Hindi News >>Home >>Odisha National-International

Mother Dairy Milk Price: ଗୃହିଣୀଙ୍କ ଉପରେ ଚଡ଼କ, କାଲିଠୁ ଏତିକି ଟଙ୍କା ଦେଇ କ୍ଷୀର କିଣିବେ ଗ୍ରାହକ

Mother Dairy Milk Hike: ଏକ ଲିଟର ଫୁଲ କ୍ରିମ୍ କ୍ଷୀରର ଦାମ୍ ୬୩ ଟଙ୍କା ବଦଳରେ ୬୪ ଟଙ୍କା ରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏଥିପାଇଁ ୬୬ ଟଙ୍କା ଦେବାକୁ ପଡିବ । ନଭେମ୍ବର ମାସରେ, ମଦର ଡେରି ଟୋନଡ୍ କ୍ଷୀରର ମୂଲ୍ୟ ୨ ଟଙ୍କା ବଢି ୪୮ ଟଙ୍କାରୁ ୫୦ଟଙ୍କାକୁ ବୃଦ୍ଧି ପାଇଥିଲା। 

Advertisement
Mother Dairy Milk Price: ଗୃହିଣୀଙ୍କ ଉପରେ ଚଡ଼କ, କାଲିଠୁ ଏତିକି ଟଙ୍କା ଦେଇ କ୍ଷୀର କିଣିବେ ଗ୍ରାହକ
Stop
Rasmita Sahoo|Updated: Dec 26, 2022, 05:32 PM IST

Mother Dairy Milk Price: ବର୍ଷ ୨୦୨୨ ସରିବାକୁ ମାତ୍ର ହାତ ଗଣତି କେତେଟା ଦିନ ରହିଛି। ହେଲେ ବର୍ଷ ଶେଷ ବେଳକୁ ଗୃହିଣୀ ଓ ଗ୍ରାହକଙ୍କୁ ଶକ୍ତ ଝଟକା ଦେଇଛି ମଦର ଡେରୀ । ମଦର ଡେରୀ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ଏଥର ଫୁଲ୍ କ୍ରିମ୍, ଟୋନ୍ଡ୍ ଏବଂ ଡବଲ୍ ଟୋନ୍ କ୍ଷୀରର ମୂଲ୍ୟ ପ୍ରତି ଲିଟର ୨ ଟଙ୍କା ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ନୂଆ ଦର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ଲାଗୁ ହେବାକୁ ଯାଉଛି । କମ୍ପାନୀ ଅନୁଯାୟୀ ଗାଈ କ୍ଷୀର ଏବଂ ଟୋକେନ୍ ମିଲ୍କର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। 

ଏଠାରେ କହି ରଖୁଛୁ ଯେ, ମଦର ଡେରି ନଭେମ୍ବର ମାସରେ ଫୁଲ କ୍ରିମ୍ କ୍ଷୀରର ମୂଲ୍ୟକୁ ଏକ ଟଙ୍କା ବୃଦ୍ଧି କରିଥିଲା। ନଭେମ୍ବର ମାସରେ, ଏକ ଲିଟର ଫୁଲ କ୍ରିମ୍ କ୍ଷୀରର ଦାମ୍ ୬୩ ଟଙ୍କା ବଦଳରେ ୬୪ ଟଙ୍କା ରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏଥିପାଇଁ ୬୬ ଟଙ୍କା ଦେବାକୁ ପଡିବ । ନଭେମ୍ବର ମାସରେ, ମଦର ଡେରି (Mother Diary) ଟୋନଡ୍ କ୍ଷୀରର ମୂଲ୍ୟ ୨ ଟଙ୍କା ବଢି ୪୮ ଟଙ୍କାରୁ ୫୦ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏଥିରେ ବି ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ଘଟିଛି। ବର୍ତ୍ତମାନ ମଦର ଡେରିର ଟୋନଡ୍ ମିଲ୍କ ଲିଟର ପିଛା ୫୨ ଟଙ୍କାରେ ବିକ୍ରି ହେବ। 

୨୦୨୨ ମସିହାରେ  ଦୁଗ୍ଧର ମୂଲ୍ୟରେ (Milk Price) କ୍ରମାଗତ ବୃଦ୍ଧି ଦେଖାଯାଇଛି। କେବଳ ମଦର ଡେରି ୨୦୨୨ ରେ କ୍ଷୀରର ମୂଲ୍ୟ ୫ ଥର ବୃଦ୍ଧି କରିଛି। ଡିସେମ୍ବର ୨୦୨୨ ପୂର୍ବରୁ ମାର୍ଚ୍ଚ, ଅଗଷ୍ଟ, ଅକ୍ଟୋବର ଏବଂ ନଭେମ୍ବରରେ ଦୁଗ୍ଧ ମୂଲ୍ୟ ସାମାନ୍ୟ ବୃଦ୍ଧି କରାଯାଇଥିଲା । ତେବେ ସେମିତି ଦେଖିବାକୁ ଗଲେ ବର୍ତ୍ତମାନ ଏହା ଅମୁଲ କ୍ଷୀର (Amul Milk) ଅପେକ୍ଷା ଅଧିକ ମହଙ୍ଗା ହୋଇଛି। 

Also Read: Covid Nasal Vaccine: କିଏ ନେଇପାରିବେ ନାଜାଲ ଭ୍ୟାକସିନ, ଜାଣନ୍ତୁ ସରକାରଙ୍କ ନିୟମ

Also Read: ନୂଆ ବର୍ଷ ପୂର୍ବେ କର୍ମଚାରୀଙ୍କ ପାଇଁ ବଡ଼ ଖବର; ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି, ସରକାର କଲେ ଘୋଷଣା

Also Read: NEET-JEE: ଏହି ମନ୍ଦିରରେ ମାନସିକ ରଖିଲେ କ୍ଲିୟର ହୁଏ ନିଟ୍ ଜେଇଇ ପରୀକ୍ଷା !

Read More
{}{}