Hindi News >>Home >>Odisha National-International

ସାବଧାନ!! ବାୟୁରେ ବ୍ୟାପୁଛି Monkeypox, ୨୯ ଦେଶରେ ଚିହ୍ନଟ ହେଲାଣି ଏତିକି ମାମଲା

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ର ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, Monkeypox ଭୂତାଣୁ ସ୍ୱଳ୍ପ ଦୂରତା ମଧ୍ୟରେ ବାୟୁବାହୀ ହୋଇପାରେ।

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jun 10, 2022, 03:56 PM IST

ନୂଆଦିଲ୍ଲୀ: କୋରୋନା ପରେ ବିଶ୍ୱରେ ଏବେ ମଙ୍କିପକ୍ସ ଭାଇରସ ଆତଙ୍କ ଖେଳାଇଛି। ମଙ୍କିପକ୍ସକୁ ନେଇ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। କୋରୋନା ପରି ଏହି ଭାଇରସ ମଧ୍ୟ ବାୟୁରେ ବ୍ୟାପୁଥିବା ଆମେରିକାର ଡାକ୍ତରୀ ଦଳ କହିଛନ୍ତି। ଫଳରେ ଆମେରିକାରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୯ଟି ଦେଶକୁ ମଙ୍କିପକ୍ସ ଭାଇରସ ବ୍ୟାପିଲାଣି। 

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ର ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, Monkeypox ଭୂତାଣୁ ସ୍ୱଳ୍ପ ଦୂରତା ମଧ୍ୟରେ ବାୟୁବାହୀ ହୋଇପାରେ। ତେଣୁ ଘନିଷ୍ଠ ସମ୍ପର୍କ ଥିବା ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ଗତ ସପ୍ତାହରେ CDC, ଲୋକମାନଙ୍କୁ ମାସ୍କ ପିନ୍ଧି ନିଜକୁ ମଙ୍କିପକ୍ସରୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲା। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି, 'ସମସ୍ତେ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧିବା ଦ୍ୱାରା ମଙ୍କିପକ୍ସ ସମେତ ଅନେକ ରୋଗରୁ ରକ୍ଷା ପାଇପାରିବେ।'

Also Read: ଆପଣଙ୍କ ହାଣ୍ଡିଶାଳରେ ଅଛି ବଇଦ! ଆପଣଙ୍କ ଚର୍ବି ହ୍ରାସ କରିବ ଏହି ଦୁଇଟି ରୋଷେଇ ସାମଗ୍ରୀ

ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ମଙ୍କିପକ୍ସ ପାଇଁ ଜାରି ଗାଇଡଲାଇନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇନାହିଁ। ତଥାପି CDC କହିଛି ଯେ, ସ୍ୱଳ୍ପ ଦୂରତାରେ ମଙ୍କିପକ୍ସ ବାୟୁବାହୀ ହୋଇପାରେ, ତେଣୁ ନିଜର ଏବଂ ଅନ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଆବଶ୍ୟକ। ତେବେ ସର୍ଜରୀକାଲ ମସ୍କ ପିନ୍ଧିଲେ ମଧ୍ୟ ତାହା ପ୍ରଭାବଶାଳୀ ହୋଇପାରେ। ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଅଧିକାରୀମାନେ ବାୟୁବାହୀ ସଂକ୍ରମଣର ସମ୍ଭାବନା କିମ୍ବା ମାସ୍କର ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ସମାଧାନ କରିନାହାଁନ୍ତି, କିନ୍ତୁ ଶ୍ୱାସକ୍ରିୟାରେ ନିର୍ଗତ ବଡ କଣିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାହା ସଂକ୍ରମିତ ରୋଗୀଙ୍କଠାରୁ ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ କରିଥାଏ। 

ମଙ୍କିପକ୍ସ ସଂକ୍ରମଣ ପାଇଁ ଅତି ନିବିଡ ସମ୍ପର୍କ ଆବଶ୍ୟକ ବୋଲି CDCର ବିଶେଷଜ୍ଞ ଆଣ୍ଡ୍ରେଆ ମ୍ୟାକକୋଲମ୍ କହିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ଭୂତାଣୁ ନୁହେଁ ଯାହା ଅନେକ ମିଟରରୁ ଅଧିକ ଦୂରତା ଯାଏଁ ସଂକ୍ରମିତ କରିଥାଏ। କିନ୍ତୁ ଆମକୁ ଏହାକୁ କିପରି ଫ୍ରେମ୍ କରାଯିବ ତାହା ଉପରେ ସତର୍କ ରହିବାକୁ ପଡିବ। ସେପଟେ ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଚିନ୍ତାରେ ଅଛି। କିନ୍ତୁ CDC ଯେଉଁ ବ୍ୟୟୁବାହୀ ଭୂତାଣୁ ଅନୁମାନକରି ବିବୃତ୍ତି ଦେଇଛି ସେ ବାବଦରେ ହୁଁ କୌଣସି ଟିପ୍ପଣୀ ଦେଇନାହିଁ କି କଥାକୁ ଖଣ୍ଡନ ମଧ୍ୟ କରିନାହିଁ।

Also Read: ବଦଳିଲା McDonaldର ଲୋଗ; ଜାଣନ୍ତୁ, କାହିଁକି ଏମିତି ନିଷ୍ପତ୍ତି ନେଲା ୬୭ ବର୍ଷର ପୁରୁଣା କମ୍ପାନୀ?

ଅନ୍ୟପଟେ ବିଶ୍ୱର ୨୯ଟି ଅଣମହାମାରୀ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିଲାଣି। ଏହି ଦେଶ ଗୁଡିକରେ ୧୦୦୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଛି କିନ୍ତୁ ମଙ୍କିପକ୍ସରେ କାହାରି ମୃତ୍ୟୁ ହୋଇନହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ପଷ୍ଟ କରିଛି। CDCର କହିବା ଅନୁସାରେ, ୨୦୧୭ରେ ନାଇଜେରିଆରେ ମଙ୍କିପକ୍ସ ସଂକ୍ରମଣ ବ୍ୟପିଥିଲା। ଯୌନକ୍ରିୟାରୁ ଏହା ବ୍ୟାପିଥିବା କୁହାଯାଉଛି କିନ୍ତୁ ଏହା STD ନୁହେଁ। କିନ୍ତୁ ଅଧିକାଂଶ ମାମଲାରେ ସମଲିଙ୍ଗୀମାନେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି।

 

 

Read More
{}{}