Hindi News >>Home >>Odisha National-International

New Delhi: ଜାତୀୟ ପର୍ଯ୍ୟଟନ ଦିବସରେ ଗଡ଼ିଲା 'ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ', ପତାକା ଦେଖାଇ ଶୁଭାରମ୍ଭ କଲେ ତିନି କେନ୍ଦ୍ରମନ୍ତ୍ରୀ

National Tourism Day: ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ, ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

Advertisement
New Delhi: ଜାତୀୟ ପର୍ଯ୍ୟଟନ ଦିବସରେ ଗଡ଼ିଲା 'ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ', ପତାକା ଦେଖାଇ ଶୁଭାରମ୍ଭ କଲେ ତିନି କେନ୍ଦ୍ରମନ୍ତ୍ରୀ
Stop
Zee Odisha Desk|Updated: Jan 25, 2023, 08:31 PM IST

Shri Jagannath Yatra Train: ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା ପାଇଁ ବୁଧବାର ନୂଆଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ୍ ଠାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ଅଧିନରେ ଲୋକାର୍ପିତ ହୋଇଛି "ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ। " ଏନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି।  

ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ "ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ" ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ" ଯୋଗେ ପ୍ରାୟ ୫୨୮ ଜଣ ତୀର୍ଥଯାତ୍ରୀ ବାରାଣାସୀ, ବୈଦ୍ୟନାଥ, ପୁରୀ, ଭୁବନେଶ୍ୱର ଏବଂ ଗୟା ଦେଇ ଯାତ୍ରା କରିବେ। ସେମାନେ ଶ୍ରୀମନ୍ଦିର, ଲିଙ୍ଗରାଜ, କୋଣାର୍କ, ବିଶ୍ୱନାଥ, ବୈଦନାଥ ମନ୍ଦିର ସମେତ ବିଷ୍ଣୁ ଭବବାନଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ସୁଯୋଗ ପାଇବେ। ଅତିଥି ଦେବ ଭବଃ। ତେଣୁ ଓଡ଼ିଶାର ଲୋକେ ଏହି ଟ୍ରେନ ଯୋଗେ ରାଜ୍ୟକୁ ଭ୍ରମଣ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନିଅନ୍ତୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଟ୍ରେନ ଶୁଭାରମ୍ଭ ହୋଇଛି। ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ସମ୍ପନ୍ନ ହୁଏ ନାହିଁ। ତାଙ୍କର ଅନୁମତି ବିନା ଭକ୍ତ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରନ୍ତି ନାହିଁ ବୋଲି ଆମର ବିଶ୍ୱାସ ରହିଛି। ତୀର୍ଥଯାତ୍ରୀ ପର୍ଯ୍ୟଟନ ଏବଂ ଐତିହ୍ୟ ସ୍ଥଳ ଭ୍ରମଣ କରିବା ସମୟରେ ମହାପ୍ରଭୁଙ୍କ ମହାପ୍ରସାଦ ଆଣିବା ସହ ରଘୁରାଜପୁରର ପଟ୍ଟଚ୍ଚିତ୍ର ଏବଂ ସ୍ଥାନୀୟ ସାମଗ୍ରୀ କିଣିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ପୁରୀ ଅଭିମୁଖେ ତ୍ରା କରୁଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ, ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ପର୍ଯ୍ୟଟନ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ସେବାର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶର ସାମାନ୍ୟ ଘରର ନାଗରିକ କମ୍ ମୂଲ୍ୟର ଉଚ୍ଚକୋଟିର ସୁବିଧା ପାଇବେ। ଦେଶରେ ଓଡ଼ିଶାର ଗୌରବକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ "ଦେଖୋ ଅପନା ଦେଶ" ଅଭିଯାନ ଦିଗରେ ଆଜିର ପଦକ୍ଷେପ ଦ୍ୱାରା ସମଗ୍ର ଦେଶରେ କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ ବରଂ ରୋଜଗାର ମଧ୍ୟ ବଢିବ। ଓଡ଼ିଶାର ସାମାଜିକ ଜୀବନ ଉପରେ ମଧ୍ୟ ଏହାର ସୁପ୍ରଭାବ ପଡିବ। ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସାମଗ୍ରୀର ପ୍ରଚାର ପ୍ରସାର ହେବା ସହ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ। ଏହାର ସଫଳ କରିବାର ଦାୟିତ୍ୱ ଆମର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
 

Read More
{}{}