Hindi News >>Home >>Odisha National-International

Operation All Out:ସେନା କାର୍ଯ୍ୟାନୁଷ୍ଠାନରେ ଟଳିଛନ୍ତି କେତେ ଆତଙ୍କବାଦୀ? ସାମ୍ନାକୁ ଆସିଲା ତଥ୍ୟ

 ସେମାନଙ୍କ ମଧ୍ୟରୁ ସର୍ବାଧିକ ୬୩ ଜଣ ଆତଙ୍କବାଦୀ ଆତଙ୍କୀ ସଙ୍ଗଠନ ଲଶ୍କର-ଇ-ତୋଏବା ସହିତ ଜଡ଼ିତ ରହିଥିଲେ।

Advertisement
Operation All Out:ସେନା କାର୍ଯ୍ୟାନୁଷ୍ଠାନରେ ଟଳିଛନ୍ତି କେତେ ଆତଙ୍କବାଦୀ? ସାମ୍ନାକୁ ଆସିଲା ତଥ୍ୟ
Stop
Subhramjit Ray|Updated: Jun 13, 2022, 04:26 PM IST

Operation All Out: ଚଳିତ ବର୍ଷ ଆରମ୍ଭରୁ କାଶ୍ମୀର ଘାଟିରେ ଭାରତୀୟ ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୧୦୦ ଆତଙ୍କବାଦ। ସେମାନଙ୍କ ମଧ୍ୟରୁ ସର୍ବାଧିକ ୬୩ ଜଣ ଆତଙ୍କବାଦୀ ଆତଙ୍କୀ ସଙ୍ଗଠନ ଲଶ୍କର-ଇ-ତୋଏବା ସହିତ ଜଡ଼ିତ ରହିଥିଲେ। ସୋମବାର ଏହି ସୂଚନା ସାମ୍ନାକୁ ଆସଛି।

ଏନେଇ କୁହାଯାଇଛି ଭାରତୀୟ ସୁରକ୍ଷା ବଳ ପକ୍ଷରୁ କାଶ୍ମୀର ଘାଟିରେ ଚଳିତ ବର୍ଷ ଆରମ୍ଭରୁ ମୋଟ ୨୯ ବିଦେଶୀଙ୍କ ସମେତ ମୋଟ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଯାହା ଗତ ବର୍ଷ ଏହି ସମୟରେ ନିହତ ହୋଇଥିବା ଆତଙ୍କବାଦୀ ସଂଖ୍ୟାର ୨ ଗୁଣ।   

ଗତ ବର୍ଷ ଏହି ସମୟ ପର୍ଯ୍ୟନ୍ତ ଜଣେ ବିଦେଶୀ ଆତଙ୍କବାଦୀ ସମେତ ମୋଟ ୫୦ ଜଣ ଆତଙ୍କୀ ଆତଙ୍କବାଦ ଦମନ ଅଭିଯାନରେ ନିପାତ ହୋଇଛନ୍ତି। ନିପାତ ଆତଙ୍କବାଦୀଙ୍କ ମଧ୍ୟରୁ ୬୩ ଜଣ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଏବା ଗୋଷ୍ଠୀର ହୋଇଥିବାବେଳେ ଅନ୍ୟ ୨୪ ଜଣ ଜୈଶ-ଇ-ମହମ୍ମଦ ସହ ଜଡିତ ରହିଥିଲେ। ଦେଶରେ ଆତଙ୍କବାଦ ଦମନ ପାଇଁ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି  ଭାରତ ସରକାର।  

କେବଳ ଆତଙ୍କବାଦ ନୁହେଁ ଦେଶରେ ହ୍ରାସ ପାଇଛି ଉଗ୍ରବାଦ। ନିକଟରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଜରିଆରେ କୁହାଯାଇଛି ବିଗତ ୮ ବର୍ଷ ମଧ୍ୟରେ ଦେଶର ପୂର୍ବୋତ୍ତର ରାଜ୍ୟରେ ଉଗ୍ରବାଦ ସହ ଜଡ଼ିତ ଘଟଣା ୮୦% ପ୍ରତିଶତ ହ୍ରାସ ପାଇଛି। ଏହି ରିପୋର୍ଟ ମୁତାବକ ୨୦୧୪ ପର ଠାରୁ ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ରାଜ୍ୟର ସୁରକ୍ଷା ଜନିତ ସ୍ଥିତିରେ ସୁଧାର ଆସିଛି। 

Also Read: ଏଥର ସରକାରୀ କାର୍ଯ୍ୟାଳୟରେ ପାଳିତ ହେବ ଆତଙ୍କବାଦ ନିରୋଧ ଦିବସ

Also Read: ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

 

 

 

 

 
Read More
{}{}