Hindi News >>Home >>Odisha National-International

PFI Exposed: ଉପସାଗରୀୟ ଦେଶ ସହ ରହିଛି ସମ୍ପର୍କ, ପାଣ୍ଠି ବାବଦରେ ମିଳିଲା ଚକିତ କରିବା ଭଳି ଖବର

NIA-ED action against PFI: ଅନୁସନ୍ଧାନ ଏଜେନ୍ସି ରିପୋର୍ଟ ଅନୁଯାୟୀ ୟୁଏଇ ଏବଂ ଅନ୍ୟ ଆରବ ଦେଶରୁ ପ୍ରତି ମାସରେ ୩ ମିଲିୟନ୍ ଦିରହମ୍ ଅର୍ଥାତ୍ ୬.୭ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଥାଏ ପିଏଫଆଇ। ଏନଆଇଏ-ଇଡ଼ି ପକ୍ଷରୁ ଅନୁସନ୍ଧାନରୁ ଉପସାଗରୀୟ ଦେଶ ସହ ପିଏଫଆଇ ସଙ୍ଗଠନ ସହିତ ରହିଥିବା ସମ୍ପର୍କ ବାବଦରେ ଜଣାପଡ଼ିଛି।

Advertisement
PFI Exposed: ଉପସାଗରୀୟ ଦେଶ ସହ ରହିଛି ସମ୍ପର୍କ, ପାଣ୍ଠି ବାବଦରେ ମିଳିଲା ଚକିତ କରିବା ଭଳି ଖବର
Stop
Subhramjit Ray|Updated: Sep 23, 2022, 04:38 PM IST

NIA-ED raid against PFI: ଦେଶରେ ଆତଙ୍କବାଦର ଚେର ଉପାଡ଼ିବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏନେଇ ଗୁରୁବାର ଦେଶର ମୋଟ ୧୧ ରାଜ୍ୟରେ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ଆଡ୍ଡା ଉପରେ ହୋଇଛି ଚଢାଉ। ପିଏଫଆଇ ବିରୋଧରେ ଏନଆଇଏ-ଇଡ଼ି ପକ୍ଷରୁ ହୋଇଥିବା ଚଢାଉ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦେଶ ତଥା ବିଦେଶରୁ ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନକୁ ମିଳୁଥିବା ଆର୍ଥିକ ସହାୟତା ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଉପସାଗରୀୟ ଦେଶରେ ରହୁଥିବା ମୁସଲମାନ ପିଏଫଆଇ ପ୍ରତି ସହାନୁଭୂତି ରଖିବା ସହ ଏହି ସଙ୍ଗଠନକୁ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଉଛନ୍ତି। 

ଅନୁସନ୍ଧାନ ଏଜେନ୍ସି ରିପୋର୍ଟ ଅନୁଯାୟୀ ୟୁଏଇ ଏବଂ ଅନ୍ୟ ଆରବ ଦେଶରୁ ପ୍ରତି ମାସରେ ୩ ମିଲିୟନ୍ ଦିରହମ୍ ଅର୍ଥାତ୍ ୬.୭ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଥାଏ ଚରମପନ୍ଥୀ ଇସଲାମୀୟ ସଙ୍ଗଠନ (Extremist Islamic Organization) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI)। ଜାତୀୟ ତଦନ୍ତକାରୀ ସଂସ୍ଥା (National Investigation Agency) ଏନଆଇଏ (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED) ପକ୍ଷରୁ ଅନୁସନ୍ଧାନରୁ ଉପସାଗରୀୟ ଦେଶ (Gulf Country) ସହ ପିଏଫଆଇ ସଙ୍ଗଠନ ସହିତ ରହିଥିବା ସମ୍ପର୍କ ବାବଦରେ ଜଣାପଡ଼ିଛି।

କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟର ମୁସଲିମ (Indian Muslim) ଯିଏ କାମ କରିବାକୁ ଉପସାଗରୀୟ ଦେଶ ଯାଇଛନ୍ତି ସେଠାକାର କମ୍ପାନୀ ମାଧ୍ୟମରେ ପିଏଫଆଇ ସଙ୍ଗଠନକୁ ପାଣ୍ଠି ଯୋଗାଇଥାନ୍ତି। ବେଳେବେଳେ ପିଏଫଆଇ ହାୱାଲା ମାଧ୍ୟମରେ ମଧ୍ୟ ଆର୍ଥିକ ସହାୟତା ପାଇଥାଏ। 

Also Read: NIA-ED Raid: ଟେରର ଫଣ୍ଡି ମାମଲାରେ ପିଏଫଆଇ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ, ୧୧ ରାଜ୍ୟରୁ ୧୦୬ ଗିରଫ

ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ୟୁଏଇ (UAE) ଏବଂ ଆରବ ଦେଶକୁ (Arab Country) ଯାଇଥିବା ୩୦ ହଜାରରୁ ଅଧିକ ପିଏଫଆଇ କ୍ୟାଡର (PFI Cadre) କିମ୍ବା ଏହି ସଙ୍ଗଠନ ପ୍ରତି ସହାନୁଭୂତି ରଖୁଥିବା ମୁସଲମାନ ଏହାକୁ ଅନୁଦାନ ପ୍ରଦାନ କରିଥାନ୍ତି। ପ୍ରତି ମାସରେ ପିଏଫଆଇ ୧୦୦ ଦିରହମ୍ ମୂଲ୍ୟର ପାଣ୍ଠି ପାଇଥାଏ। ଅର୍ଥାକତ ମିଳିତ ଭାବରେ ପିଏଫଆଇ ପ୍ରତି ମାସରେ ୩ ମିଲିୟନ୍ ମୂଲ୍ୟର ଦିରହମ୍ ପାଣ୍ଠି ସଂଗ୍ରହ କରିଥାଏ। 

ପିଏଫଆଇ ସଙ୍ଗଠନକୁ ମିଳୁଥିବା ପାଣ୍ଠି ବାବଦରେ ହୋଇଥିବାର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପୁସ୍ତକ ପ୍ରକାଶନ, ପତ୍ରିକା ଏବଂ ସିଡି ମାଧ୍ୟମରେ ମଧ୍ୟ ରୋଜଗାର କରିଥା ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ। ଏହା ସହିତ ଦେଶର ଅନେକ ମସଜିଦ ଏବଂ ମଦ୍ରାସା ପାଖରୁ ପିଏଫଆଇ ପାଣ୍ଠି ପାଇଥାଏ। ଅନୁସନ୍ଧାନରେ କେରଳ ଭିତ୍ତିକ କିଛି ଏନଜିଓ ନାମ ମଧ୍ୟ ସାମ୍ନାକୁ ଆସିଛି। ଯାହା ମାଧ୍ୟମରେ ଉପସାଗରୀୟ ଦେଶରୁ ପିଏଫଆଇ ଆର୍ଥିକ ସହାୟତା ପାଇଥାଏ।

ଗୁରୁବାର ତାମିଲନାଡୁ ଏବଂ କେରଳ ସମେତ ଦେଶର ମୋଟ ୧୧ ରାଜ୍ୟରେ ପିଏଫଆଇ ଆଡ୍ଡା ଉପରେ ଚଢାଉ କରିଛି ଏନଆଇଏ-ଇଡ଼ି। ଚଢାଉ ବେଳେ ୧୦୬ ଜଣଙ୍କୁ ଗିରଫ କରାଯାଇଛି। ପିଏଫଆଇ ଏବଂ ଏହି ସଂସ୍ଥା ସହ ଜଡିତ ଲୋକଙ୍କ ପ୍ରଶିକ୍ଷଣ କାର୍ଯ୍ୟକଳାପ, ଆତଙ୍କବାଦୀ ପାଣ୍ଠି ଏବଂ ଲୋକଙ୍କୁ ସଙ୍ଗଠନ ସହିତ ଯୋଡିବା ବିରୋଧରେ ଏହା ହେଉଛି ଏନଆଇଏ ଦ୍ୱାରା ଗ୍ରହଣ କରା ଯାଇଥିବା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ। 

Also Read: PFI Module Exposed: ବିହାରରେ ଏନଆଇଏ ଗ୍ରହଣ କଲା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ, ସାମ୍ନାକୁ ଆସିଲା ଏହି କାରଣ

ଚଢାଉ ବେଳେ ସେହି ୨ ପ୍ରକାରର ଲୋକଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଗୋଟିଏ ହେଉଛି ଯେଉଁମାନେ ସିଧାସଳଖ ପିଏଫଆଇ (PFI) କାର୍ଯ୍ୟାକଳାପରେ ଜଡିତ ଥିଲେ ଏବଂ ଦ୍ୱିତୀୟରେ ଯେଉଁମାନେ ଏହି ଚଢାଉ ସମୟରେ ବିରୋଧ ପ୍ରଦର୍ଶନ କରିଥିଲେ। ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଗିରଫ ହୋଇଥିବା ଅଧିକାଂଶ ଲୋକ ଏହି ସଂସ୍ଥାର ପଦାଧିକାରୀ ବୋଲି ଜଣାପଡ଼ିଛି।   

 

{}{}