Hindi News >>Home >>Odisha National-International

Corona Infection: କୋରୋନା ସଂକ୍ରମଣ ବଢାଉଛି ଏହି ଖାଦ୍ୟ, ସପ୍ତାହେ ପର୍ଯ୍ୟନ୍ତ ରହିଥାଏ ଏହାର ପ୍ରଭାବ

Covid 19 Infection Alert: ସାରା ବିଶ୍ୱରେ ପୁଣି ଡ଼ରାଇଲାଣି କୋରୋନା। ଚୀନ ଓ ଜାପାନ ସମେତ ୫ଟି ଦେଶରେ କୋରୋନା ତାଣ୍ଡବ ରଚୁଥିବା ବେଳେ ଏବେ ଚତୁର୍ଥ ଲହର ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି। ତେବେ ଏକ ନୂଆ ଅଧ୍ୟୟନ ଅନୁସାରେ ଏମିତି ୫ଟି ଖାଦ୍ୟ ରହିଛି ଯେଉଁଥିରେ କୋରୋନା ଭାଇରସ ଦୀର୍ଘ ସମୟ ଧରି ଲାଗିରୁହେ। ଚାଲନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ...

Advertisement
Corona Infection: କୋରୋନା ସଂକ୍ରମଣ ବଢାଉଛି ଏହି ଖାଦ୍ୟ, ସପ୍ତାହେ ପର୍ଯ୍ୟନ୍ତ ରହିଥାଏ ଏହାର ପ୍ରଭାବ
Stop
Rasmita Sahoo|Updated: Jan 02, 2023, 10:28 AM IST

Corona Infection: କୋରୋନା ମହାମାରୀ (Coronavirus Pandemic) ର ଚତୁର୍ଥ ଲହର ସମ୍ଭାବନାକୁ ନେଇ ବାରମ୍ବାର ଚେତାବନୀ ଜାରି କରାଯାଉଛି। ଏହି ଭାରିଏଣ୍ଟରେ ଶିକାର ହେଉଥିବା ଲୋକ ଏକାସାଥୀରେ ୧୮ ଲୋକଙ୍କୁ ସଂକ୍ରମଣ କରିପାରେ। ତେବେ ଏକ ନୂଆ ଅଧ୍ୟୟନ ଅନୁସାରେ ଏମିତି ୫ଟି ଖାଦ୍ୟ ରହିଛି ଯେଉଁଥିରେ କୋରୋନା ଭାଇରସ ଦୀର୍ଘ ସମୟ ଧରି ଲାଗିରୁହେ। ଆସନ୍ତୁ ଜାଣିବା ଏହି ୫ଟି ଖାଦ୍ୟ ବିଷୟରେ ଯାହା ଖାଇଲେ କୋରୋନା ସଂକ୍ରମଣ ବୃଦ୍ଧି କରିଥାଏ। 

​FSA (Food Standards Agency) ର ଅଧ୍ୟୟନ ଅନୁସାରେ, କୋଭିଡ 19 ସଂକ୍ରମଣ ଖାଦ୍ୟ ଜରିଆରେ ମଧ୍ୟ ବୃଦ୍ଧି ପାଇଥାଏ। FSA ର ଅଧ୍ୟୟନ କହୁଛି  କି କୋଭିଡ ସଂକ୍ରମଣ କିଛି ଖାଦ୍ୟ ପଦାର୍ଥରେ ଏକ ସପ୍ତାହରୁ ଅଧିକ  ସମୟ ଧରି ଲାଗିରହିଥାଏ। ସାଉଥେମ୍ପଟନ ବିଶ୍ୱବିଦ୍ୟାଳୟର ସହଯୋଗରେ ହୋଇଥିବା ଅଧ୍ୟୟନ ଅନୁସାରେ ଯେଉଁ ଖାଦ୍ୟରେ ଭାଇରସ ଲାଗି ରହିଥାଏ ସେହିପରି ଖାଦ୍ୟ ପଦାର୍ଥ ବହୁତ ସାଧାରଣ କ୍ଷେତ୍ରର। ତେବେ ଚାଲନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ଯାହାଠାରୁ ଆମକୁ ଦୂରେଇ ରହିବା ଉଚିତ୍ ସତର୍କତା ଅବଲମ୍ବନ କରିବା ଉଚିତ୍।

ଚିଜ୍ 
ଚିଜ୍ ଓ ପନିରରେ ଆର୍ଦ୍ରତା, ପ୍ରୋଟିନ୍ ଏବଂ ସନ୍ତୁଳିତ ଚର୍ବି ଅଧିକ ରହିଥାଏ ଯାହା ଦ୍ୱାରା ଭୂତାଣୁଙ୍କୁ ସୁରକ୍ଷା ଦେଇପାରେ । କିନ୍ତୁ ଏହା ସେତେବେଳେ ସମ୍ଭବ ଯେତେବେଳେ ଏହା ସତେଜ ରହିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଏକ ସପ୍ତାହ ପର୍ଯ୍ୟନ୍ତ ରେଫ୍ରିଜରେଟରରେ ରଖାଯାଇଥିବା ଚେଡର ଚିଜ୍ ରେ COVID ଭୂତାଣୁ ସକ୍ରିୟ ଥିଲା।

ବ୍ରେଡ-ପେଷ୍ଟ୍ରି
କୋଭିଡର ଭୂତାଣୁ ଅନେକ ଘଣ୍ଟା ପାଉଁରୁଟି ଏବଂ ପେଷ୍ଟ୍ରି ଉପରେ ମଧ୍ୟ ରହିଥାଏ। ସେମାନଙ୍କ ଉପରେ ଲାଗିଥିବା ଭୂତାଣୁ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଥାଏ। 

​ପ୍ଲାଷ୍ଟିକ ବନ୍ଦ ଡ଼ବାରେ ଥିବା ଖାଦ୍ୟ
କୋରୋନା ଭାଇରସ ପ୍ଲାଷ୍ଟିକ୍ ବୋତଲ ଏବଂ ପାତ୍ରରେ ଥିବା ଖାଦ୍ୟରେ ଲାଗି ରହି ଅନେକ ଦିନ ବଞ୍ଚିପାରନ୍ତି। ମାତ୍ର ଆଲୁମିନିୟମ୍ ଫଏଲ୍ ପ୍ୟାକେଜିଂରେ ମାତ୍ର କିଛି ଘଣ୍ଟା ପାଇଁ ସକ୍ରିୟ ରୁହନ୍ତି । ଏପରି ପରିସ୍ଥିତିରେ, ପ୍ଲାଷ୍ଟିକରେ ପ୍ୟାକ୍ ହୋଇଥିବା ଖାଦ୍ୟରୁ ଦୂରେଇ ରହିବା କୋଭିଡ ସଂକ୍ରମଣର ବିପଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଗଚ୍ଛିତ ହୋଇ ରହିଥିବା ମାଂସ
ଏକ ସପ୍ତାହ ପାଇଁ ଫ୍ରିଜରେ ଗଚ୍ଛିତ ମାଂସରେ COVID ଭୂତାଣୁ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଥିବା ପ୍ରୋଟିନ୍, ଆର୍ଦ୍ରତା ଏବଂ ସନ୍ତୁଳିତ ଚର୍ବି ଭୂତାଣୁକୁ ରକ୍ଷା କରିପାରିବ। ସେଥିପାଇଁ ଏହା ସତେଜ ଥିବା ବେଳେ ହିଁ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରିବା ଉଚିତ୍। ଦୀର୍ଘ ସମୟ ପର୍ଯ୍ୟନ୍ତ ଗଚ୍ଛିତ ମାଂସ କୋଭିଡ ସଂକ୍ରମଣର କାରଣ ହୋଇପାରେ ।

ବ୍ରୋକଲି
କୋଭିଡ ଭାଇରସ ବ୍ରୋକଲି, ଲଙ୍କା ଓ ରସବେରୀରେ କିଛି ଦିନ ପାଇଁ ଜୀବିତ ରହିଥାନ୍ତି । ଭାଇରସ ଏହିପରି ଖାଦ୍ୟ ପଦାର୍ଥରେ ଅଧିକ ସମୟ ଧରି ରହିଥାନ୍ତି । ଯାହାଦ୍ୱାରା ଏହାକୁ ଖାଇବା ଦ୍ୱାରା ଜଣେ ବ୍ୟକ୍ତି କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇପାରେ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Read More
{}{}