Hindi News >>Home >>Odisha National-International

JNU Rules: ଧାରଣା ଦେଲେ ୨୦ ହଜାର, ଆଡମିଶନ ବାତିଲ କଲେ ୩୦ ହଜାର ଟଙ୍କାର ଜୋରିମନା ଲଗାଇଲା ଏହି ବିଶ୍ୱବିଦ୍ୟାଳୟ

ଏକ ୧୦ ପୃଷ୍ଠା ସମ୍ବଳିତ ଫତୁଆ ଜାରି କରି ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ବିରୋଧ ତଥା ଜାଲିଆତି ଭଳି କାର୍ଯ୍ୟ ପାଇଁ ଦଣ୍ଡବିଧାନ କରିଛି, ଏବଂ ପ୍ରୋକ୍ଟୋରିଆଲ୍ ଅନୁସନ୍ଧାନ ଏବଂ ଏକ ବିବୃତ୍ତି ରେକର୍ଡିଂ ପାଇଁ ପ୍ରକ୍ରିୟା। ତେବେ ଏହି ନିୟମ ଗତ ଫେବୃଆରୀ ୩ ତାରିଖରୁ ଲାଗୁ ହୋଇଛି। 

Advertisement
JNU Rules: ଧାରଣା ଦେଲେ ୨୦ ହଜାର, ଆଡମିଶନ ବାତିଲ କଲେ ୩୦ ହଜାର ଟଙ୍କାର ଜୋରିମନା ଲଗାଇଲା ଏହି ବିଶ୍ୱବିଦ୍ୟାଳୟ
Stop
Zee Odisha Desk|Updated: Mar 02, 2023, 10:46 AM IST

JNU Rules: ନୂଆଦିଲ୍ଲୀ: ଏଣିକି ଧାରଣା (Dharna) ଦେବା କିମ୍ବା ଆଡମିଶନ ବାତିଲ (Admission Cancellation) କରିବା ଛାତ୍ରଛାତ୍ରୀଙ୍କ ପାଇଁ ପଡ଼ିବ ମହଙ୍ଗା। ଧାରଣା ଦେଲେ କିମ୍ବା ଆଡମିଶନ ବାତିଲ କଲେ ମୋଟାଙ୍କର ଜୋରିମନା ଦେବାକୁ ହେବ। ଏଥିପାଇଁ ଦେଶର ବେଶ ପ୍ରମୁଖ ବିଶ୍ୱବିଦ୍ୟାଳୟ ଜଓ୍ୱାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ କିଛି ଏଭଳି ନିୟମ ଆଣିଛି। ବିଶ୍ୱବିଦ୍ୟାଳୟ ଆଣିଥିବା ନିୟମ ଅନୁଯାୟୀ ଯଦି କୌଣସି ଛାତ୍ରଛାତ୍ରୀ ଧାରଣା ଦେଉଛନ୍ତି ତେବେ ସେମାନଙ୍କୁ ୨୦ ହଜାର ଟଙ୍କା ଜୋରିମନା ଦେବାକୁ ହେବ। ସେହିପରି ଯଦି ଆଡମିଶନ ଯଦି ବାତିଲ କରୁଛନ୍ତି ତେବେ ଆହୁରି ୧୦ ହଜାର ଟଙ୍କା ଜୋରିମନା ଦେବାକୁ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅର୍ଥାତ ଆଡମିଶନ ବାତିଲ କଲେ ଆପଣଙ୍କୁ ୩୦ ହଜାର ଟଙ୍କା ଦେବାକୁ ହେବ। 

ଏକ ୧୦ ପୃଷ୍ଠା ସମ୍ବଳିତ ଫତୁଆ ଜାରି କରି ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ବିରୋଧ ତଥା ଜାଲିଆତି ଭଳି କାର୍ଯ୍ୟ ପାଇଁ ଦଣ୍ଡବିଧାନ କରିଛି, ଏବଂ ପ୍ରୋକ୍ଟୋରିଆଲ୍ ଅନୁସନ୍ଧାନ ଏବଂ ଏକ ବିବୃତ୍ତି ରେକର୍ଡିଂ ପାଇଁ ପ୍ରକ୍ରିୟା। ତେବେ ଏହି ନିୟମ ଗତ ଫେବୃଆରୀ ୩ ତାରିଖରୁ ଲାଗୁ ହୋଇଛି। ତେବେ ବିବିସି ଡକ୍ୟୁମେଣ୍ଟାରିରୁ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ନିୟମ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି, ଯାହା ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଅଟେ।

Read More
{}{}