Hindi News >>Home >>Odisha National-International

Morocco Earthquake: ମରକ୍କୋରେ ଛାତି ଥରା ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

Morocco Earthquake: ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ(Morocco )। ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ବଢିଚାଲିଛି ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା। ଭୁମିକମ୍ପକୁ(Earthquake) ୫୮ ଘଣ୍ଟା ବିତିସାରିଛି । ତଥାପି ଏପର୍ଯ୍ୟନ୍ତ ଥମିନି ଉଦ୍ଧାର କାର୍ଯ୍ୟ। 

Advertisement
Morocco Earthquake: ମରକ୍କୋରେ ଛାତି ଥରା ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା
Stop
Priyambada Rana|Updated: Sep 12, 2023, 10:00 AM IST

Morocco Earthquake: ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ(Morocco )। ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ବଢିଚାଲିଛି ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା। ଭୁମିକମ୍ପକୁ(Earthquake) ୫୮ ଘଣ୍ଟା ବିତିସାରିଛି । ତଥାପି ଏପର୍ଯ୍ୟନ୍ତ ଥମିନି ଉଦ୍ଧାର କାର୍ଯ୍ୟ। ଯେତେ ଖୋଜିଲେ ସେତେ ମିଳୁଛି ମୃତ ଦେହ। ଏବେ ସୁଦ୍ଧା ୨୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି। ମୃତ ଦେହ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିବା ସହ ଆହତଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସେପଟେ ଅନ୍ତରାଷ୍ଟ୍ରୀୟ ଏଜେନ୍ସିଙ୍କ ସୂଚନା ମୁତାବକ ସେଠାରେ ଅବସ୍ଥିତ ହାଇ ଏଟଲସ ପର୍ବତର ଗାଁରେ ହାରାହାରି ୩,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଭୂକମ୍ପ ଯୋଗୁ ମରକ୍କୋର ଅନେକ ବଡ ବଡ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି । ଏବେ ବି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଉଦ୍ଧାରକାରୀ ଦଳ(Rescue Team)। ଗତ ୬ ଦଶନ୍ଧି ମଧ୍ୟରେ ଏଭଳି ଭୂକମ୍ପ କେବେ ଦେଖି ନଥିଲା ଦେଶ। ଏନେଇ ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ସୂଚନା ଅନୁସାରେ ଏପରି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାରେ ଏଯାଏଁ ପହଞ୍ଚି ପାରିନି ଉଦ୍ଧାରକାରୀ ଦଳ। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ସେପଟେ ଭୂମିକମ୍ପରେ ପୀଡିତମାନେ ଆବଶ୍ୟକ ସୁରକ୍ଷା ପାଇପାରୁନଥିବା ଅଭିଯୋଗ ହୋଇଛି। ଖାଦ୍ୟ, ପାନୀୟ ଭଳି ମୌଳିକ ଆବଶ୍ୟକତା ସରକାର ପୂରଣ କରିନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ।

Also Read: President Joe Biden: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାହିଁକି ପାଗଳଙ୍କୁ ଖୋଜିଥାଏ ଆମେରିକା ସେନା, ପଢନ୍ତୁ ପୂରା କାହାଣୀ

Read More
{}{}