Hindi News >>Home >>Odisha National-International

Sanjay Raut get Bail: ପାତ୍ରାଚଲ ମାମଲା: ସଞ୍ଜୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଗତ ଜୁଲାଇ ମାସରେ ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପାତ୍ରାଚଲ ବିବାଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। 

Advertisement
Sanjay Raut get Bail: ପାତ୍ରାଚଲ ମାମଲା: ସଞ୍ଜୟଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
Stop
Zee Odisha Desk|Updated: Nov 09, 2022, 03:44 PM IST

Sanjay Raut get Bail: ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ମାସ ମାସ ଧରି ଜେଲରେ ଥିବା ଶିବସେନା (ଉଦ୍ଧବ ଦଳ) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ପାତ୍ରାଚଲ ପୁନଃନିର୍ମାଣ ପ୍ରକଳ୍ପ ସହ ଜଡିତ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସଞ୍ଜୟ ରାଉତ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ଏବଂ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି।

PMLA ଅର୍ଥାତ୍ ମନି ଲଣ୍ଡରିଂ ଆକ୍ଟ ସମ୍ବନ୍ଧୀୟ ମାମଲା ଗୁଡ଼ିକର ଶୁଣାଣି ପାଇଁ ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସଞ୍ଜୟ ରାଉତଙ୍କ ଜାମିନ ଆବେଦନକୁ  ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ବର୍ଷ ଜୁଲାଇରେ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଉପାନ୍ତ ସହର ଗୋରେଗାଓଁରେ ପାତ୍ରାଚଲର ପୁନଃନିର୍ମାଣରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା।

ତାଙ୍କ ଜାମିନ ଆବେଦନରେ ସଞ୍ଜୟ ରାଉତ ଦାବି କରିଥିଲେ ଯେ ତାଙ୍କ ବିରୋଧରେ ମାମଲା 'କ୍ଷମତାର ଅପବ୍ୟବହାର' ଏବଂ 'ରାଜନୈତିକ ପ୍ରତିଶୋଧ'ର ଏକ ଉଦାହରଣ ଅଟେ। ପ୍ରକାଶ ଥାଉକି, ପାତ୍ରାଚଲ ପୁନଃବିକାଶ ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଅର୍ଥ ଲଣ୍ଡରିଂକୁ ଏଡ଼ାଇବା ପାଇଁ 'ପରଦା ପଛରେ' ନାୟକ ଭାବେ କାମ କରିଥିଲେ ବୋଲି ଇଡି ରାଉତଙ୍କ ଆବେଦନକୁ ବିରୋଧ କରିଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାତ୍ରାଚଲର ପୁନଃବିକାଶ ସମ୍ବନ୍ଧିତ ଅର୍ଥ ହେରଫେର ତଥା ଅନିୟମିତତା ଓ ତାଙ୍କର ପତ୍ନୀ ଏବଂ ସହଯୋଗୀଙ୍କ ସହିତ ଅର୍ଥ ନେଣଦେଣର ସମ୍ପର୍କ ରହିଛି। ଏହି ମାମଲାର ଅନୁସନ୍ଧାନ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ପର୍ଯ୍ୟନ୍ତ ଜାମିନ ଆଦେଶକୁ କାର୍ଯ୍ୟକାରୀ ନକରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ପହଞ୍ଚିଥିଲେ। ପାତ୍ରା ଚଲ୍ ମାମଲାରେ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୁହାଯାଉଛି ଯେ ଆଜି ଅର୍ଥାତ ରବିବାର ଦିନ ସକାଳେ ଇଡି ଟିମ୍ ରାଉତଙ୍କ ଘରେ ଏଥିପାଇଁ ପହଞ୍ଚିଥିଲେ, କାରଣ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଠାଇଥିବା ସମନର ଜବାବ ଦେଇ ନଥିଲେ ଓ ତଦନ୍ତରେ ସହଯୋଗ କରିନଥିଲେ। ଏହି ସମୟରେ ବିଜେପି ନେତାମାନେ ରାଉତଙ୍କ ଗିରଫ ହେବାର ସମ୍ଭାବନା ରହିଛି ବୋଲି ସଂକେତ ଦେଇଥିଲେ।

ବିଜେପି ନେତା କିରିଟ ସୋମାୟା କହିଥିଲେ କି ମୁଁ ସଞ୍ଜୟ ରାଉତଙ୍କ ଲୁଟ୍ ଓ ମାଫିଆର ପ୍ରମାଣ ଦେଇଛି। ମହାବିକାଶ ଅଘାଡି ସରକାର ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ରାଜ୍ୟବାସୀଙ୍କୁ ଲୁଟ୍ କରିଥିବା ସଞ୍ଜୟ ରାଉତଙ୍କ ଆଜି ହିସାବ ହେବ। ମୁଁ ଶିବସେନା ସାଂସଦଙ୍କ ବିରୋଧରେ ପ୍ରମାଣ ଦେଇଛି। ମୋର ବିଶ୍ୱାସ ଯେ ରାଉତ ନବାବ ମଲିକଙ୍କ ପାଖରେ ଯିବାକୁ ପଡିବ। ବର୍ତ୍ତମାନ ଆକ୍ସନ ଚାଲିଛି। କିରିଟ ସୋମାୟା କହିଛନ୍ତି ଯେ ସଞ୍ଜୟ ରାଉତ ତଦନ୍ତର ସାମ୍ନା କରିବାରୁ ଦୂରତା ଆପଣାଉଛନ୍ତି, ଏବେ ହିସାବ ଦେବାକୁ ପଡିବ।

ଅଧିକ ପଢନ୍ତୁ: Fighting over smartphones: ପତ୍ନୀଙ୍କ ପାଇଁ ମୋବାଇଲ୍ କିଣି ପାରିଲେ ନାହିଁ ବୋଲି ଭିଣୋଇକୁ ପିଟିପିଟି ଅଧମରା କଲା ଶଳା; ରୁଜୁ ହେଲା ମାମଲା

{}{}