Hindi News >>Home >>Odisha National-International

Nia Raid: ଦେଶର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ! ୪୦ ରୁ ଅଧିକ ସ୍ଥାନରେ ରେଡ କଲା NIA

Nia Raid: ଆତଙ୍କବାଦୀ ସଂଗଠନ (ISIS) ଆଇଏସଆଇଏସ୍ ବିରୋଧରେ ଏନଆଇଏର ନେଲା ବଡ଼ ଆକ୍ସନ୍। ଭାରତରେ ଆତଙ୍କୀ ଆକ୍ରମଣ ଘଟାଇବା ପାଇଁ ISIS ଷଡଯନ୍ତ୍ର ମାମଲାରେ ଆଜି ସକାଳୁ ଦେଶର ୪୩ଟି ସ୍ଥାନନରେ ଏକକାଳିନର ରେଡ଼ କରିଛି ଏନଆଇଏ (National Investigation Agency)। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଚଢାଉ ଜାରି ରହିଛି (nia raids over 43 locations in karnataka and maharashtra )। 

Advertisement
Nia Raid: ଦେଶର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ! ୪୦ ରୁ ଅଧିକ ସ୍ଥାନରେ ରେଡ କଲା NIA
Stop
Zee Odisha Desk|Updated: Dec 09, 2023, 12:47 PM IST

Nia Raid: ଆତଙ୍କବାଦୀ ସଂଗଠନ (ISIS) ଆଇଏସଆଇଏସ୍ ବିରୋଧରେ ଏନଆଇଏର ନେଲା ବଡ଼ ଆକ୍ସନ୍। ଭାରତରେ ଆତଙ୍କୀ ଆକ୍ରମଣ ଘଟାଇବା ପାଇଁ ISIS ଷଡଯନ୍ତ୍ର ମାମଲାରେ ଆଜି ସକାଳୁ ଦେଶର ୪୩ଟି ସ୍ଥାନନରେ ଏକକାଳିନର ରେଡ଼ କରିଛି ଏନଆଇଏ (National Investigation Agency)। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଚଢାଉ ଜାରି ରହିଛି (nia raids over 43 locations in karnataka and maharashtra )।  ଏହି ଚଢାଉରେ ସ୍ଥାନୀୟ ପୋଲିସ୍ ସମେତ ଏନଆଇଏ ଟିମ୍ ସାମିଲ୍ ହୋଇଛି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, କର୍ଣ୍ଣାଟକର ଗୋଟିଏ ସ୍ଥାନ, ମହାରାଷ୍ଟ୍ର  ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ଚଢାଉ ହୋଉଛି। ଠାଣେ ସହରରେ ୯ଟି ସ୍ଥାନ ବି ରେଡ଼ ଚାଲିଛି । ବର୍ତ୍ତମାନ ସୁଧା ଏହି ମାମଲାରେ ମୋଟ୍ ୧୩ ଜଣ ଗିରଫ ହୋଇ ସାରିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ଏନଆଇଏ ଟିମ୍ ବିଳମ୍ବିତ ରାତିରରେ ମୁମ୍ବାଇ ଏବଂ ଥାନେର ବିଭିନ୍ନ ଅଞ୍ଚଳରେ ଚଢାଉ କରିଥିଲା।  ଗିରଫ ଅଭିଯୁକ୍ତମାନେ ଆଇଏସଆଇ ଓ ଅଲକଏଦା ଆତଙ୍କି ସଂଗଠନର ହିଂସାତ୍ମକ ଆତଙ୍କବାଦ ବିଚାରଧାରରେ ପ୍ରଚାର ପ୍ରସାର କରିବା ସହିତ ଏକ ଆତଙ୍କୀ ଗ୍ୟାଙ୍ଗ୍ ଗଠନ କରିବାକୁ ଯୋଜନା କରିଥିଲେ। ଆଉ ପରବର୍ତ୍ତି ସ୍ଥିତିରେ ବଡ଼ ଧରଣର ଆତଙ୍କ ଭାରତରେ କରିବା ପାଇଁ ଯୋଜନା କରିଥିଲେ। କେବଳ ଦେଶରେ ନୁହେଁ ଦେଶ ବାହାରେ ବି ଏମାନେ ବିସ୍ପୋରଣ କରିପା ପାଇଁ ଯୋଜନା କରିଥିଲେ। ଏହି ଆତଙ୍କୀଙ୍କ କାର୍ଯ୍ୟକଳାପ ନେଇ ଖବର ପାଇ ଏନଆଇଏ ଆଜି ସକାଳୁ ଦେଶର ୪୩ଟି ସ୍ଥାନରେ ରଡ଼ ମାରିଥିଲା।   ଆଉ ୧୩ ଜଣଙ୍କୁ ଗିରଫ କରିଥିଲା ।

Read More
{}{}