Hindi News >>Home >>Odisha National-International

New rules from 1st Oct: ଜରୁରୀ ଖବର, ଆସନ୍ତାକାଲିଠୁ ବଦଳିଯିବ ଏହି ୫ ନିୟମ

New rules from 1st October: ରବିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ମାସ । ଅକ୍ଟୋବର ମାସର ନିଜସ୍ବ ବିଶେଷତ୍ବ ରହିଛି । ଏହି ମାସରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ମାସ ଜନତାଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇବ।  ତେବେ ଆସନ୍ତୁ ଜାଣିବା କେଉଁ ୫ଟି ନିୟମରେ ହେବ ପରିବର୍ତ୍ତନ ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 30, 2023, 05:08 PM IST

New rules from 1st October: ରବିବାର ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ ନୂତନ ନିୟମ । ଏହି ନୂତନ ନିୟମ ସିଧାସଳଖ ଆପଣଙ୍କ ପକେଟ୍ କୁ ପ୍ରଭାବିତ କରିବ । ସୂଚନା ଅନୁଯାୟୀ, ରବିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ନୂଆ ମାସ । ଅକ୍ଟୋବର ମାସର ନିଜସ୍ବ ବିଶେଷତ୍ବ ରହିଛି । ଏହି ମାସରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ମାସ ଜନତାଙ୍କ ପକେଟ୍ ଉପରେ ବଡ଼ ଧରଣର ପ୍ରଭାବ ପକାଇବ। କାରଣ ମାସ ଆରମ୍ଭ ହେବା ସହ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ୫ଟି ନିୟମରେ ହେବ ପରିବର୍ତ୍ତନ ।

1- ଟିସିଏସର ନୂଆ ନିୟମ: ଅକ୍ଟୋବର ପହିଲାରୁ ସରକାର ୨୦ ପ୍ରତିଶତ ଟ୍ୟାକ୍ସ କଲେକସନ ଆଟ୍ ସୋର୍ସ ବା ଉତ୍ସରେ କର ଆଦାୟ ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହା କେବଳ ବିଦେଶ ଗସ୍ତ ପାଇଁ ଲାଗୁ ହେବ ନାହିଁ ବରଂ ଅନ୍ୟ ଦେଶରେ ଯେକୌଣସି ମାଧ୍ୟମରେ କରାଯାଇଥିବା କାରବାର ମଧ୍ୟ ନୂଆ ନିୟମ ଅଧିନରେ ଆସିବ । ଅନ୍ତର୍ଜାତୀକ ସ୍ତରରେ ଭ୍ରମଣ କରିବା, ବିଦେଶୀ ଷ୍ଟକ, ମ୍ୟୁଚୁଆଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା କିମ୍ବା ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।

2- ଫ୍ରିଜ୍ ହେବ ବିନା ନାମାଙ୍କନରେ ଡିମାଟ୍ ଆକାଉଣ୍ଟ: ସେବିର ଟ୍ରେଣ୍ଡିଂ ଆକାଉଣ୍ଟ ସହ ଡିମାଟ୍ ଆକାଉଣ୍ଟ ଓ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନାମାଙ୍କନ କରିବା ବାଧ୍ୟତାମୂଳକ କରାଯାଇଥିଲା । ଯେଉଁମାନେ ଏହି ନାମାଙ୍କନ ଭରିବାରେ ବିଫଳ ହୋଇଛନ୍ତି ଅକ୍ଟୋବର ପହିଲାରେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ ।

3- ଆଧାରକାର୍ଡ ସହ ପାନକାର୍ଡ ଲିଙ୍କ: ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁମାନେ ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିନାହାନ୍ତି ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ବ । ଆଧାର ସହ ପାନ ଲିଙ୍କ କରିନଥିଲେ ଅକ୍ଟୋବର ପହିଲାରୁ କ୍ଷୁଦ୍ର ସଂଚୟ ଯୋଜନା ବନ୍ଦ ହୋଇଯିବ । ଫଳରେ ଆପଣ କୌଣସି କାରବାର କିମ୍ବା ବିନିଯୋଗ କରିବାକୁ ସମର୍ଥ ହେବେ ନାହିଁ।

4- ସରକାରୀ ଚାକିରି ପାଇଁ ଜନ୍ମ ପ୍ରମାଣପତ୍ର ଏକକ ଡକ୍ୟୁମେଣ୍ଟ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଅଧିନିୟମ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ସଂଶୋଧିତ ଆଇନର କାର୍ଯ୍ୟକାରିତା ସହିତ ଜନ୍ମ ପ୍ରମାଣପତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକକ ଡକ୍ୟୁମେଣ୍ଟ ଭାବରେ ବ୍ୟବହୃତ ହେବ । ଯେପରିକି, ଏହା ଶିକ୍ଷାନୁଷ୍ଠାନରେ ଆଡମିଶନ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ଓ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏକକ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେବ ।

5- ଅଚଳ ହେବ ୨୦୦୦ ଟଙ୍କିଆ ନୋଟ: ଦେଶର ସବୁଠାରୁ ବଡ଼ ନୋଟ କୁହାଯାଉଥିବା ୨ ହଜାର ଟଙ୍କିଆ ନୋଟ  ଅକ୍ଟୋବର ୧ ତାରିଖରୁ ଅଚଳ ହେବ । ଏହାକୁ ବଦଳାଇବା ନେଇ ସେପ୍ଟେମ୍ବର ୩୦ ଶେଷ ତାରିଖ ରହିଥିଲା ।

ପ୍ରକାଶ ଥାଉ କି, ମନି କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ୨୦୦୦ ଟଙ୍କିଆ ନୋଟ୍ ବଦଳି ସମୟ ସୀମା ବଢାଇପାରେ। ଅର୍ଥାତ୍ ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟ ବଦଳି (2000 Rupees Note Exchange) ପାଇଁ ଆଉ ଏକ ମାସ ସମୟ ଦିଆଯିବା ନେଇ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି । ଏପରି ହେଲେ ନୋଟ ବଦଳି ନେଇ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ସମୟ ମିଳିବ ।

Also Read-2000 Rupees Note: ଏବେ ବି ପାଖରେ ଅଛି କି, ୨ ହଜାର ଟଙ୍କିଆ ନୋଟ୍ ? ତେବେ ଜାଣନ୍ତୁ ଖୁସି ଖବର

 

 

Read More
{}{}