Hindi News >>Home >>Odisha National-International

NIA raid: ୧୦ ରାଜ୍ୟରେ NIAରେ ଚଢାଉ

୪ଟି ଗୁରୁତର ମାମଲା ତଦନ୍ତ ଆଧାରରେ ଆଜି ଜାତୀୟ ତଦନ୍ତ ଏଜେନ୍ସି NIA ଓ ସୀମା ସୁରକ୍ଷା ବଳ ମିଶି ୧୦ଟି ରାଜ୍ୟରେ ଚଢାଉ କରିଛନ୍ତି। ଏହି ଚଢାଉରେ ରାଜ୍ୟ ପୋଲିସ ଅଧିକାରୀ ସହାୟତା କରିଛନ୍ତି। କେବଳ ରାଜ୍ୟ ନୁହେଁ, କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏନଆଇଏ ଚଢାଉ କରିଥିବା ଜଣାପଡ଼ିଛି।  ଦେଶର ବିଭିନ୍ନ ରାଜ୍ୟରେ ଚାଲୁଥିବା ମାନବ ଚାଲାଣ ନ

Advertisement
NIA raid: ୧୦ ରାଜ୍ୟରେ NIAରେ ଚଢାଉ
Stop
Zee Odisha Desk|Updated: Nov 08, 2023, 08:46 PM IST

NIA raid ନୂଆଦିଲ୍ଲୀ: ୪ଟି ଗୁରୁତର ମାମଲା ତଦନ୍ତ ଆଧାରରେ ଆଜି ଜାତୀୟ ତଦନ୍ତ ଏଜେନ୍ସି NIA ଓ ସୀମା ସୁରକ୍ଷା ବଳ ମିଶି ୧୦ଟି ରାଜ୍ୟରେ ଚଢାଉ କରିଛନ୍ତି। ଏହି ଚଢାଉରେ ରାଜ୍ୟ ପୋଲିସ ଅଧିକାରୀ ସହାୟତା କରିଛନ୍ତି। କେବଳ ରାଜ୍ୟ ନୁହେଁ, କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏନଆଇଏ ଚଢାଉ କରିଥିବା ଜଣାପଡ଼ିଛି।  ଦେଶର ବିଭିନ୍ନ ରାଜ୍ୟରେ ଚାଲୁଥିବା ମାନବ ଚାଲାଣ ନେଟୱାର୍କ ସମ୍ପର୍କରେ ଏନଆଇଏକୁ ସୂଚନା ମିଳିଥିଲା। ଯାହାକୁ ନେଇ ବେଶ ତତ୍ପର ଭାବେ ସକ୍ରିୟ ଭାବେ ତଦନ୍ତ ଆରମ୍ଭ କରିଥିଲା ଏନଆଇଏ। ଏହି ମାମଲାର ତଦନ୍ତ ସମୟରେ ୪୪ ଜଣଙ୍କୁ । ଭାରତ-ବାଂଲାଦେଶ ସୀମା ଦେଇ ବେଆଇନ ପ୍ରବାସୀ ଭାରତୀୟଙ୍କ ଅନୁପ୍ରବେଶକୁ ବନ୍ଦ କରିବା ଏବଂ ଭାରତରେ ମାନବ ଚାଲାଣ ନେଟୱାର୍କକୁ ଭାଙ୍ଗିବା ଏନ୍ଆଇଏ ଦ୍ୱାରା ଏହି ଅପରେସନର ଉଦ୍ଦେଶ୍ୟ ଥିଲା।

ଗୁଆହାଟି, ଚେନ୍ନାଇ, ବାଙ୍ଗାଲୋର, ଜୟପୁରର ଏନଆଇଏ ଶାଖାରେ ୪ଟି ମାନବ ଚାଲାଣ ମାମଲା ପଞ୍ଜିକରଣ କରିବା ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦଳ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ।

Read More
{}{}