Hindi News >>Home >>Odisha National-International

ମମତା ବାନାର୍ଜୀଙ୍କ ଦାବି ଉପରେ NITI ଆୟୋଗ ଦେଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ ସିଇଓ ବି.ଭି.ଆର ସୁବ୍ରମଣ୍ୟମ୍?

NITI Aayog On Mamata Banerjee Claim: ୨୭ ଜୁଲାଇରେ ଦିଲ୍ଲୀରେ ଅନୁଷ୍ଠିତ NITI ଆୟୋଗ ବୈକ ପରେ ମମତା ବାନାର୍ଜୀଙ୍କ ଦାବି ଉପରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ସେ ବ୍ୟାକଫୁଟରେ ଥିବା ଜଣାପଡିଛି।  

Advertisement
NITI Aayog On Mamata Banerjee Claim
Stop
Jagdish Barik|Updated: Jul 27, 2024, 08:55 PM IST

NITI Aayog Meeting : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ (୨୭ ଜୁଲାଇ) ଦାବି କରିଥିଲେ ଯେ ଯୋଗଦେବାକୁ ଆସିଥିବା NITI ଆୟୋଗ ବୈଠକରେ ତାଙ୍କୁ କହିବାକୁ ଅନୁମତି ଦିଆଯାଇନଥିଲା ଓ ମାଇକ ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ରାଜନୈତିକ ହଙ୍ଗାମା ହୋଇଛି। ପିଆଇବି ଫ୍ୟାକ୍ଟ ଚେକ୍ ଏହି ମାମଲାକୁ ମିଥ୍ୟା ଘୋଷଣା କରିଛି। ବର୍ତ୍ତମାନ NITI ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମଙ୍କ ବୟାନଙ୍କ ମଧ୍ୟ ସାମ୍ନାକୁ ଆସିଛି।

ସେ ଏହି ପ୍ରସଙ୍ଗରେ ନିଜର ପକ୍ଷ ଉପସ୍ଥାପନ କରି କହିଛନ୍ତି, "ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିବାକୁ କହିଥିଲେ। ଏହା ତାଙ୍କ ପକ୍ଷରୁ ଏକ ସ୍ପଷ୍ଟ ଅନୁରୋଧ ଥିଲା। ସାଧାରଣତ ଆଲଫାବେଟ୍ ଅନୁସାରେ କହିବା ସ୍ଥିର କରାଯାଇଥାଏ। ତେଣୁ ଏହା ଆନ୍ଧ୍ରପ୍ରଦେଶରୁ ଆରମ୍ଭ ହୋଇଥିଲା ଓ ଆମେ ପ୍ରକୃତରେ ସଂଶୋଧନ କରିଥିଲୁ ଓ ପ୍ରତିରକ୍ଷା ମନ୍ତ୍ରୀ ଗୁଜରାଟ ପୂର୍ବରୁ ତାଙ୍କୁ ଡାକିଥିଲେ।"

ସେ ଆହୁରି କହିଛନ୍ତି, “ପ୍ରତ୍ୟେକ ସିଏମ୍କୁ ସାତ ମିନିଟ୍ ବଣ୍ଟନ କରାଯାଇଥିଲା ଏବଂ ସ୍କ୍ରିନ୍ ଉପରେ କେବଳ ଏକ ଘଣ୍ଟା ଅଛି ଯାହା ଆପଣଙ୍କୁ ଅବଶିଷ୍ଟ ସମୟ କହିଥାଏ ତାପରେ ଏହା ସାତରୁ ଛଅ, ପାଞ୍ଚରୁ ଚାରି ଏବଂ ତିନି ମିନିଟ୍ ପ୍ରଯ୍ୟନ୍ତ ଯାଏ। ଏହାର ଶେଷରେ ଏହା ଶୂନ ଦେଖାଇଥାଏ ଓ କିଛି ହେଲା ନାହିଁ।ତା’ପରେ ସେ କହିଲେ ମୁଁ ଅଧିକ ସମୟ କହିବାକୁ ଚାହୁଁଥିଲି, କିନ୍ତୁ ମୁଁ କହିବି ନାହିଁ। ମୁଁ ବର୍ତ୍ତମାନ ଆଉ କିଛି କହିବି ନାହିଁ। କେବେଳ ଏତିକି। ଅନ୍ୟ କିଛି ନଥିଲା। ଆମେ ସମସ୍ତେ ଶୁଣିଲୁ। ସେ ତାଙ୍କର ମତ ପ୍ରକାଶ କରିଥିଲେ ଏବଂ ଆମେ ସମ୍ମାନର ସହ ଶୁଣୁଥିଲୁ ଓ ନୋଟ୍ କରିଥିଲୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଯିବା ପରେ ମଧ୍ୟ ବଙ୍ଗଳାର ମୁଖ୍ୟ ସଚିବ ଏହି ବୈଠକରେ ରହିଥିଲେ।"

BVR ସୁବ୍ରମଣ୍ୟମ୍ କହିଛନ୍ତି, "୧୦ ଟି ରାଜ୍ୟ ଅନୁପସ୍ଥିତ ଥିଲେ। ୨୬ଟି ରାଜ୍ୟ ଉପସ୍ଥିତ ଥିଲେ। କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ଦିଲ୍ଲୀ, ପଞ୍ଜାବ, ହିମାଚଳ, ଝାଡଖଣ୍ଡ ଏବଂ ପୁଡୁଚେରୀ । ବିହାରରେ ବିଧାନସଭା ଅଧିବେଶନ ଦୀର୍ଘ ସମୟ ଧରି ଚାଲିଥିଲା, ସେଥିପାଇଁ ସେ (ନୀତିଶ) ଅନୁପସ୍ଥିତ ରହିଥିଲେ। ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ୭ ମିନିଟ୍ ସମୟ ଦିଆଯାଇଥିଲା।"

Read More
{}{}