Hindi News >>Home >>Odisha National-International

Free Ration Scheme: ମାଗଣା ରାସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍, କେନ୍ଦ୍ର ନେଲା ଏହି ନିଷ୍ପତ୍ତି

Free Ration Scheme: MGKAY ଯୋଜନାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ଏହି ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆନୁମାନିକ ବ୍ୟୟକୁ ଅଢେଇ ଲକ୍ଷ କୋଟି ଟଙ୍କାକୁ ବଢାଇ ଦେବ। ତେବେ ଆଗକୁ ଆହୁରି ତିନି ମାସ ଅବଧି ବୃଦ୍ଧି କରିବା କେନ୍ଦ୍ର ସରକାଙ୍କ ରାଜକୋଷ ଉପରେ ଅଧିକ ଚାପ ପଡିବ। ଆଗାମୀ ଦିନରେ ଗୁଜୁରାଟ ଓ ହିମାଚଳପ୍ରଦେଶ ପ୍ରଦେଶରେ ନିର୍ବାଚନ ଅଛି। ଏଥିପାଇଁ ଚାପ ସତ୍ତ୍ୱେ ସରକାର ମାଗଣା ରାସନ ସେବାକୁ ବନ୍ଦ କରୁନାହାନ୍ତି ବୋଲି ବିରୋଧି କହିଛନ୍ତି।

Advertisement
Free Ration Scheme: ମାଗଣା ରାସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍, କେନ୍ଦ୍ର ନେଲା ଏହି ନିଷ୍ପତ୍ତି
Stop
Zee Odisha Desk|Updated: Sep 29, 2022, 08:12 AM IST

Free Ration Scheme, ନୂଆଦିଲ୍ଲୀ: ମାଗଣା ରାସନ ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ଆଉ ତିନିମାସ ବୃଦ୍ଧି କରିଛନ୍ତି। ଶୁକ୍ରବାର ଏହି ଯୋଜନାର ଅବଧି ଶେଷ ହେଉଥିବା ବେଳେ ତାହା ପୁଣି ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ। ସପ୍ତମ ଥର ପାଇଁ ମାଗଣା ରାସନ ଯୋଜନାର ସମ୍ପ୍ରସାରଣ କରାଯାଇଛି। ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଯେଉଁ ୬.୪% ମୋଟ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ରଖାଯାଇଛି, ତାହା ପ୍ରଭାବିତ ହେବା ଆଶଙ୍କା ରହିଛି। ତେବେ ରାଜନୈତିକ ଫାଇଦା ପାଇଁ ମୋଦି ସରକାର ମାଗଣା ରାସନ ଯୋଜନାକୁ ସମ୍ରସାରଣ କରିଥିବା ଚର୍ଚ୍ଚା ହେଉଛି।

ନିକଟରେ ଖାଦ୍ୟ ଷ୍ଟକ୍ ସ୍ଥିତିର ସମୀକ୍ଷା କେନ୍ଦ୍ର ସରକାର କରିଛି। ସୂତ୍ରରୁ ପ୍ରକାଶ ଯେ ସରକାରୀ ଗୋଦାମରେ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ଉପଲବ୍ଧ ଅଛି। ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଅଧିକାରୀମାନେ ଏହା ପୂର୍ବରୁ ପ୍ରକାଶ କରିଛନ୍ତି ଯେ, ଗଣା ରାସନ ଯୋଜନାର ସମ୍ପ୍ରସାରଣକୁ ବିଚାର କରାଯିବା ସମ୍ଭବ ନୁହେଁ। MGKAY ଯୋଜନାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ଏହି ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆନୁମାନିକ ବ୍ୟୟକୁ ଅଢେଇ ଲକ୍ଷ କୋଟି ଟଙ୍କାକୁ ବଢାଇ ଦେବ। ତେବେ ଆଗକୁ ଆହୁରି ତିନି ମାସ ଅବଧି ବୃଦ୍ଧି କରିବା କେନ୍ଦ୍ର ସରକାଙ୍କ ରାଜକୋଷ ଉପରେ ଅଧିକ ଚାପ ପଡିବ। ଆଗାମୀ ଦିନରେ ଗୁଜୁରାଟ ଓ ହିମାଚଳପ୍ରଦେଶ ପ୍ରଦେଶରେ ନିର୍ବାଚନ ଅଛି। ଏଥିପାଇଁ ଚାପ ସତ୍ତ୍ୱେ ସରକାର ମାଗଣା ରାସନ ସେବାକୁ ବନ୍ଦ କରୁନାହାନ୍ତି ବୋଲି ବିରୋଧି କହିଛନ୍ତି।

Also Read: Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର 

କୋରୋନା କାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ମାର୍ଚ୍ଚ ୨୦୨୨ରେ PMGKAY ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣା ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ଯୋଜନାର ଷଷ୍ଠ ସମ୍ପ୍ରସାରଣ ଅବଧି ସେପ୍ଟେମ୍ବର ୩୦ରେ ଶେଷ ହେଉଥିଲା। କିନ୍ତୁ ସପ୍ତମ ଥର ପାଇଁ ମାଗଣା ରାସନ ଯୋଜନାକୁ ଆହୁରି ତିନି ମାସ ସମ୍ପ୍ରସାରଣ କରାଯାଇଛି। ଭାରତର ଶସ୍ୟ ଭଣ୍ଡାର, ବିଶେଷକରି ଗହମ, ଯାହା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିବାର ଆଶଙ୍କା ସତ୍ତ୍ୱେ କ୍ୟାବିନେଟ୍ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଜାରି ରହିଥିବା ଭୌଗୋଳିକ ତିକ୍ତତା (ଋଷ-ୟୁକ୍ରେନ ଯୁଦ୍ଧ) ହେତୁ ବିଶ୍ୱ ଶସ୍ୟର ଷ୍ଟକ୍ ମଧ୍ୟ ପ୍ରଭାବିତ ହୋଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୪୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ ହୋଇସାରିଛି, ଯେଉଁଥିରେ ୧୦୦ ମିଲିୟନ ଟନରୁ ଅଧିକ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି। ୨୦୨୦ରେ ସରକାର ଏହି ଯୋଜନା ଅଧୀନରେ ଏକ କିଲୋଗ୍ରାମ ଡାଲି ବଣ୍ଟନ କରିଥିଲେ, କିନ୍ତୁ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଏହି ସପ୍ତାମ ସମ୍ପ୍ରସାରଣରେ ଆସନ୍ତା ତିନିମାସ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚିହ୍ନଟ ହୋଇଥିବା ୮୦ କୋଟି ହିତାଧିକାରୀଙ୍କୁ ପାଖାପାଖି ୧୦ ମେଟ୍ରିକ ଟନ ଚାଉଳ ଏବଂ ୨.୧ ମେଟ୍ରିକ ଟନ ଗହମ ବଣ୍ଟନ କରାଯିବ। ଆଗକୁ ଦଶହରା, ମିଲାଦ-ଉନ୍-ନବୀ ଦୀପାବଳି, ଛଟ ପୂଜା, ଗୁରୁ ନାନକ ଜୟନ୍ତୀ, ଖ୍ରୀଷ୍ଟମାସ ଭଳି ପର୍ବ ପଡୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କୋରୋନାରେ ପ୍ରଭାବିତ ଗରିବଙ୍କୁ ମାଗଣା ରାସନ ଯୋଗାଇବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସଫେଇ ଦେଇଛି।

Also Read: ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ-ଡିସେମ୍ବର ୨୦୨୨ ଅବଧିରେ PMGKAY ଚଳାଇବା ପାଇଁ ୧.୨୪ ଟ୍ରିଲିୟନ ଟଙ୍କା ଅତିରିକ୍ତ ଖର୍ଚ୍ଚ ହେତୁ ଚଳିତ ଆର୍ଥିକ ବର୍ଷରେ ମୋଟ ଖାଦ୍ୟ ସବସିଡି ଖର୍ଚ୍ଚ ୩.୨ ଟ୍ରିଲିୟନ ଟଙ୍କା ଅତିକ୍ରମ କରିପାରେ। ସେପଟେ, PMGKAY ଅଧୀନରେ ଶସ୍ୟ ଚାହିଦା ପୂରଣ କରିବା ପାଇଁ ଆମର ପର୍ଯ୍ୟାପ୍ତ ଷ୍ଟକ୍ ଅଛି ବୋଲି ଏଫସିଆଇର ଚେୟାରମ୍ୟାନ୍ ତଥା ଏମଡି ଅଶୋକ କୁମାର ମୀନା କହିଛନ୍ତି। ଆଗାମୀ ଋତୁରେ ଚାଉଳ ଭଣ୍ଡାରକୁ ବୃଦ୍ଧି କରିବା ପାଇଁ ଅକ୍ଟୋବର ପହିଲାରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଗହମ କ୍ଷେତ୍ରରେ ଏହା ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହୋଇପାରେ ବୋଲି ଆକଳନ କରାଯାଉଛି।

Read More
{}{}