Hindi News >>Home >>Odisha National-International

AIMPLB Affidavit: ମସଜିଦରେ ମହିଳାମାନଙ୍କ ନମାଜ ପଢ଼ିବାର ଦାବି, ମୁସଲିମ ପର୍ସନାଲ ଲ ବୋର୍ଡ଼ ସୁପ୍ରିମକୋର୍ଟଙ୍କୁ କହିଲେ ଏହି କଥା

AIMPLB Affidavit:  ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ଼ (AIMPLB) ପକ୍ଷରୁ ମସଜିଦରେ ମହିଳାଙ୍କର ପ୍ରବେଶ ନେଇ ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାଖଲ କରାଯାଇଛି। ଏହି ଆଫିଡେବିଟରେ ଏଆଇଏମପିଏଲବି ସ୍ପଷ୍ଟ କରିଛି ଯେ ମସଜିଦରେ ପ୍ରବେଶ କରି ମହିଳା ମାନେ ନମାଜ ପଢିବା କିମ୍ବା ସାମୂହିକ ପ୍ରାର୍ଥନା କରିବା ଉପରେ କଟକଣା ଥିବା ନେଇ କୌଣସି ଇସଲାମ ଧର୍ମର ଗ୍ରନ୍ଥରେ ଲେଖାଯାଇ ନାହିଁ। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 09, 2023, 09:06 AM IST

Supreme Court on Entry of Women: ବୁଧବାର ଦିନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ଼ (AIMPLB) ପକ୍ଷରୁ ମସଜିଦରେ ମହିଳାଙ୍କର ପ୍ରବେଶ ନେଇ ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାଖଲ କରାଯାଇଛି। ଏହି ଆଫିଡେବିଟରେ ଏଆଇଏମପିଏଲବି ସ୍ପଷ୍ଟ କରିଛି ଯେ ମସଜିଦରେ ପ୍ରବେଶ କରି ମହିଳା ମାନେ ନମାଜ ପଢିବା କିମ୍ବା ସାମୂହିକ ପ୍ରାର୍ଥନା କରିବା ଉପରେ କଟକଣା ଥିବା ନେଇ କୌଣସି ଇସଲାମ ଧର୍ମର ଗ୍ରନ୍ଥରେ ଲେଖାଯାଇ ନାହିଁ। କିନ୍ତୁ କୌଣସି ସର୍ବ ସାଧାରଣ ସ୍ଥାନରେ ବୀପରିତ ଲିଙ୍ଗ ସହ ମୁକ୍ତ ମିଶ୍ରଣକୁ ଇସଲାମ ଅନୁମତି ଦିଏ ନାହିଁ ଓ ଯଦି ମହିଳା ମାନେ ମସଜିଦ ଯାଇ ପ୍ରାର୍ଥନା କରିବାକୁ ଚାହାନ୍ତି ତେବେ ପୁରୁଷ ଓ ମହିଳାଙ୍କର ସ୍ଥାନ ଅଲଗା ଅଲଗା କରିବା ଦାୟିତ୍ୱ ପରିଚାଳନା କମିଟି ଗୁରୁତର ଭାବେ ନେବା ଆବଶ୍ୟକ ହୋଲି ଏହି ବୋର୍ଡ଼ କହିଛନ୍ତି।

ସୂଚନା ଅନୁଯାୟୀ ୨୦୨୦ ମସିହାରେ ପୁନେର ଜଣେ ମହିଳା ପର୍‌ହା ଆନୱାର ହୁସେନ ଶେଖ୍ ସୁପ୍ରିମକୋର୍ଟରେ(Supreme Court )‌ ଏକ ପିଟିସନ ଦାଖଲ କରିଥିଲେ। ଭାରତରେ ମସଜିଦରେ ମହିଳାଙ୍କର ପ୍ରବେଶ ଉପରେ ଥିବା କଟକଣାକୁ ବେଆଇନ ଓ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟର ରାୟ ଲୋଡି଼ଥିଲେ। ତେବେ ଏହାର ଶୁଣାଣି ଆସନ୍ତା ମାର୍ଚ୍ଚରେ ହେବ ବୋଲି ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ମହିଳା ମାନଙ୍କର ମସଜିଦ ପ୍ରବେଶକୁ(No Ban On Entry Of Muslim Women) ନେଇ କୌଣସି କଟକଣା ନ ଥିବା ନେଇ ଏଆଇଏମପିଏଲବି କୋର୍ଟରେ ସ୍ପଷ୍ଟ କରିଛି। ବୋର୍ଡ଼ ପକ୍ଷରୁ ଓକିଲ ଏମଆର ଶମଶାଦଙ୍କ ଜରିଆରେ ଦାଖଲ ହୋଇଥିବା ଆଫିଡେବିଟରେ କୁହାଯାଇଛି ଯେ, ମସଜିଦ ଗୁଡି଼କ ସମ୍ପୂର୍ଣ୍ଣ ଭାବେ ବେସରକାରୀ ସଂସ୍ଥା ଅଟେ। ତେବେ ଏହି ସଂସ୍ଥା ଗୁଡି଼କ ଏହାର ପରିଚାଳକ (ମୁତାୱଲିସ)ଙ୍କ ଦ୍ୱାରା ନିୟନ୍ତ୍ରୀତ ହୋଇଥାଏ। ତେଣୁ କେଉଁଠି ମହିଳାମାନେ ପ୍ରବେଶ କରିବେ କି ନାହିଁ ତାହା ସେହି ସଂସ୍ଥାର ପରିଚାଳକ ମାନେ ସ୍ଥିର କରିଥାଆନ୍ତି। ତେବେ ମହିଳା ମାନଙ୍କର ମସଜିଦ ପ୍ରବେଶକୁ ଇସଲାମ(Islam) ଧର୍ମ ଅନୁମତି ଦେଇଛି। ଏହା ମହିଳା ମାନଙ୍କର ମୌଳିକ ଅଧିକାର ଅଟେ। କିନ୍ତୁ ମହିଳା ମାନେ ତାଙ୍କର ଏହି ଅଧିକାରକୁ ଉପଯୋଗ କରିବେ ନା ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏହି ଆଫିଡେବିଟରେ ଏଆଇଏମପିଏଲବି ବିଷୟରେ ଉଲ୍ଲେଖ କରାଯାଇଛି ଯେ, ଏହି ବୋର୍ଡ଼ ଏକ ବିଶେଷଜ୍ଞ ସଂଗଠନ ଓ ଏହା କେବଳ ଇସଲାମର ରୀତିନୀତି ଅନୁଯାୟୀ ପରାମର୍ଶ ଦେଇପାରେ। ଇସଲାମ ଧର୍ମର ଧାର୍ମିକ ଗ୍ରନ୍ଥ ଓ ନୀତି ଆଦର୍ଶ ଉପରେ ଅନୁସଧ୍ଯାନ କରି ଏହା ସ୍ପଷ୍ଟ କରାଯାଇଛି ଯେ, ମହିଳା ମାନଙ୍କୁ ମସଜିଦ୍ ଯାଇ ନମାଜ(Namaz) ପାଠ କରିବାକୁ ଅନୁମତି ଦିଆଯାଇଛି ।

ସୁପ୍ରିମକୋର୍ଟକୁ ଅବଗତ କରାଇ ବୋର୍ଡ଼ କହିଛି ଯେ, ମେକ୍କାରେ ମଧ୍ୟ ମସଜିଦ ଗୁଡି଼କରେ ମହିଳା ମାନେ ପ୍ରାର୍ଥନା କରନ୍ତି, କିନ୍ତୁ ସେଠାରେ ମହିଳା ଓ ପୁରୁଷ ମାନଙ୍କର ପ୍ରାର୍ଥନା କରିବାର ସ୍ଥାନ ପୃଥକ ରହିଥାଏ। ତେବେ ଯଦି ଭାରତରେ ମହିଳା ମାନେ ମସଜିଦ୍ ଆସି ନମାଜ ପଢି଼ବାକୁ ଚାହାନ୍ତି ତେବେ ଉଭୟଙ୍କ ପାଇଁ ପ୍ରାର୍ଥନା ସ୍ଥାନ ଅଲଗା କରିବା ଦିଗରେ ପରିଚାଳନା ସଂସ୍ଥା ଗୁଡିକ ପଦକ୍ଷେପ ନେବା ଆବଶ୍ୟକ। ଏହାଛଡ଼ା ଯେଉଁଠି ନୂତନ ମସଜିଦ ନିର୍ମାଣ କରାଯାଉଛି ସେଠାରେ ମହିଳାମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ନିର୍ମାଣ କରିବା ପାଇଁ ସୁପ୍ରିମକୋର୍ଟ ଜରିଆରେ ଏହି ବୋର୍ଡ଼ ମୁସଲିମ ସମ୍ପ୍ରଦାୟକୁ ଅନୁରୋଧ କରିଛନ୍ତି।

Read More
{}{}