Hindi News >>Home >>Odisha National-International

ଜାମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଜଣଙ୍କର ମୃତ୍ୟୁ ଜଣେ ଗୁରୁତର

kashmir pandit targeted: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ (target killing) ଦେଖିବାକୁ ମିଳିଛି। ଶୋପିଆନରେ ଆତଙ୍କବାଦୀ (Terrorist) ମାନେ ପୁନଶ୍ଚ ସାଧାରଣ ନାଗରିକଙ୍କ ଉପରେ ଆକ୍ରଣଣ କରିଛନ୍ତି।

Advertisement
ପ୍ରତୀକାତ୍ମକ
Stop
Zee Odisha Desk|Updated: Aug 16, 2022, 02:05 PM IST

kashmir Pandit Target Killing: ଜମ୍ମୁ-କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ (target killing) ଦେଖିବାକୁ ମିଳିଛି। ଶୋପିଆନରେ ଆତଙ୍କବାଦୀ (Terrorist) ମାନେ ପୁନଶ୍ଚ ସାଧାରଣ ନାଗରିକଙ୍କ ଉପରେ ଆକ୍ରଣଣ କରିଛନ୍ତି। ଆତଙ୍କବାଦୀ ମାନେ ଦୁଇ କାଶ୍ମୀର ପଣ୍ଡିତ(Kashmir pandit) ଭାଇଙ୍କୁ ଗୁଳି ମାରିଛନ୍ତି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣ ଶୋପିଆନର ଚୋଟିଗାମ ଗାଁରେ ଦେଖିବାକୁ ମିଳିଛି। ଆଙ୍କବାଦୀ ଆକ୍ରମଣ ଶିକାର ହୋଇଥିବା ଦୁଇ ଭାଇ ହେଲେ ସୁନିଲ କୁମାର ଏବଂ ପୁଣ୍ଟୁ କୁମାର। ସେମାନେ ଯେତେବେଳେ ସେଓ(Apple) ବିଗିଚାରେ ଥିଲେ ସେହି ସମୟରେ ଆତଙ୍କବାଦୀ ମାନେ ଆକ୍ରମଣ କରିଦେଇଥିଲେ। ଏହି ଆକ୍ରମଣ ପରେ ପୋଲିସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିବା ସହିତ ତଲାସି ଜାରି ରଖିଛି।  

ଟାର୍ଗେଟରେ କିଲିଂ ସମ୍ପର୍କରେ ଜମ୍ମୁ-କାଶ୍ମୀରର ଆଇଜିପି କହିଛନ୍ତି, ମହିଳା, ଶିଶୁ, ପୋଲିସ ବାହିନୀ ଏବଂ ବାହାର ଶ୍ରମିକଙ୍କ ସମେତ ନିରୀହ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ମାନେ ଉପତ୍ୟକାରେ ଅଶାନ୍ତି ବାତାବରଣ ଜାରି ରଖିବାକୁ ଉଦ୍ୟମ କରୁଛନ୍ତି। ହେଲେ ସେଥିରେ ଆମେ ତାଙ୍କୁ ସଫଳ ହେବାକୁ ଦେବୁନାହିଁ। କାଶ୍ମୀରର ସମସ୍ତ ୩ଟି ଅଞ୍ଚଳରେ ବିଶେଷ କରି ବିଦେଶୀ ଆତଙ୍କବାଦୀଙ୍କ ବିରୋଧରେ ଆମର ସିଟି ଅପରେସନ ଏକକାଳୀନ ଜାରି ରହିବ।

ଏଠାରେ କହିରଖୁଛୁ ଯେ, ନିକଟରେ ବଡଗାମ ଜିଲ୍ଲାର ୱାଟରହେଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏକ ସଂଘର୍ଷରେ କାଶ୍ମୀରରେ ଟାର୍ଗେଟ କିଲିଂରେ ସମ୍ପୃକ୍ତ ଥିବା ଜଣେ ଆତଙ୍କବାଦୀ ଲତିଫର ମୃତ୍ୟୁ ହୋଇଥିଲା। ଲତିଫ ରାଥରର ହତ୍ୟା ପରେ କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଏହା କ୍ରମାଗତ ଭାବେ ଦ୍ୱିତୀୟ ଘଟଣା।

କାଶ୍ମୀରର ଏଡିଜିପି ବିଜୟ କୁମାର କହିଥିଲେ ଯେ, ଅନେକ ନିରୀହ ନାଗରିକଙ୍କ ହତ୍ୟାରେ ଲତିଫ ରାଥର ସମ୍ପୃକ୍ତ ଥିଲେ। ରାହୁଲ ଭଟ୍ଟ ଏବଂ ଆମ୍ରିନ୍ ଭଟ୍ଟଙ୍କ ହତ୍ୟାରେ ମଧ୍ୟ ସେ ସମ୍ପୃକ୍ତ ଥିଲା। ୨୪ ଘଣ୍ଟା ମଧ୍ୟରେ ସାଧାରଣ ନାଗରିକଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଏଥି ସହିତ ଚାରି ଦିନ ପୂର୍ବେ ବାନ୍ଦିପୋରାରେ ଆତଙ୍କବାଦୀ ମାନେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଦୁଇ ଭାଇଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସିଙ୍କ ବୟାନ ଆସିଛି। ଅୱେସି, ମୋଦି ସରକାରଙ୍କୁ ଘେରି ଘେରିଛନ୍ତି। ଅସଦୁଦ୍ଦିନ କହିଛନ୍ତି ଯେ, କାଶ୍ମୀରରେ ବିଜେପି ଦ୍ବାରା ନୁଯୁକ୍ତ ଏଲଜି ନିଯୁକ୍ତ ଅଛନ୍ତି, ମୋଦିଙ୍କ ପ୍ରଶାସନ ରହିଛି ହେଲେ ସମାନେ ବିଫଳ ହୋଇଛନ୍ତି। ଧାର ୩୭୦ ପ୍ରତ୍ୟାହାର କରାଯିବା ସତ୍ତ୍ବେ କାଶ୍ମୀରରେ ପଣ୍ଡିତ ମାନେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। କାଶ୍ମୀରୀ ପଣ୍ଡିତ ମାନେକାଶ୍ମୀର ଛାଡିବା ପାଇଁ ଚାହୁଁଛନ୍ତି। ଏହା ମୋଦି ସରକାରଙ୍କ ବିଫଳତା ହୋଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଏହାର ଉତ୍ତର ଦେବା ଉଚିତ୍ ବୋଲି ଅସଦୁଦ୍ଦିନ କହିଛନ୍ତି।

Read More
{}{}