବାଦ ମଧ୍ଯରେ ସୋମବାର ଗୁଗୁଲ ଓ ବିଭିନ୍ନ ଷ୍ଟାର୍ଟଅପ୍ କମ୍ପାନୀ ମଧ୍ଯରେ ବୈଠକ ହୋଇଥିଲା କିନ୍ତୁ ଏହି ବୈଠକରେ କୌଣସି ସମାଧାନର ବାଟ ବାହାରି ପାରିନଥିଲା ।

କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଷ୍ଟାର୍ଟଅପ୍  କମ୍ପାନୀ ଗୁଡ଼ିକ ସହିତ ପୃଥକ ଭାବେ ବୈଠକରେ ଆଲୋଚନା କରିଥିଲେ। ଏହି ସମୟରେ ଷ୍ଟାର୍ଟଅପ୍ କମ୍ପାନୀ ଗୁଡ଼ିକ ସରକାରଙ୍କଠାରୁ ସହାୟତା ଲୋଡିଥିଲା। CCI ଗୁଗୁଲକୁ ୧୫-୩୦ ପ୍ରତିଶତ ଫି ଚାର୍ଜ କରିବାର ପୁରୁଣା ପଦ୍ଧତିକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଆମେରିକୀୟ କମ୍ପାନୀ ଆପ୍ ମାଧ୍ୟମରେ ପେମେଣ୍ଟ ଉପରେ ୧୧ ପ୍ରତିଶତରୁ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା, ଯେଉଁପାଇଁ ଏହି ବିବାଦ ମୁଣ୍ତ ଟେକିଛି। ଏହାପୂର୍ବରୁ ଶୁକ୍ରବାର ଦିନ ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ, କେତେକ ଜଣାଶୁଣା ସଂସ୍ଥା ସମେତ ଅନେକ କମ୍ପାନୀ ଏହାର 'ବିଲିଂ' ନିୟମ ଉଲ୍ଲଂଘନ କରୁଛନ୍ତି। ଏହି କମ୍ପାନୀ ଗୁଡିକ ବିକ୍ରୟ ଉପରେ ପ୍ରଯୁଜ୍ୟ ପ୍ଲେ ଷ୍ଟୋର ସେବା ଦେୟ ପ୍ରଦାନ କରୁନାହାଁନ୍ତି । ପରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହିପରି ଆପ୍ ଗୁଡ଼ିକୁ ହଟାଇବାକୁ ଗୁଗୁଲ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

Also Read- World Richest Person: ପଛରେ ପଡ଼ିଲେ ଏଲନ୍ ମସ୍କ, ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମୁକୁଟ ପିନ୍ଧିଲେ...

ଏହା ପରେ, Shaadi.com, Matrimony.com, Bharat Matrimony, Balaji Telefilms 'Alt ଭଳି ବହୁ ଆପ ପ୍ଲେ ଷ୍ଟୋରରୁ ଗାଏବ ହୋଇଯାଇଥିଲା । ଏହି ବୈଠକକୁ ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଏହି ଆଲୋଚନାର ନିଷ୍କର୍ସ ବାହାରିବା ପରେ ଏନେଇ ସମୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଆପ୍ ଡେଭଲପର୍ସ ଦାବି କରିଛନ୍ତି, ଗୁଗୁଲ୍ ପ୍ଲେ ଷ୍ଟୋରରୁ ୨୦୦ରୁ ଅଧିକ ଆପ୍ କୁ ହଟାଯାଇଥିବା ବେଳେ ସେଥିମଧ୍ୟରୁ କେବଳ ୧୫ଟି ଆପ୍ ରି-ଷ୍ଟୋର କରାଯାଇଛି।  

{}{}