Hindi News >>Home >>Odisha National-International

Flood Update: ଜାରି ରହିଛି ପ୍ରକୃତିର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୨୫ରୁ ଊର୍ଦ୍ଧ୍ୱ ମୃତ

ଉତ୍ତରାଖଣ୍ଡ ଓ ହିମାଚଳ ପରି ପାହାଡ଼ିଆ ଅଞ୍ଚଳରେ ଏବଂ ପୂର୍ବର ସମତଳ ଭୂମିରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୌସୁମୀ ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ ଏବଂ ଘର ଭୁଶୁଡ଼ି ପଡ଼ିଛି, ଫଳରେ ଦେଶର ଏକ ବଡ଼ ଅଞ୍ଚଳରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ହିମାଚଳର ବିଭିନ୍ନ ସ୍ଥାନରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି।

Advertisement
Flood Update: ଜାରି ରହିଛି ପ୍ରକୃତିର ତାଣ୍ଡବ, ବନ୍ୟା ଓ ଭୂସ୍ଖଳନରେ ୨୫ରୁ ଊର୍ଦ୍ଧ୍ୱ ମୃତ
Stop
Shankarshan Bagh|Updated: Aug 20, 2022, 09:44 PM IST

Flood Update, ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୨୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ହିମାଚଳ ପ୍ରଦେଶରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ନିଖୋଜ ହୋଇଛି। ବନ୍ୟା ସୁଅରେ ରାସ୍ତଘାଟ, ଘରଦ୍ୱାର ଧୋଇ ହୋଇଯାଇଛି। ହଜାର ହଜାର ଲୋକ ଜଳବନ୍ଦୀରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ହିମାଚଳ, ଉତ୍ତରାଖଣ୍ଡ, ଓଡିଶା ଓ ଝଡଖଣ୍ଡ ଭଳି ରାଜ୍ୟ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ଉତ୍ତରାଖଣ୍ଡ ଓ ହିମାଚଳ ପରି ପାହାଡ଼ିଆ ଅଞ୍ଚଳରେ ଏବଂ ପୂର୍ବର ସମତଳ ଭୂମିରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୌସୁମୀ ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ ଏବଂ ଘର ଭୁଶୁଡ଼ି ପଡ଼ିଛି, ଫଳରେ ଦେଶର ଏକ ବଡ଼ ଅଞ୍ଚଳରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ହିମାଚଳର ବିଭିନ୍ନ ସ୍ଥାନରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଶନିବାର ପ୍ରବଳ ବର୍ଷା ହେତୁ ହିମାଚଳ ପ୍ରଦେଶର କାଙ୍ଗ୍ରାସ୍ଥିତ ଚକ୍କି ବ୍ରିଜ ଭୁଶୁଡି ପଡିବାରୁ ଟ୍ରେନ୍ ସେବାରେ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Also Read: ପ୍ରବଳ ବନ୍ୟା ଯୋଗୁଁ ଧୋଇଗଲା ରେଳ ବ୍ରିଜ; ଟ୍ରେନ ସେବା ବ୍ୟାହତ, ଦେଖନ୍ତୁ Video

ପାହାଡ଼ ପର୍ବତ ଘେରା ରାଜ୍ୟ ଉତ୍ତରାଖଣ୍ଡରେ ଶନିବାର ସକାଳେ ବାଦଲ ଫାଟିବାକୁ ଚାରି ଜଣ ପ୍ରାଣ ହରାଇଥିବାବେଳେ ୧୦ ଜଣ ନିଖୋଜ ହୋଇଯାଇଥିଲେ। ପୌରୀ ଜିଲ୍ଲାରେ ଅନେକ ଅଙ୍ଗନୱାଡି କେନ୍ଦ୍ର ଏବଂ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଯୋଗୁଁ ପୂର୍ବ ଭାରତର କିଛି ଅଂଶ ମଧ୍ୟ ପ୍ରଭାବିତ ହୋଇଛି। ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଓଡିଶାର ୫୦୦ ଗ୍ରାମରେ ପ୍ରାୟ ୪ ଲକ୍ଷ ଲୋକ ଜଳବନ୍ଦୀରେ ଜୀବନ ବାତାଉଛନ୍ତି। ଓଡିଶାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଡୋଶୀ ଝାଡଖଣ୍ଡର ଜଣଙ୍କର ଜୀବନ ଯାଇଛି।

ଶୁକ୍ରବାର ରାତିରୁ ଲାଗିରହିଥିବା ବର୍ଷା ପାଇଁ ଉତ୍ତର ଓଡିଶା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ସହ ଭୁବନେଶ୍ୱର ବଜାରରେ ପନିପରିବା ଦର ବୃଦ୍ଧି ପାଇଛି। ବାଲେଶ୍ୱ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ଏବଂ ସାଲନ୍ଦି ନଦୀରେ ଜଳ ସ୍ତର ଉପରେ ନଜର ରଖାଯାଉଛି ବୋଲି ଓଡିଶା ଜଳ ସମ୍ପଦ ମୁଖ୍ୟ ଇଞ୍ଜିନିୟର ବି କେ ମିଶ୍ର ଶନିବାର କହିଛନ୍ତି।

Also Read: Odisha Flood Update: ବନ୍ୟାରେ ଧୋଇଗଲା ବର୍ଷକର ଚାଷ, ମୁଣ୍ଡରେ ହାତ ଦେଲାଣି ଚାଷୀ

ପଡୋଶୀ ଝାଡଖଣ୍ଡରେ ଶୁକ୍ରବାର ସନ୍ଧ୍ୟା ଠାରୁ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ବହୁ ଗଛ ଏବଂ ବିଦ୍ୟୁତ୍ ପୋଲ ଉପୁଡ଼ି ପିଡିଛି ଏବଂ ଅନେକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଶନିବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଦେଇ ଯାଇଥିବା ଗଭୀର ଅବପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହୋଇଥିବାରୁ ଶନିବାର ସକାଳେ ପଶ୍ଚିମ ସିଂହାମ୍ ଜିଲ୍ଲାରେ ଘରର ମାଟି କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ କହିଛନ୍ତି।

 

Read More
{}{}