Hindi News >>Home >>Odisha National-International

Gyanvapi Mosque Case: କୋର୍ଟ ନିଷ୍ପତ୍ତି ଆସିବା ପରେ ପ୍ରତିକ୍ରିୟା ରଖିଲା ମୁସଲିମ ପକ୍ଷ

Muslim Side on Gyanvapi Verdict: ଅଞ୍ଜୁମାନ ଇନ୍ତେଜାମିଆ କମିଟି ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା ଯେ, ଏହା ଜ୍ଞାନବ୍ୟାପୀ ମସଜିଦ ୱାକଫ ବୋର୍ଡ ସମ୍ପତ୍ତି ହୋଇଥିବାରୁ ଏହା ସହ ଜଡ଼ିତ ମାମଲା ବିଚାରଯୋଗ୍ୟ ନୁହେଁ।  ଜିଲ୍ଲା ଜଜ୍ ଗତ ମାସରେ ଏହି ମାମଲାରେ ଆଦେଶକୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ।

Advertisement
Gyanvapi Mosque Case: କୋର୍ଟ ନିଷ୍ପତ୍ତି ଆସିବା ପରେ ପ୍ରତିକ୍ରିୟା ରଖିଲା ମୁସଲିମ ପକ୍ଷ
Stop
Subhramjit Ray|Updated: Sep 12, 2022, 08:16 PM IST

Muslim Side on Gyanvapi Verdict: ସୋମବାର ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗର ଗୌରୀ ମାମଲାରେ ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି। ପୂଜାପାଠ କରିବାର ଅଧିକାର ପ୍ରଦାନ କରିବାକୁ କରାଯାଇ ଥିବା ଆବେଦନ ଉପରେ ଶୁଣାଣି ଜାରି ରହିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଶୁଣାଇଛନ୍ତି।

ଏନେଇ ପ୍ରତିକ୍ରିୟା ରଖି ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, ଏହା ଏକ ବିଚାରଯୋଗ୍ୟ ମାମଲା ନା ନୁହେଁ ସେ ନେଇ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଏହି ମାମଲାରେ ଶୁଣାଣି ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲା ଜଜ୍ ଏ.କେ ବିଶ୍ୱେଶ। ଏହି ମାମଲାରେ ୫ ଜଣ ମହିଳା ପ୍ରତିଦିନ ହିନ୍ଦୁ ଦେବା ଦେବୀଙ୍କ ପୂଜାପାଠ ପାଇଁ ଅନୁମତି ମାଗିଥିଲେ। ଏହି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଜ୍ଞାନବ୍ୟାପୀ ମସଜିଦ ବାହ୍ୟ କାନ୍ଥରେ ରହିଛି।

ଅନ୍ୟପଟେ ଅଞ୍ଜୁମାନ ଇନ୍ତେଜାମିଆ କମିଟି ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଥିଲା ଯେ, ଏହା ଜ୍ଞାନବ୍ୟାପୀ ମସଜିଦ ୱାକଫ ବୋର୍ଡ ସମ୍ପତ୍ତି ହୋଇଥିବାରୁ ଏହା ସହ ଜଡ଼ିତ ମାମଲା ବିଚାରଯୋଗ୍ୟ ନୁହେଁ।  ଜିଲ୍ଲା ଜଜ୍ ଗତ ମାସରେ ଏହି ମାମଲାରେ ଆଦେଶକୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ।

ହେଲେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ମୁସଲିମ ପକ୍ଷ କହିଛି ଯେ, ଏହି ମାମଲାରେ କୋର୍ଟ ଦେଇଥିବା ଆଦେଶ ଠିକ୍ ନୁହେଁ। ସେମାନେ ଏହି ମାମଲାରେ ହାଇକୋର୍ଟ ଯିବେ। ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସଦସ୍ୟ ମୌଲାନା ଖାଲିଦ ରଶୀଦ ଫରଙ୍ଗୀ ମହଲି କହିଛନ୍ତି ଯେ ଆଇନ ବିଶେଷଜ୍ଞଙ୍କ ଦଳ କୋର୍ଟ ନିଷ୍ପତ୍ତିକୁ ବିସ୍ତୃତ ଭାବରେ ବୁଝାଇଇବେ। ଏହା ପରେ ଯାଇ ଆଗାମୀ ପଦକ୍ଷେପ ନିଆଯିବ। ବାବ୍ରି ମସଜିଦ ମାମଲାରେ ଉପାସନା ସ୍ଥଳ ବାବଦରେ ସୁପ୍ରିମକୋର୍ଟ ଯାହା କହିଛନ୍ତି, ଆମେ ଆଶା କରୁଛୁ ଯେ ମନ୍ଦିର ଏବଂ ମସଜିଦ ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହେବ। ସେ ଉଦବେଗ ପ୍ରକାଶ କରି କହିଛନ୍ତି ୧୯୯୧ ପୂଜାପାଠ ଅଧିନିୟମକୁ ଅଣଦେଖା କରାଯାଇ ଏଭଳି ପ୍ରସଙ୍ଗ ଉଠାଯାଉଛି।

Also Read: Gyanvapi Case: ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷ ସପକ୍ଷରେ ଆସିଲା ନିଷ୍ପତ୍ତି

ଗତ ମେ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣାସୀର ଜିଲ୍ଲା ଜଜ କୋର୍ଟ କୁ ହସ୍ତାନ୍ତର କରିଥିଲେ। ସେଠାରୁ ଏହାକୁ ଟ୍ରାଏଲ କୋର୍ଟ ପଠାଯାଇଥିଲା।  ଯେଉଁଠାରେ ଏହାର ବିଚାର ଚାଲିଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ମାମଲାର ଜଟିଳତା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ବାରାଣାସୀର ସିଭିଲ ଜଜ ଙ୍କ ସାମ୍ନାରେ ଦେୱାନୀ ମାମଲାର ଶୁଣାଣି ଉତ୍ତର ପ୍ରଦେଶ ନ୍ୟାୟିକ ସେବାର ଜଣେ ବରିଷ୍ଠ ତଥା ଅଭିଜ୍ଞ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା କରାଯିବ।

ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାର ମାସେ ପୂର୍ବରୁ ବାରାଣାସୀ ସିଭିଲ କୋର୍ଟ ଜ୍ଞାନବ୍ୟାପୀ ମସଜିଦ ପରିସରରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଥିବା ଦାବି କରୁଥିବା ହିନ୍ଦୁ ମହିଳାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଆଧାରରେ ଏଠାରେ ଭିଡ଼ିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସଜିଦ ପରିସରେରେ ହୋଇଥିବା ଭିଡ଼ିଓ ଗ୍ରାଫି ରିପୋର୍ଟ ବାରାଣସୀ ଅଦାଲତରେ ଏକ ସିଲ୍ କଭର ଦ୍ୱାରା ଉପସ୍ଥାପିତ ହୋଇଛି। ହେଲେ ହିନ୍ଦୁ ଆବେଦନକାରୀ ବିବାଦୀୟ ଭାବେ ଏହାର ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି।

ଏହି ରିପୋର୍ଟ ଜରିଆରେ ଦାବି କରାଯାଇଛି ଯେ,  ମସଜିଦ ପରିସରରେ ରହିଥିବା ଏକ ପୋଖରୀ ମଧ୍ୟରେ ଏକ ଶିବଲିଙ୍ଗ ମିଳିଛି। ଯାହାକୁ ମୁସଲିମ ନମାଜ ପୂର୍ବରୁ ୱଜୁ ଅର୍ଥାତ ଶୁଦ୍ଧତା ପାଇଁ ବ୍ୟବହାର କରାଯାଉଛି। ସେହି ସମୟରେ ମାମଲାର ଶୁଣାଣି କରୁଥିବା ବିଚାରପତି ଏହି ପୋଖରୀକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବେଶ ପୁରୁଣା ଜ୍ଞାନବ୍ୟାପୀ ମସଜିଦ ପରିସରରେ କରାଯାଉଥିବା ଭିଡ଼ିଓଗ୍ରାଫି ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା ଜ୍ଞାନବ୍ୟାପୀ ମସଜିଦ କମିଟି। ଏନେଇ ମସଜିଦ କମିଟି ପକ୍ଷର ଆବେଦନକାରୀ କହିଛନ୍ତି ଯେ ମସଜିଦ ପରିସରରେ ଭିଡ଼ିଓଗ୍ରାଫି କରିବା ୧୯୯୧ ପୂଜାପାଠ ଅଧିନିୟମର ଉଂଲଘନ କରୁଛି। ଯାହା ୧୯୪୭ ମସିହା ୧୫ ଅଗଷ୍ଟ ପର୍ଯ୍ୟନ୍ତ କୌଣସି ପୂଜାପାଠର ଧାର୍ମିକ ସ୍ଥିତିକୁ ବଜାୟ ରଖିବାକୁ କହୁଛି।

ମସଜିଦ କମିଟି ଯୁକ୍ତି ଦର୍ଶାଇଥିଲା ଯେ ଏପରି ଆବେଦନ ଏବଂ ମସଜିଦ  ସିଲ୍ କରିବା ଦ୍ୱାରା ସାମ୍ପ୍ରଦାୟିକ ଅସନ୍ତୁଳନ ଘଟିବ। ଯାହା ଦେଶର ମସଜିଦ ଉପରେ ପ୍ରଭାବ ପକାଇବ। ରକ୍ଷଣାବେକ୍ଷଣ' ମାମଲାରେ ବାରାଣାସୀ ଜିଲ୍ଲା ଜଜ କୋର୍ଟ ରେ ମସଜିଦ କମିଟି ସମାନ ଯୁକ୍ତି ଦର୍ଶାଇଥିବା ବେଳେ ହିନ୍ଦୁ ପକ୍ଷର ଆବେଦନକାରୀଙ୍କ ଓକିଲ ଦାବି କରିଛନ୍ତି ଯେ ଆଇନ ସେମାନଙ୍କ ମାମଲାକୁ ରୋକୁ ନାହିଁ।  ସେମାନେ ଅଦାଲତରେ ପ୍ରମାଣ କରିପାରିବେ ଯେ ମସଜିଦ ପରିସର ବାସ୍ତବରେ ଏକ ମନ୍ଦିର ରହିଛି। 

 

 

Read More
{}{}