Hindi News >>Home >>Odisha National-International

NIA-ED Raid: ଟେରର ଫଣ୍ଡି ମାମଲାରେ ପିଏଫଆଇ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୧ ରାଜ୍ୟରୁ ୧୦୬ ଗିରଫ

Terror Funding Case: ପିଏଫଆଇ ଏବଂ ଏହି ସଂସ୍ଥା ସହ ଜଡିତ ଲୋକଙ୍କ ପ୍ରଶିକ୍ଷଣ କାର୍ଯ୍ୟକଳାପ, ଆତଙ୍କବାଦୀ ପାଣ୍ଠି ଏବଂ ଲୋକଙ୍କୁ ସଙ୍ଗଠନ ସହିତ ଯୋଡିବା ବିରୋଧରେ ଏହା ହେଉଛି ଏନଆଇଏ ଦ୍ୱାରା ଗ୍ରହଣ କରା ଯାଇଥିବା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ।   

Advertisement
NIA-ED Raid: ଟେରର ଫଣ୍ଡି ମାମଲାରେ ପିଏଫଆଇ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୧ ରାଜ୍ୟରୁ ୧୦୬ ଗିରଫ
Stop
Subhramjit Ray|Updated: Sep 22, 2022, 04:34 PM IST

NIA-ED action Against PFI: ଦେଶରେ ଆତଙ୍କବାଦର ଚେର ଉପାଡ଼ିବା ପାଇଁ  ଅଣ୍ଟା ଭିଡ଼ିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଗୁରୁବାର ତାମିଲନାଡୁ ଏବଂ କେରଳ ସମେତ ଦେଶର ମୋଟ ୧୧ ରାଜ୍ୟରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଆଡ୍ଡା ଉପରେ ଚଢାଉ କରିଛନ୍ତି ଏନଆଇଏ-ଇଡ଼ି। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା ଚଢାଉ ବେଳେ ୧୦୬ ଗିରଫ କରାଯାଇଛି। ପିଏଫଆଇ ଏବଂ ଏହି ସଂସ୍ଥା ସହ ଜଡିତ ଲୋକଙ୍କ ପ୍ରଶିକ୍ଷଣ କାର୍ଯ୍ୟକଳାପ, ଆତଙ୍କବାଦୀ ପାଣ୍ଠି ଏବଂ ଲୋକଙ୍କୁ ସଙ୍ଗଠନ ସହିତ ଯୋଡିବା ବିରୋଧରେ ଏହା ହେଉଛି ଏନଆଇଏ ଦ୍ୱାରା ଗ୍ରହଣ କରା ଯାଇଥିବା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ। 

ଚଢାଉ ବେଳେ ସେହି ୨ ପ୍ରକାରର ଲୋକଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଗୋଟିଏ ହେଉଛି ଯେଉଁମାନେ ସିଧାସଳଖ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) କାର୍ଯ୍ୟାକଳାପରେ ଜଡିତ ଥିଲେ ଏବଂ ଦ୍ୱିତୀୟରେ ଯେଉଁମାନେ ଏହି ଚଢାଉ ସମୟରେ ବିରୋଧ ପ୍ରଦର୍ଶନ କରିଥିଲେ। ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଗିରଫ ହୋଇଥିବା ଅଧିକାଂଶ ଲୋକ ଏହି ସଂସ୍ଥାର ପଦାଧିକାରୀ ବୋଲି ଜଣାପଡ଼ିଛି।   

Also Read: PFI Module Exposed: ବିହାରରେ ଏନଆଇଏ ଗ୍ରହଣ କଲା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ, ସାମ୍ନାକୁ ଆସିଲା ଏହି କାରଣ

NIA-ED କେରଳ ମାଲାପୁରମ୍ ଜିଲ୍ଲାର ମଞ୍ଜେରୀ ଠାରେ ପିଏଫଆଇ ଦିଲ୍ଲୀ ମୁଖ୍ୟ ପରଭେଜ ଅହମ୍ମଦଙ୍କ ବ୍ୟତୀତ ଏହି ସଂସ୍ଥାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଏମଏ ସଲାମଙ୍କ ଘରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି। ଏହି ସମୟରେ ପିଏଫଆଇ କର୍ମକର୍ତ୍ତା ଏହାକୁ ବିରୋଧ କରିଥିଲେ। ଏହି ଚଢାଉ ବେଳେ ପିଏଫଆଇ ପୂର୍ବତନ କୋଷାଧ୍ୟକ୍ଷ ନଦୀମକୁ ବାରବାଙ୍କୀ କୁର୍ସି ଥାନା ଅଞ୍ଚଳର ବାହରୁଲି ଗ୍ରାମରୁ ଗିରଫ କରାଯାଇଛି। ନଦିମ ନାଁ CAA-NRC ବିରୋଧରେ ହୋଇଥିବା ହିଂସାକାଣ୍ଡରେ ସାମିଲ ରହିଛି।

ଏନଆଇଏ ଜୟପୁର ଠାର ମୋତି ଡୁଙ୍ଗରୀ ରୋଡ ଠାରେ ଥିବା ପିଏଫଆଇ କାର୍ଯ୍ୟାଳୟରେ ଚଢାଉ କରିଥିଲା। ପ୍ରାୟ ଏକ ଘଣ୍ଟା ଧରି ପିଏଫଆଇ କାର୍ଯ୍ୟାଳୟରେ NIA ଦଳ ଉପସ୍ଥିତ ଥିଲେ।  NIA ଅଧିକାରୀ ପିଏଫଆଇ ଅଫିସରେ ମିଳିଥିବା ଦୁଇ ଜଣ କର୍ମକର୍ତ୍ତା ଜାଭେଦ୍ ଏବଂ ଅନ୍ୟ ଜଣଙ୍କୁ ପଚରାଉଚରା କରିଥିଲେ। ଏଠାରେ କାହାକୁ ଗିରଫ କରାଯାଇ ନାହିଁ। ଏନଆଇଏ ଟିମ୍ ଘଟଣାସ୍ଥଳରେ ଅନେକ ଦସ୍ତାବିଜ ଜବତ କରିଛି। ଏହି ଘଟଣା ଆତଙ୍କବାଦୀ ପାଣ୍ଠି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ସହିତ ଜଡିତ।

ଏନଆଇଏ ସୂତ୍ର ଅନୁଯାୟୀ ଆତଙ୍କବାଦ ପାଣ୍ଠି ଏବଂ ଅସ୍ତ୍ରଶସ୍ତ୍ର ସହ ଜଡିତ ମାମାଲାରେ  ରାଜସ୍ଥାନରେ ଚଢାଉ କରାଯାଇଥିଲା। କେରଳରେ ଦେଶୀ ଖଣ୍ଡା ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରାଯାଇଥିଲା। କିଛି ମାସ ପୂର୍ବରୁ କେରଳରୁ ରାଜସ୍ଥାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲା। ଏହି ଅସ୍ତ୍ରକୁ ହିନ୍ଦୁତ୍ୱବାଦୀ ସଙ୍ଗଠନର ମୁକାବିଲା ପାଇଁ ପଠାଯାଇଥିଲା। ବର୍ତ୍ତମାନ ରାଜସ୍ଥାନରେ ପିଏଫଆଇ ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ। ରାଜସ୍ଥାନର ଜୟପୁର ଠାରେ ପିଏଫଆଇ ମୁଖ୍ୟ କାର୍ଯ୍ୟାଳୟ ରହିଛି। ଏହା ବ୍ୟତୀତ କୋଟା ଠାରେ ଏହାର ଏକ ବଡ କାର୍ଯ୍ୟାଳୟ ମଧ୍ୟ ରହିଛି। କିଛି ଦିନ ପୂର୍ବରୁ ପିଏଫଆଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଏମଏ ସଲାମ ଜୟପୁର ଆସିଥିଲା। ନାଶିକ ଜିଲ୍ଲା ପିଏଫଆଇ ସଭାପତି ସୈଫୁର ରେହମାନକୁ NIA ଗିରଫ କରିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,  ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ସଚିବ, ଡିଜି ଏନଆଇଏ ସହିତ ଅନ୍ୟ ଅଧିକାରୀଙ୍କ ସହ ପିଏଫଆଇ ଉପରେ ହୋଇଥିବା ଚଢାଉ ଘଟଣାରେ ଏକ ବୈଠକ କରିଛନ୍ତି।

NIA ଅଧିକାରୀଙ୍କ ଚାରିଟି ଦଳ ଉତ୍ତରପ୍ରଦେଶର ଲକ୍ଷ୍ନୌ, ନୋଏଡା, ବାରାଣାସୀ ଠାରେ ଚଢାଉ କରିଛି। ଏହି ଚଢାଉରେ ଏନଆଇଏ ଟିମ୍ ଇନ୍ଦିରା ନଗର ଅଞ୍ଚଳରୁ ମହମ୍ମଦ ୱାସିମ ଓରଫ୍ ବବଲୁକୁ ଗିରଫ କରିଛି। ଯିଏ ଟେଲରିଂ କାମ କରନ୍ତି। ଏହା ସହ ବାରାଣାସୀରେ NIA ୨ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ଉଭୟଙ୍କୁ ଜେରା କରାଯାଇଛି। ଗିରଫ ହୋଇଥିବା ଉଭୟ ବ୍ୟକ୍ତି ବାରାଣାସୀର ଜୈତପୁରା ଏବଂ ଆଦାମପୁର ଅଞ୍ଚଳର ବାସିନ୍ଦା ଏବଂ ସେମାନେ ପିଏଫଆଇ କର୍ମକର୍ତ୍ତା ବୋଲି କୁହାଯାଉଛି।

NIA ଦଳ ଦିଲ୍ଲୀର ପିଏଫଆଇ ସଭାପତି ପରଭେଜକୁ ଓଖଲା ଅଞ୍ଚଳରୁ ଗିରଫ କରିଛି।  ଗୁରୁବାର ଭୋର ସାଢେ ତିନିଟା ସମୟରେ ଏନଆଇଏ ଦଳ ପରଭେଜ ଠିକଣାରେ ପହଞ୍ଚିଥିଲା। ଯେଉଁଠାରୁ ତାକୁ ଏବଂ ତାର ଭାଇଙ୍କୁ ଗିରଫ କରି ସାଥିରେ ନେଇ ଯାଇଥିଲା।

ମହାରାଷ୍ଟ୍ର ପୁଣେ ଠାରେ NIA ଦଳ ପ୍ରାୟ ୨୦ ସ୍ଥାନରେ ଚଢାଉ କରିଛି। ​​ଯେଉଁଥିରେ ପୁଣେ ସମେତ ମୁମ୍ବାଇ ଏବଂ ଭିୱାଣ୍ଡି ଠାରେ ଚଢାଉ କରାଯାଇଛି। NIA ଅବଦୁଲ ମୌଲାକୁ କୋହ୍ଲାପୁର ଅଞ୍ଚଳରୁ ଗିରଫ କରିଛି। ମୋଇନୁଦ୍ଦିନ ମୋମିନ ନାମକ ଜଣେ ପିଏଫଆଇ କର୍ମକର୍ତ୍ତାକୁ ଭିୱାଣ୍ଡି ଅଞ୍ଚଳରୁ ଗିରଫ କରାଯାଇଛି।

ଆସାମରେ ୯ ପିଏଫଆଇ କର୍ମତର୍ତ୍ତାଙ୍କୁ ସ୍ଥାନୀୟ ପୋଲିସ ଏବଂ ଏନଆଇଏ ଟିମ୍ ଗିରଫ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତିରେ ଆସାମ ପୋଲିସ ଏବଂ ଏନଆଇଏ ଗୌହାଟି ହାଟିଗାଓଁ ଅଞ୍ଚଳରେ ମିଳିତ ଅପରେସନ୍ କରି ପିଏଫଆଇ ସହ ଜଡ଼ିତ ୯ ଲୋକଙ୍କୁ ହେପାଜତକୁ ନେଇଥିଲା।

ମଧ୍ୟ ପ୍ରଦେଶ ଇନ୍ଦୋର ଏବଂ ଉଜ୍ୱୈନ ଠାରେ NIA, ପିଏଫଆଇ ଆଡ୍ଡା ଉପରେ ଚଢାଉ କରିଛି। ଯେଉଁଠାରୁ ପିଏଫଆଇ ମଧ୍ୟପ୍ରଦେଶ ନେତାଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଏନଆଇଏ ଟିମ୍ ଇନ୍ଦୋର ଏବଂ ଉଜ୍ୱୈନ ଅଞ୍ଚଳରୁ ଅନ୍ୟ ୪ ଜଣ ପିଏଫଆଇ ନେତାଙ୍କୁ ଗିରଫ କରିଛି।

PFI, ପିଏଫଆଇ ସହିତ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରି ମୋଟ ୧୦୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦିଲ୍ଲୀରୁ ୩, କର୍ଣ୍ଣାଟକରୁ ୨୦, କେରଳରୁ ୨୨, ମହାରାଷ୍ଟ୍ରରୁ ୨୦, ପୁଦୁଚେରୀରୁ ୩, ରାଜସ୍ଥାନରୁ ୨, ତାମିଲନାଡୁରୁ ୧୦, ଆନ୍ଧ୍ର ପ୍ରଦେଶରୁ ୫, ଆସାମରୁ ୯, ଉତ୍ତର ପ୍ରଦେଶରୁ ୮ ଜଣଙ୍କୁ ଗିରଫ କରିଛି।

{}{}