Hindi News >>Home >>Odisha National-International

Naxal Attack: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ନକ୍ସଲ ଆତଙ୍କ, ନିଆଁ ଲଗାଇ ପୋଡିଦେଲେ ୩ ଜେସିବି

Naxal Terror in Maharashtra: ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଏଥିପାଇଁ ଘଟିଛି କାରଣ ସରକାର ସେଠାରେ ଏକ ସେତୁ ନିର୍ମାଣ କରୁଥିଲେ। କର୍ମଚାରୀ ଏଟାପଲ୍ଲୀ ତହସିଲର ପୁରସାଲଗୋଣ୍ଡି ନିକଟରେ ରାସ୍ତା ଏବଂ ବ୍ରିଜ ନିର୍ମାଣ ପାଇଁ ପାର୍କିଂ ହୋଇଥିବା ତିନୋଟି ଗାଡି଼ରେ ନିଆଁ ଲଗାଇ ଦେଇଥିଲେ। 

Advertisement
Naxal Attack: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ନକ୍ସଲ ଆତଙ୍କ, ନିଆଁ ଲଗାଇ ପୋଡିଦେଲେ ୩ ଜେସିବି
Stop
Zee Odisha Desk|Updated: Mar 03, 2023, 03:40 PM IST

Naxal Attack in Maharashtra: ମହାରାଷ୍ଟ୍ରରେ ପୁଣି ଥରେ ବୃଦ୍ଧି ପାଇଛି ନକ୍ସଲ ଆତଙ୍କ। ଯାହାର ସଦ୍ୟତମ ଘଟଣା ରାଜ୍ୟର ଗଡଚିରୋଲି ଜିଲ୍ଲାର ଏଟାପଲ୍ଲୀ ତହସିଲ ଅଞ୍ଚଳରୁ ଆସିଛି। ଯେଉଁଠାରେ ନକ୍ସଲ ତିନୋଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ସେମାନେ ନିଆଁ ଲଗାଇ ଦେଇଥିବା ଗାଡ଼ି ହେଉଛି ଜେସିବି ମେସିନ୍। ସେଥିରେ ନିଆଁ ଲାଗି ଯାଇଥିବାରୁ ଚାଷୀଙ୍କର ପ୍ରାୟ ୮୦-୯୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଏଥିପାଇଁ ଘଟିଛି କାରଣ ସରକାର ସେଠାରେ ଏକ ସେତୁ ନିର୍ମାଣ କରୁଥିଲେ। କର୍ମଚାରୀ ଏଟାପଲ୍ଲୀ ତହସିଲର ପୁରସାଲଗୋଣ୍ଡି ନିକଟରେ ରାସ୍ତା ଏବଂ ବ୍ରିଜ ନିର୍ମାଣ ପାଇଁ ପାର୍କିଂ ହୋଇଥିବା ତିନୋଟି ଗାଡି଼ରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଠିକାଦରଙ୍କ କହିବା ଅନୁଯାୟୀ, ପୋଡି ହୋଇଯାଇଥିବା ମେସିନ୍ ହେଉଛି ପୋକଲେନ୍ ମେସିନ୍। ଏହି ମେସିନ ପୋଡ଼ି ଯିବା କାରଣରୁ ପ୍ରାୟ ୮୦-୯୦ ଲକ୍ଷ  ଟଙ୍କାର କ୍ଷତି ହୋଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଗଡଚିରୋଲି ଏସପି ନୀଳୋତ୍ପଳ ଗଣମାଧ୍ୟମକୁ କହିଛନ୍ତି ଯେ, ଜିଲ୍ଲାରେ କେଉଁ ନକ୍ସଲ ଗୋଷ୍ଠୀ ସକ୍ରିୟ ରହିଛ, ତାହା ଅନୁସନ୍ଧାନ କରି ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏହା ଜାଣିବା ପରେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସୂତ୍ରରୁ ଜଣାଯାଇଛି ଯେ ଯେଉଁଠାରେ ଏହି ଘଟଣା ଘଟିଥିଲା, ତାହା ଏକ ଦୁର୍ଗମ ସ୍ଥାନ। ଯେଉଁଠାରେ ରାସ୍ତା ନିର୍ମାଣ ହେଉଥିଲା ସେଠାକାର ଲୋକ ଏହା ଦ୍ୱାରା ବହୁ ଉପକୃତ ହୋଇଥାନ୍ତି। ନକ୍ସଲ ଏଠାରେ ବିକାଶ ଚାହୁଁନାହାଁନ୍ତି। ବୋଧହୁଏ ସେଥିପାଇଁ ସେମାନେ ଏପରି ଉପାୟରେ ଆକ୍ରମଣ କରୁଛନ୍ତି।
 
ସଦ୍ୟ ଗଡଚିରୋଲି ଜିଲ୍ଲାରେ ଯେଉଁ ନକ୍ସଲ ହିଂସା ହୋଇଛି ତାହା ପଛରେ ଏକ କାରଣ ରହିଛି। ପ୍ରାୟ ଏକ ସପ୍ତାହ ପୂର୍ବେ ପୋଲିସ ଦ୍ୱାରା କରାଯାଇଥିବା ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି ଜଣାପଡିଛି। ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲା ପୋଲିସ ସୋମବାର ହାଇଦ୍ରାବାଦରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଥିଲା। ଗିରିଫ ମାଓବାଦୀଙ୍କ ମୁଣ୍ଡରେ  ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଗତ ୨୦୦୬ ବର୍ଷରୁ ସେମାନେ ଫେରାର ରହିଥିଲେ।

 

Read More
{}{}