Hindi News >>Home >>Odisha National-International

Nobel Prize 2023: ଚିକିତ୍ସା ବିଜ୍ଞାନରେ ନୋବେଲ ପାଇବେ କ୍ୟାଟଲିନ୍ କାରିକୋ ଓ ଡ୍ରିଉ ୱିସମ୍ୟାନ୍

Nobel Prize 2023: ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡ଼ିସିନ ପାଇଁ କ୍ୟାଟଲିନ୍ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପ୍ରଭାବଶାଳୀ ‘ଏମଆରଏନଏ’ (MRNA vaccine) ଟୀକାର ବିକାଶ ଲାଗି ଏହି ଦୁଇ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 02, 2023, 05:10 PM IST

Physiology and Medicine Nobel Prize 2023: ସୋମବାର ଦିନ ଘୋଷଣା ହୋଇଛି ନୋବେଲ ପୁରସ୍କାର (Nobel Prize 2023) ୨୦୨୩ । ଏଥିରେ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡ଼ିସିନ ପାଇଁ କ୍ୟାଟଲିନ୍ କାରିକୋ (katalin kariko) ଓ ଡ୍ରିଉ ୱିସମ୍ୟାନଙ୍କ (Drew Weissman )ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଭୟଙ୍କର କୋରୋନା ମହାମାରୀ (Covid 19 ) ସମୟରେ ପ୍ରଭାବଶାଳୀ ‘ଏମଆରଏନଏ’ (MRNA vaccine) ଟୀକାର ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଫଳପ୍ରଦ ଗବେଷଣା ଯୋଗୁଁ ଦୁହେଁଙ୍କୁ ଚିକିତ୍ସା ବିଜ୍ଞାନରେ ନୋବଲ ପୁରସ୍କାର ଲାଗି ମନୋନୀତ କରାଯାଇଛି ।

ସୂଚନା ଅନୁଯାୟୀ, ସ୍ବିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ୍ (Sweden Karolinska Institute)  ପକ୍ଷରୁ ଆଜି ମେଡ଼ିସିନରେ ନୋବେଲ ପୁରସ୍କାର (Medicine Nobel Prize 2023) ଘୋଷଣା କରାଯାଇଛି । କାଟାଲିନ୍ ଜଣେ ହଙ୍ଗେରୀ ବଂଶୋଦ୍ଭବ ଆମେରିକୀୟ ବାୟୋକେମିଷ୍ଟ ହୋଇଥିବାବେଳେ ଡ୍ରିଉ ଜଣେ ଆମେରିକୀୟ ଜୈବ ବିଜ୍ଞାନୀ (American physician and scientist) ଅଟନ୍ତି । ଆରଏନଏ ବାୟୋଲୋଜି କ୍ଷେତ୍ରରେ ନିଜର ଗବେଷଣା ପାଇଁ ଡ୍ରିଉ ବେଶ ପ୍ରସିଦ୍ଧ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା । ଯାହା ମାରାତ୍ମକ କୋଭିଡ଼-୧୯ ବିରୋଧରେ ଲଢିବା ନେଇ ସାରା ବିଶ୍ବର ସହାୟକ ହୋଇଥିଲା । ତେବେ ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ବିଭାଗ ଓ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର (Nobel Peace Prize) ଘୋଷଣା କରାଯିବ । ପରେ ଆସନ୍ତା ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ (Economics Nobel Prize) ବିଜେତାଙ୍କ ନାମ ଘୋଷଣା କରାଯିବ ।

Also Read-ଗୁଗୁଲ ମାପ ଯୋଗୁଁ ଅକାଳରେ ଚାଲିଗଲା ଦୁଇ ଡ଼ାକ୍ତରଙ୍କ ଜୀବନ

ପ୍ରକାଶ ଥାଉ କି, ୨୦୨୧ ମସିହାରେ ଆମେରିକୀୟ ଡେଭିଡ୍ ଜୁଲିୟସ ଓ ଆର୍ଡେନ ପାଟମିଟିୟମଙ୍କୁ ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଶରୀରର ତାପମାତ୍ରା, ଚାପ ଓ ଯନ୍ତ୍ରଣା ପ୍ରଦାନ କରୁଥିବା ରିସେପ୍ଟର ଆବିଷ୍କାର ଯୋଗୁଁ ଏହି ଦୁଇ ଗବେଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

 

Read More
{}{}