Hindi News >>Home >>Odisha National-International

ପେଲୋସିଙ୍କ ତାଇୱାନ ଗସ୍ତ ମଧ୍ୟରେ ଚୀନ ନେଲା ଏହି ବଡ଼ ପଦକ୍ଷେପ

Nancy Pelosi Taiwan Visit:ପେଷ୍ଟ୍ରି, ପାକ୍ ବସ୍ତୁ ଏବଂ ମିଠା ଉତ୍ପାଦନ କରୁଥିବା ଅନେକ ତାଇୱାନ କମ୍ପାନୀ ଉପରେ ଚୀନ ଆର୍ଥିକ ପ୍ରତିବନ୍ଧକ ଓ ଆମଦାନୀ ପ୍ରତିବନ୍ଧକ ଘୋଷଣା କରିଛି । ମଙ୍ଗଳବାର ଚୀନ ଅନେକ ତାଇୱାନ ଖାଦ୍ୟ କମ୍ପାନୀରୁ ଉତ୍ପାଦ ଆମଦାନୀକୁ ସାମୟିକ ଭାବେ ବନ୍ଦ କରି ଦେଇଛି ।

Advertisement
ପେଲୋସିଙ୍କ ତାଇୱାନ ଗସ୍ତ ମଧ୍ୟରେ ଚୀନ ନେଲା ଏହି ବଡ଼ ପଦକ୍ଷେପ
Stop
Tamal Bakchi|Updated: Aug 03, 2022, 10:20 AM IST

ନୂଆଦିଲ୍ଲୀ: Nancy Pelosi Taiwan Visit: ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସି (Nancy Pelosi) ଙ୍କ ତାଇୱାନ (Taiwan) ଗସ୍ତରେ ଅସନ୍ତୁଷ୍ଟ ହୋଇ ଦ୍ୱୀପକୁ ପ୍ରାକୃତିକ ବାଲି ରପ୍ତାନି ବନ୍ଦ କରିବାକୁ ଚୀନ (China) ଘୋଷଣା କରିଛି । ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଜିଟିଏନ୍ ନ୍ୟୁଜ୍ ଏହି ସୂଚନା ଦେଇଛି । ଏହା ସହିତ ଚୀନ ତାଇୱାନ କମ୍ପାନୀଗୁଡିକ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି । ଆପଣଙ୍କୁ କହି ରଖୁଛୁ ଯେ ବେଜିଂର ଚେତାବନୀ ସତ୍ତ୍ୱେ ପେଲୋସି ଅଗଷ୍ଟ ୨ରେ ତାଇୱାନର ରାଜଧାନୀ ତାଇପେଇ (Taipei) ରେ ପହଞ୍ଚିଛନ୍ତି ।

ପେଷ୍ଟ୍ରି, ପାକ୍ ବସ୍ତୁ ଏବଂ ମିଠା ଉତ୍ପାଦନ କରୁଥିବା ଅନେକ ତାଇୱାନ କମ୍ପାନୀ ଉପରେ ଚୀନ ଆର୍ଥିକ ପ୍ରତିବନ୍ଧକ ଓ ଆମଦାନୀ ପ୍ରତିବନ୍ଧକ ଘୋଷଣା କରିଛି । ମଙ୍ଗଳବାର ଚୀନ ଅନେକ ତାଇୱାନ ଖାଦ୍ୟ କମ୍ପାନୀରୁ ଉତ୍ପାଦ ଆମଦାନୀକୁ ସାମୟିକ ଭାବେ ବନ୍ଦ କରି ଦେଇଛି ।ଫୋକସ୍ ତାଇୱାନ ଅନୁଯାୟୀ, ତାଇୱାନର କୃଷି ପରିଷଦ (COA) କହିଛି ଯେ ବ୍ଲାକ୍ ଲିଷ୍ଟରେ କରାଯାଇଥିବା କମ୍ପାନୀଗୁଡିକରେ ଚା' ପତ୍ର, ଶୁଖିଲା ଫଳ, ମହୁ, କୋକୋ ବିନ୍ ଓ ପନିପରିବା ଉତ୍ପାଦକ ସହ ପ୍ରାୟ ୭୦୦ ମତ୍ସ୍ୟଜୀବୀ ଜାହାଜ ଅନ୍ତର୍ଭୁକ୍ତ ରହିଛି ।

ଚୀନର ଜେନେରାଲ୍ ଆଡମିନିଷ୍ଟ୍ରେସନ୍ ଅଫ୍ କଷ୍ଟମ୍ସର ତଥ୍ୟ ଦର୍ଶାଉଛି ଯେ ଅନେକ ତାଇୱାନ କମ୍ପାନୀ ଯେଉଁମାନେ ସେମାନଙ୍କର ପଞ୍ଜୀକରଣ ସ୍ଥିତିକୁ ଅପଡେଟ୍ କରିଛନ୍ତି ସେମାନେ ମଧ୍ୟ ଏହି ପ୍ରତିବନ୍ଧକ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଫୋକସ୍ ତାଇୱାନ  ୱେବସାଇଟ୍ ଅନୁଯାୟୀ, କଷ୍ଟମ୍ସ ଆଡମିନିଷ୍ଟ୍ରେସନ୍ ମୋଟ ୧୦୭ ପଞ୍ଜୀକୃତ ତାଇୱାନ ବ୍ରାଣ୍ଡକୁ "ବାଣ, ପେଷ୍ଟ୍ରି ଏବଂ ନୁଡୁଲ୍ସ" ଶ୍ରେଣୀରେ ତାଲିକାଭୁକ୍ତ କରିଛି, ସେଥିମଧ୍ୟରୁ ୩୫ଟି କମ୍ପାନୀ ଅପ-ଟୁ-ଡେଟ୍ ପଞ୍ଜୀକରଣ ସତ୍ତ୍ୱେ ସାମୟିକ ଭାବେ ନିଲମ୍ୱିତ ଆମଦାନୀ ରୂପରେ ଲେଭଲ କରାଯାଇଛି ।

ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ଆହୁରି ୧୨୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ବଢ଼ିଲା ଯୁଦ୍ଧ ଆଶଙ୍କା, ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନର ୨୧ ଯୁଦ୍ଧ ବିମାନ

ଏହା ବି ପଢ଼ନ୍ତୁ:-ଆଉ ଏକ ଯୁଦ୍ଧ, ନାନସୀ ପେଲୋସିଙ୍କ ଗସ୍ତ ଯୋଗୁଁ ତାଇୱାନକୁ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ! ଚୀନ ନେଇପାରେ ଏହି ୬ଟି ଆକ୍ରମଣାତ୍ମକ ପଦକ୍ଷେପ

ଚୀନ ତାଇୱାନକୁ ମଧ୍ୟ ତା'ର ଏକ ମୁଖ୍ୟ ଏକ ଅଂଶ ବୋଲି ମନେ କରେ । ବେଜିଂ କହିଛି ଯେ, ପେଲୋସିଙ୍କ ଏହି ଗସ୍ତ 'ଏକ-ଚୀନ୍ ନୀତି' ଓ 'ତିନି ଚୀନ୍-ଆମେରିକା' ମିଳିତ ଘୋଷଣାନାମାର ନିୟମକୁ ଗୁରୁତର ଉଲ୍ଲଂଘନ କରିଛି । ଚୀନ ସର୍ବଦା ତାଇୱାନକୁ ଏହାର ଅଂଶ ଭାବରେ ମନେ କରିଆସୁଛି । ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅନେକ ଥର କହିଛନ୍ତି ଯେ, ଆଜି ନୁହେଁ ତ କାଲି, ତାଇୱାନ ଚୀନରେ ସାମିଲ ହେବ । ଏହି ସମୟରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତରେ ଚୀନ୍ ଅତ୍ୟଧିକ କ୍ରୋଧିତ ହୋଇଛି ଓ ତାଇୱାନର ଚାରିପଟେ ଯୁଦ୍ଧାଭ୍ୟାସ କରିବା ପାଇଁ ଘୋଷଣା କରିଛି । ଅନ୍ୟପକ୍ଷରେ, ତାଙ୍କ ଗସ୍ତ ସମୟରେ ନାନସୀ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ସ୍ପଷ୍ଟ କରିଛନ୍ତି ଯେ, ତାଇୱାନକୁ ଆସିବା ପାଇଁ ତାଙ୍କର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ତାହା ହେଉଛି ସୁରକ୍ଷା, ଶାନ୍ତି ଏବଂ ସରକାର ।

 

Read More
{}{}