Hindi News >>Home >>Odisha National-International

NCRB Report 2022: ଆଶ୍ଚର୍ଯ୍ୟଜନକ ଖୁଲାସା, ଗତ ବର୍ଷ ୧.୬୪ ଲକ୍ଷରୁ ଅଧିକ ଲୋକ କରିଛନ୍ତି ଆତ୍ମହତ୍ୟା

NCRB Report 2022: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା କରିଥିବା ୧,୦୫,୨୪୨ ଜଣଙ୍କର ବାର୍ଷିକ ଆୟ ୧ ଲକ୍ଷରୁ କମ୍ ହୋଇଥିବାବେଳେ ୫୧,୮୧୨ ଜଣ ଲୋକ ବାର୍ଷିକ ଆୟ ଗୋଷ୍ଠୀରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଥିଲେ ।

Advertisement
ପ୍ରତୀକାତ୍ମକ ଛବି
Stop
Jagdish Barik|Updated: Aug 30, 2022, 05:51 PM IST

NCRB Data 2022: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ଗତ ବର୍ଷ ଦେଶରେ ଘଟିଥିବା ଆତ୍ମହତ୍ୟା (Suicides) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ଆତ୍ମହତ୍ୟା ବିଷୟରେ ଆସିଥିବା ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ମଧ୍ୟ ଉପସ୍ଥାପିତ ହୋଇଛି । ଦିନ ମଜୁରିଆ ଶ୍ରମିକ, ଆତ୍ମନିର୍ଭରଶୀଳ ବ୍ୟକ୍ତି, ବେକାରି ଓ କୃଷି କ୍ଷେତ୍ର ସହିତ ଜଡିତ ବ୍ୟକ୍ତିମାନେ ୨୦୨୧ ମସିହାରେ ସର୍ବାଧିକ ଆତ୍ମହତ୍ୟା କରିଥିଲେ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB)ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ସମଗ୍ର ଦେଶ କୋଭିଡ-୧୯ ମହାମାରୀ ସହ ଲଢୁଥିଲା । ଏକ ନୂତନ ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ସାରା ଦେଶରେ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ୧,୧୮,୯୭୯ ପୁରୁଷ ଆତ୍ମହତ୍ୟା କରିଥିଲେ, ସେଥିମଧ୍ୟରୁ ୩୭,୭୫୧ ଜଣ ଦିନ ମଜୁରିଆ, ୧୮,୮୦୩ ଜଣ ଆତ୍ମନିର୍ଭରଶୀଳ ବ୍ୟକ୍ତି ଓ ୧୧,୭୨୪ ଜଣ ବେକାରି ଥିଲେ । ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ୪୫,୦୨୬ ମହିଳା ଆତ୍ମହତ୍ୟା କରିଛନ୍ତି ।

ଦେଶରେ ଆତ୍ମହତ୍ୟା ସମ୍ପର୍କରେ ଏନସିଆରବି ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ୨୦୨୧ ମସିହାରେ କୃଷି କ୍ଷେତ୍ରର ୧୦,୮୮୨ ଜଣ ଲୋକ ଆତ୍ମହତ୍ୟା କରିଥିଲେ, ସେଥିମଧ୍ୟରୁ ୫,୩୧୮ ଜଣ କୃଷକ ଏବଂ ୫,୫୬୩ ଜଣ କୃଷି ଶ୍ରମିକ ଥିଲେ । ୫,୩୧୮ କୃଷକଙ୍କ ମଧ୍ୟରୁ ୫୧୦୭ ଜଣ ପୁରୁଷ ଓ ୨୧୧ ଜଣ ମହିଳା ଥିଲେ । ୫,୫୬୩ କୃଷି ଶ୍ରମିକଙ୍କ ମଧ୍ୟରୁ ୫,୧୨୧ ପୁରୁଷ ଓ ୪୪୨ ଜଣ ମହିଳା ଥିଲେ । ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ଲକ୍ଷ୍ମୀଦ୍ୱୀପ ଓ ପୁଡୁଚେରୀ ଭଳି କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୃଷକ କିମ୍ବା କୃଷି ଶ୍ରମିକ ଆତ୍ମହତ୍ୟା କରିନାହାଁନ୍ତି ।

ରିପୋର୍ଟ ଅନୁଯାୟୀ, କୃଷି କ୍ଷେତ୍ରରେ ମହାରାଷ୍ଟ୍ରରେ ଆତ୍ମହତ୍ୟା ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହା ପରେ କର୍ଣ୍ଣାଟକ (୧୯.୯%), ଆନ୍ଧ୍ରପ୍ରଦେଶ (୯.୮ ପ୍ରତିଶତ), ମଧ୍ୟପ୍ରଦେଶ (୬.୨ ପ୍ରତିଶତ) ଓ ତାମିଲନାଡୁ (୫.୫ ପ୍ରତିଶତ) ରହିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ଆତ୍ମହତ୍ୟା କରିଥିବା ୧,୬୪,୦୩୩ ଜଣଙ୍କ ମଧ୍ୟରୁ ୭.୦ ପ୍ରତିଶତ ଅର୍ଥାତ ୧୧,୪୩୧ ଜଣ ଲୋକ ଘରୋଇ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଥିବାବେଳେ, ୧.୨ ପ୍ରତିଶତ ଅର୍ଥାତ ୧,୮୯୮ ଜଣ ସରକାରୀ କର୍ମଚାରୀ ଥିଲେ । ୨୦,୨୩୧ ଆତ୍ମନିର୍ଭରଶୀଳ ବ୍ୟକ୍ତି ମଧ୍ୟ ଆତ୍ମହତ୍ୟା କରିଥିଲେ ।

ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଆତ୍ମହତ୍ୟା କରିଥିବା ୧,୦୫,୨୪୨ ଜଣଙ୍କର ବାର୍ଷିକ ଆୟ ୧ ଲକ୍ଷରୁ କମ୍ ହୋଇଥିବାବେଳେ ୫୧,୮୧୨ ଜଣ ଲୋକ ବାର୍ଷିକ ଆୟ ଗୋଷ୍ଠୀରେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଥିଲେ ।

ଏହା ବି ପଢ଼ନ୍ତୁ: SBI ଗ୍ରାହକଙ୍କ ପାଇଁ ଖୁସି ଖବର! ବର୍ତ୍ତମାନ Whatsapp ମାଧ୍ୟମରେ କରିପାରିବେ ଏହି ଜରୁରୀ କାମ

Read More
{}{}