Hindi News >>Home >>Odisha National-International

Nepal Aircraft Crash: ରନୱେରେ ଜଳିଗଲା ବିମାନ, ୪୦ରୁ ଅଧିକ ମୃତ

Nepal Aircraft Crash Update: ଖରାପ ପାଗ ମଧ୍ୟରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ୟେଟି ଏୟାର ଲାଇନ୍ସ ରେ ୬୮ ଜଣ ଯାତ୍ରୀ ଥିବା ବେଳେ ୪ ଜଣ କ୍ରୁ ମେମ୍ବର ରହିଥିଲେ। ଏବେ ସୁଦ୍ଧା ୩୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisement
Nepal Aircraft Crash: ରନୱେରେ ଜଳିଗଲା ବିମାନ, ୪୦ରୁ ଅଧିକ ମୃତ
Stop
Rasmita Sahoo|Updated: Jan 15, 2023, 12:58 PM IST

Nepal Plance Crash: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେରେ ବଡ଼ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ। ୭୨ ଟି ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ବିମାନ ବନ୍ଦର ବର୍ତ୍ତମାନ ବନ୍ଦ ରହିଛି। ନେପାଳ ପୋଲିସ କହିଛି ଯେ ୩୦ ଟି ମୃତଦେହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା ବୋଲି ସୂଚନା ରହିଛି । କାଠମାଣ୍ଡୁ ପୋଷ୍ଟର ଖବର ଅନୁଯାୟୀ, ପୁରୁଣା ବିମାନବନ୍ଦର ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେଟି ଏୟାରଲାଇନ୍ସ ବିମାନରେ ସମୁଦାୟ ୬୮ ଯାତ୍ରୀ ଏବଂ ଚାରି ଜଣ କ୍ରୁ ମେମ୍ବର ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ମଧ୍ୟରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର (Pokhara Airport) କ୍ଷେତ୍ର ପାହାଡ ଦ୍ୱାରା ଘେରି ରହିଛି | ରିପୋର୍ଟରେ ଆହୁରି କୁହାଯାଇଛି ଯେ ବିମାନଟି ରନୱେରେ ଖସିଯିବା ପରେ ନିଆଁ ଲାଗିଯାଇଥିଲା। ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳି ଉଠିଥିଲା ବିମାନଟି। 

ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ମିଳୁଥିବା ଖବର ଅନୁଯାୟୀ, ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀମାନେ ଧୂଆଁ ବାହାରୁଥିବାର ଦେଖିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ, କାଠମାଣ୍ଡୁରେ(Kathmandu) ପାଗ ଖରାପ ଥିଲା ଏବଂ ୟେଟି ଏୟାରଲାଇନ୍ସର ATR-72 ବିମାନ ଠିକ୍ ପାଗ ଖରାପ ସମୟରେ ଉଡ଼ାଣ ଭରିଥିଲା। କ୍ୟାପଟେନ କମଲ କେସି ଏହି ବିମାନର କ୍ୟାପଟେନ ଥିଲେ ବୋଲି ପୋଲିସ କହିଛି । ୟେଟି ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲା କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି। ଏହା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ସ୍ଥାନୀୟ ଅଧିକାରୀ ଗୁରୁଦତ୍ତ ଢକାଲ AFP କୁ କହିଛନ୍ତି ଯେ ଧ୍ୱଂସାବଶେଷରେ ନିଆଁ ଲାଗିଯାଇଥିଲା ଏବଂ ଉଦ୍ଧାର କରୁଥିବା କର୍ମଚାରୀମାନେ ଏହାକୁ ଲିଭାଇବାକୁ ଚେଷ୍ଟା କରୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଉଦ୍ଧାରକାରୀ ଦଳ ଏବଂ ଉଦ୍ଧାରକାରୀ କର୍ମଚାରୀମାନେ (Rescue Team) ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯୁଦ୍ଧକାଳିନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ  ସମସ୍ତ ଏଜେନ୍ସି ପ୍ରଥମେ ନିଆଁ ଲିଭାଇବା ଏବଂ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି |

Also Read: Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା

Also Read: PM Kisan Yojana: କିସ୍ତି ଆସିବା ପୂର୍ବରୁ ବଦଳିଲା ନିୟମ; ଜାଣନ୍ତୁ କେଉଁ ଚାଷୀଙ୍କୁ ମିଳିବ ନାହିଁ ଟଙ୍କା?

Read More
{}{}