Hindi News >>Home >>Odisha National-International

No Fly Zone: କାହିଁକି ମକ୍କା-କାବା ଉପରେ ଉଡେ ନାହିଁ କୌଣସି ବିମାନ? ଜାଣନ୍ତୁ ଏହା ପଛର କାରଣ

No Fly Zone Area of Saudi Arabia: ଯେଉଁ ଅଞ୍ଚଳରେ ନୋ ଫ୍ଲାଏ ଜୋନ ନିୟମ ଲାଗୁ କରାଯାଇଥାଏ, ସେଠାରେ କୌଣସି ପ୍ରକାର ବିମାନ ଯଥା ଯୁଦ୍ଧ ବିମାନ କିମ୍ବା ଯାତ୍ରୀ ବିମାନ ଅଥବା ହେଲିକପ୍ଟର ଉଡ଼ି ପାରେନାହିଁ। ଏହି ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ସାଉଦି ଆରବସ୍ଥିତ ମକ୍କା-ମଦିନା ସହର। କୌଣସି ବିମାନ କିମ୍ବା ହେଲିକ୍ୟାପ୍ଟର ଅଥବା ଡ୍ରୋନ୍ ମକ୍କା-ମଦିନା କିମ୍ବା କାବା ଉପରେ ଉଡିପାରେ ନାହିଁ।

Advertisement
No Fly Zone: କାହିଁକି ମକ୍କା-କାବା ଉପରେ ଉଡେ ନାହିଁ କୌଣସି ବିମାନ? ଜାଣନ୍ତୁ ଏହା ପଛର କାରଣ
Stop
Zee Odisha Desk|Updated: Mar 09, 2023, 08:53 PM IST

Why Can Not Planes Fly Over Mecca: ସହର ହେଉ କିମ୍ବା ଗାଁ, ଆପଣ ନିଶ୍ଚିତ ଭାବେ ବିମାନ ଏହାର ଆକାଶରେ ଉଡୁଥିବାର ଦେଖିଥିବେ। କେତେକ ବିଶେଷ ଉତ୍ସବରେ ଯାତ୍ରୀବାହୀ ବିମାନ ବ୍ୟତୀତ ଯୁଦ୍ଧ ବିମାନ ଏବଂ ଡ୍ରୋନ୍ ମଧ୍ୟ ଗାଁ ସହରର ଆକାଶରେ ଉଡୁଥିବାର ଦେଖିଥିବ। ହେଲେ ବିଶ୍ୱରେ ଏପରି ଅନେକ ସ୍ଥାନ ରହିଛି, ଯାହା ଉପରେ କୌଣସି ପ୍ରକାର ବିମାନ କିମ୍ବା ଡ୍ରୋନ୍ ଉଡିପାରିବ ନାହିଁ। ଯାହାକୁ ନୋ ଫ୍ଲାଏ ଜୋନ୍ ବୋଲି କୁହାଯାଏ। ବିଶ୍ୱର ଅନେକ ସ୍ଥାନରେ ସାମୟିକ ଭାବେ ନୋ ଫ୍ଲାଏ ଜୋନ ନିୟମ ଲାଗୁ କରାଯାଇ ଥାଏ। ଯେଉଁ ଅଞ୍ଚଳରେ ନୋ ଫ୍ଲାଏ ଜୋନ ନିୟମ ଲାଗୁ କରାଯାଇଥାଏ, ସେଠାରେ କୌଣସି ପ୍ରକାର ବିମାନ ଯଥା ଯୁଦ୍ଧ ବିମାନ କିମ୍ବା ଯାତ୍ରୀ ବିମାନ ଅଥବା ହେଲିକପ୍ଟର ଉଡ଼ି ପାରେନାହିଁ। 

ଏହି ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ସାଉଦି ଆରବସ୍ଥିତ ମକ୍କା-ମଦିନା ସହର। କୌଣସି ବିମାନ କିମ୍ବା ହେଲିକ୍ୟାପ୍ଟର ଅଥବା ଡ୍ରୋନ୍ ମକ୍କା-ମଦିନା କିମ୍ବା କାବା ଉପରେ ଉଡିପାରେ ନାହିଁ। ଏଠାରେ ବିମାନ ନ ଉଡ଼ିବା ପଛରେ ଅନେକ ବିଭ୍ରାନ୍ତିକର ତଥ୍ୟ ମଧ୍ୟ ବିସ୍ତାର କରାଯାଇଛି। ସାଉଦି ଆରବ ସ୍ଥିତ ମକ୍କା ଇସଲାମ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହାସିକ ସ୍ଥାନ ବୋଲି ବିବେଚନା କରାଯାଏ। କୌଣସି ପ୍ରକାର ବିମାନ ମକ୍କା ଏବଂ ବିଶେଷ କରି ପବିତ୍ର କାବା ଉପରେ ଉଡ଼ିନଥାଏ। ହଜ୍ ତୀର୍ଥଯାତ୍ରାର ଶେଷ ଗନ୍ତବ୍ୟସ୍ଥଳ ଏବଂ ଇସଲାମ ଧର୍ମର ଧାର୍ମିକ କେନ୍ଦ୍ର ଭାବେ ମକା ପ୍ରସିଦ୍ଧ। ହଜ୍ ଯାତ୍ରାରେ ଭାଗ ନେଉଥିବା ଯାତ୍ରୀ ମକାସ୍ଥିତ ପବିତ୍ର କାବା ପରିବର୍ଶନ କରିଥାନ୍ତି। 

ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଏକ ବାର୍ତ୍ତା ଭାଇରାଲ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ମକ୍କା ହେଉଛି ପୃଥିବୀର କେନ୍ଦ୍ର। ସେଠାରେ ଚୁମ୍ବକୀୟ କ୍ଷେତ୍ର ଏତେ ଅଧିକ ଯେ ଯଦି ବିମାନ ଏହାର ଉପର ଦେଇ ଉଡ଼େ ତାହେଲେ ଏହା ନଷ୍ଟ ହୋଇଯାଏ। ହେଲେ ଆଜି ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରକାର ଅନୁସନ୍ଧାନ କରାଯାଇ ନାହିଁ କିମ୍ବା ଏହା ସହ ଜଡ଼ିତ କୌଣସି ବୈଜ୍ଞାନିକ ପ୍ରମାଣ ସାମ୍ନାକୁ ଆସିନାହିଁ। ସେଥିପାଇଁ ଏହାକୁ ଏକ ଭିତ୍ତିହୀନ ଦାବି ଦାବି କୁହାଯାଇ ପାରେ। ମକ୍କା କିମ୍ବା କାବା ଉପରେ ବିମାନ ଉଡ଼ାଣ ନକରିବା ପଛରେ ଧାର୍ମିକ କାରଣ ରହିଛି। ତାହା ହେଉଛି ମକ୍କା ଇସଲାମ ଧର୍ମରେ ସବୁଠାରୁ ପବିତ୍ର ଧର୍ମକ୍ଷେତ୍ର ବୋଲି ବିବେଚନା କରାଯାଏ। ସାଉଦି ଆରବ ସରକାର ଏହି ସମଗ୍ର ଅଞ୍ଚଳକୁ ନୋ ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି। 

ଏନେଇ ସାଉଦି ଆରବ ସରକାରଙ୍କ କହିବା କଥା ଯେ, ଯଦି ମକ୍କା ଏବଂ କାବା ଉପରେ ବିମାନ ଉଡ଼େ, ତାହେଲେ  ଏହା ମୁସଲମାନ ତୀର୍ଥଯାତ୍ରୀଙ୍କ ତୀର୍ଥଯାତ୍ରା ଅଭିଜ୍ଞତା ପ୍ରଭାବିତ ହେବ। ଇସଲାମ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ। ଯାହାର ଅନୁଗାମୀ ସଂଖ୍ୟା କୋଟି କୋଟିରେ ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ହଜ୍ କରିବା ପାଇଁ ମକ୍କା ଆସିଥାନ୍ତି। ଏଠାରେ ସେମାନେ ପ୍ରାର୍ଥନା କରନ୍ତି ଏବଂ ସେମାନଙ୍କ ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଥାନ୍ତି। 

ଏହି ଅଞ୍ଚଳର ପବିତ୍ରତା ଏବଂ ଆଧ୍ୟାତ୍ମିକ ବାତାବରଣ ବଜାୟ ରଖିବା ପାଇଁ ସାଉଦି ଆରବ ସରକାର ଏହାକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିଛନ୍ତି। ଏହା ପଛରେ ଯୁକ୍ତି ହେଉଛି ଯେ ବିମାନର ଗତିବିଧି ଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ କାରଣରୁ ହଜ୍ ଯାତ୍ରୀଙ୍କ ଧ୍ୟାନ ଭଙ୍ଗ ହେବ। ଇସଲାମ ଧର୍ମକୁ ଅନୁସରଣ କରୁଥିବା ଲୋକେ ହଜ୍ ଯାତ୍ରା ପାଇଁ ଜୀବନ ସାରା ସଞ୍ଚୟ କରିଥାନ୍ତି। ଏଭଳି ପରିସ୍ଥିତିରେ ତୀର୍ଥଯାତ୍ରୀଙ୍କ ହଜ୍ କରିବା ବେଳେ କିପରି ଭଲ ଅଭିଜ୍ଞତା ମିଳିବ, ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯଦିଓ ବିମାନ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇନାହିଁ।  ଗଣମାଧ୍ୟମ ପ୍ରତିନିଧି ଏବଂ ସଙ୍ଗଠନକୁ ସହରର ଏରିଏଲ୍ ଫୁଟେଜ୍ ନେବାକୁ ଅନୁମତି ଦିଆଯାଇଛି। ହେଲେ ଏହା ବହୁତ କ୍ୱଚିତ୍ ଘଟିଛି।

 

Read More
{}{}