Hindi News >>Home >>Odisha National-International

Railway Budget 2023: ରେଳବାଇ ବଜେଟ୍ ଆବଣ୍ଟନରେ ଓଡ଼ିଶାକୁ ମିଳିଲା କ'ଣ? ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ରେଳମନ୍ତ୍ରୀ

Railway Budget 2023 Allocation For Odisha:  ଚଳିତ ୨୦୨୩-୨୪ ବଜେଟ ଆବଣ୍ଟନରେ ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ରେକର୍ଡ ସଂଖ୍ୟକ ପାଣ୍ଠି ଆବଣ୍ଟିତ ହୋଇଛି। ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ  ୧୦ ହଜାର ୧୨ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅନ୍ତର୍ଗତ ଓଡିଶାର ୫୭ ଷ୍ଟେସନର ବିକାଶ କରିବାକୁ ଯୋଜନା ରହିଛି। ଯାହା ମଧ୍ୟରେ ରହିଛି ପୁରୀ, ଭୁବନେଶ୍ୱର ଏବଂ କଟକ ରେଳଷ୍ଟେସନ।

Advertisement
Railway Budget 2023: ରେଳବାଇ ବଜେଟ୍ ଆବଣ୍ଟନରେ ଓଡ଼ିଶାକୁ ମିଳିଲା କ'ଣ? ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ରେଳମନ୍ତ୍ରୀ
Stop
Zee Odisha Desk|Updated: Feb 03, 2023, 11:43 PM IST

What Odisha Got Railway Budget Allocation 2023: ଚଳିତ ବର୍ଷର ରେଳ ବଜେଟ ଆବଣ୍ଟନରେ ଓଡ଼ିଶା କ'ଣ ପାଇଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୧୦ ହଜାର ୧୨ କୋଟି ଟଙ୍କା ରେକର୍ଡ ଆବଣ୍ଟନ କରାଯାଇଛି। ରେଳମନ୍ତ୍ରୀ 
ରାଜ୍ୟର ବିଭିନ୍ନ ମଞ୍ଜୁରୀପ୍ରାପ୍ତ ତଥା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠି ବାବଦରେ ଅବଗତ କରାଇଛନ୍ତି।

ଚଳିତ ୨୦୨୩-୨୪ ବଜେଟ ଆବଣ୍ଟନରେ ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ରେକର୍ଡ ସଂଖ୍ୟକ ପାଣ୍ଠି ଆବଣ୍ଟିତ ହୋଇଛି। ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ  ୧୦ ହଜାର ୧୨ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅନ୍ତର୍ଗତ ଓଡିଶାର ୫୭ ଷ୍ଟେସନର ବିକାଶ କରିବାକୁ ଯୋଜନା ରହିଛି। ଯାହା ମଧ୍ୟରେ ରହିଛି ପୁରୀ, ଭୁବନେଶ୍ୱର ଏବଂ କଟକ ରେଳଷ୍ଟେସନ।

ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧିନସ୍ଥ ପୁରୀ, ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନ ବିକାଶ ପାଇଁ ୭୭୩ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ବିକାଶ କାର୍ଯ୍ୟ ତଦାରଖ ପାଇଁ ପୁରୀ ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରେ କ୍ୟାମ୍ପ ଅଫିସ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଲିଙ୍ଗରାଜ ରୋଡ୍ ପାସଞ୍ଜର ହଲ୍ଟ ଠାରେ ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅଧୀନରେ ବଡ଼ ଧରଣର ବିକାଶ କାର୍ଯ୍ୟ କରାଯିବ। ଭୁବନେଶ୍ୱର ବିମାନ ବନ୍ଦର ସହିତ ପୁରୀ ପର୍ଯ୍ୟନ୍ତ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି।

ପ୍ରମୁଖ ସହରକୁ ସଂଯୋଗ କରିବା ପାଇଁ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ କରାଇବା ଉପରେ ଯୋଜନା ରହିଛି। ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅଧୀନରେ ଯେଉଁ ରେଳ ଷ୍ଟେସନ ବିକଶିତ ହେଉଛି ଲିଙ୍ଗରାଜ ରୋଡ୍, ପଲାସା, କେନ୍ଦୁଝରଗଡ, ପାରାଦୀପ, ମଞ୍ଚେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ, ତାଳଚେର, ଅନଗୁଳ, ବାଲୁଗାଁ, ଛତ୍ରପୁର, ଇଚ୍ଛାପୁରମ୍, ମେରାମୁଣ୍ଡଳୀ, ସାକ୍ଷୀଗୋପାଳ ଏବଂ ରଘୁନାଥପୁର। ନୂଆ ଭୁବନେଶ୍ୱର, ଭଦ୍ରକ, ବ୍ରହ୍ମପୁର, ଯାଜପୁର -କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ବିକାଶ ପାଇଁ ମାଷ୍ଟର ପ୍ଲାନ ଆରମ୍ଭ ହୋଇଛି।

ଖୋର୍ଦ୍ଧା ରୋଡ଼ ମଣ୍ଡଳ, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରାଯାଇଛି। ଯେଉଁଥିରେ ନୂତନ ଭିତ୍ତିଭୂମି, ନୂତନ ଲାଇନ, ନୂତନ ଷ୍ଟେସନ କୋଠା, ବନ୍ଦେ ଭାରତ ଏବଂ ବନ୍ଦେ ମେଟ୍ରୋ ଭଳି ନୂତନ ଟ୍ରେନ ଚଳାଚଳ ଉପରେ ଧ୍ୟାନ ଦିଆଯାଇଛି। ଉନ୍ନତ ସେବା ଯୋଗାଇବା ପାଇଁ ଆଧୁନିକ ମାଲ ପରିବହନ ସେବା ମଧ୍ୟ କାର୍ଯ୍ୟକାରୀ କରାଯିବ। 

Read More
{}{}