Hindi News >>Home >>Odisha National-International

Shocking: ମଡେଲଙ୍କ କେଶକୁ ଖରାପ କରିଦେଲା 5 Star ହୋଟେଲ, ଦେବ ୨ କୋଟିର ଜରିମାନା

Shocking News In Odia: ଦିଲ୍ଲୀରେ ଅବସ୍ଥିତ ଏକ ପଞ୍ଚ ତାରକା ହୋଟେଲକୁ ଲାଗିଛି ବଡ଼ ଝଟକା । କାରଣ ଜଣେ ଗ୍ରାହକଙ୍କ ରୂପ ବିଗାଡି଼ଦେଇଥିବାରୁ ଏବେ ହୋଟେଲ ପାଖାପାଖି ୨ କୋଟି ଟଙ୍କା ଜରିମାନା ଗଣିବାକୁ ଯାଉଛି। ଗ୍ରାହକ ଜଣକ ଏକ ମଡେଲ । ତେବେ କଣ ଏହି ପୂରା ମାମଲା...ଜାଣିବାକୁ ପଢନ୍ତୁ ପୂରା ରିପୋର୍ଟ...

Advertisement
Shocking: ମଡେଲଙ୍କ କେଶକୁ ଖରାପ କରିଦେଲା 5 Star ହୋଟେଲ, ଦେବ ୨ କୋଟିର ଜରିମାନା
Stop
Rasmita Sahoo|Updated: Apr 30, 2023, 09:06 PM IST

Shocking News In Odia: ଦେଶର ରାଜଧାନୀ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ଜଣେ ମଡେଲଙ୍କ କେଶକୁ ଖରାପ ଭାବେ କାଟିଥିବାରୁ ଏବେ ପରିଣାମ ଭୋଗିବାକୁ ଯାଉଛି। ଯେଉଁ କାରଣରୁ ଏହି ପଞ୍ଚତାରକା ହୋଟେଲକୁ ୨ କୋଟିର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ଆଇଟିସି ମୋର୍ୟ ହୋଟେଲକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ହୋଟେଲ ମୋର୍ୟ୍ୟକୁ ଏହି ଆଦେଶ ମଡେଲଙ୍କ ଅଭିଯୋଗ ଆଧାରରେ କରାଯାଇଛି। କାରଣ ମଡେଲଙ୍କ ଅଭିଯୋଗ ପରେ ରାଷ୍ଟ୍ରୀୟ ଉପଭୋକ୍ତା ଅଭିଯୋଗ ନିବାରଣ ଆୟୋଗ ଆଦେଶ ଦେଇଛନ୍ତି। ତେବେ ଏହାକୁ ବିରୋଧ କରି ହୋଟେଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଯାହାଫଳରେ ଆୟୋଗକୁ ପୁଣିଥରେ ବିଚାର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । 

ସୁପ୍ରିମକୋର୍ଟଙ୍କ (Supreme Court)  ପୁନଃନୀରିକ୍ଷଣ ଆଦେଶ ଉପରେ ଅମଲ କରି ଆୟୋଗ ନିଜର ପୂର୍ବବର୍ତ୍ତୀ ଆଦେଶ ଉପରେ ଅଟଳ ରହିଛନ୍ତି। ଆୟୋଗ ସେପ୍ଟେମ୍ବର ୨୦୨୧ ମସିହାରେ ପୀଡ଼ିତା ମଡେଲଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। ଏହାବାଦ୍ ୨୦୧୮ ମସିହାରେ ଯେବେ ଏହି ଘଟଣା ଘଟିଥିଲା ସେବେ ଯାଏ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ମଧ୍ୟ ଆଦେଶ ଜାରି କରିଥିଲା ଆୟୋଗ । ଆୟୋଗର ଏହି ଆଦେଶକୁ ଉକ୍ତ ହୋଟେଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଆଧାର ଉପରେ ପୁନଃବିଚାର କରିବାକୁ ନିର୍ଦ୍ଦେଶ ରହିଥିଲେ । 

ଘଟଣା କିଛି ଥିଲା ଏମିତି...
ମଡେଲ ଅଶାନା ରୟ ନିଜର ଏକ ଜବ୍ ଇଣ୍ଟରଭ୍ୟୁ (Job Interview) ପାଇଁ ୧୨ ଏପ୍ରିଲ ୨୦୧୮ ରେ ଆଇଟିସ ମୋର୍ୟ୍ୟର ସେଲୁନକୁ ଯାଇଥିଲେ । ଏହିଦିନ ପ୍ରତିଦିନ ତାଙ୍କ କେଶକୁ ଡ୍ରେସର କରୁଥିବା ବ୍ୟକ୍ତି ନଥିଲେ । ତାଙ୍କ ସ୍ଥାନରେ ଅନ୍ୟ ଜଣେ ତାଙ୍କ କେଶକୁ କାଟିକୁଟି ଖରାପ କରିଦେଇଥିଲେ। ଯାହାଫଳରେ ମଡେଲ ନିଜ କେଶର ଅବସ୍ଥା ଦେଖି ସେ ଅବସାଦ ଅର୍ଥାତ୍ ଡିପ୍ରେସନକୁ ଚାଲିଯାଇଥିଲେ। ମଡେଲ ରୟ ନିଜର ଅଭିଯୋଗ ପତ୍ରରେ ଆୟୋଗ ଓ ସୁପ୍ରିମକୋର୍ଟକୁ କହିଥିଲେ ଯେ, କେବଳ ଯେ ଚୁଟିକୁ ଖରାପ କରିଥିଲେ ତାହା ନୁହେଁ ପାର୍ଲର ରେ ଥିବା ଷ୍ଟାଫ୍ ତାଙ୍କ ଖରାପ ବ୍ୟବହାର ମଧ୍ୟ କରିବାକୁ ପଛେଇ ନଥିଲେ।

ଏମିତି ଅବସ୍ଥାରେ ମଡେଲଙ୍କ ହାତରୁ ଚାକିରୀ ଚାଲିଯାଇଥିଲା । ପରେ ମଡେଲ ଜଣଙ୍କ ଆଇଟିସି ମୋର୍ୟ୍ୟ ହୋଟେଲକୁ (ITC Maurya Hotel) ଲିଖିତ ଆକାରରେ କ୍ଷମା ମାଗିବାକୁ ଅପିଲ୍ କରିବା ସହ ତିନିକୋଟି ଟଙ୍କା ଜରିମାନା ଦେବାକୁ ଦାବି କରି ଉପଭୋକ୍ତା ଅଭିଯୋଗ ନିବାରଣ ଆୟୋଗରେ ପହଞ୍ଚିଯାଇଥିଲେ। ଆୟୋଗରେ ଜଷ୍ଟିସ ଆର.କେ ଅଗ୍ରୱାଲ ଓ ଡକ୍ଟର ଏସଏମ କାଣ୍ଟିକାର ୨୦୨୧ ରେ ଦୁଇ କୋଟି ଟଙ୍କା ଦେବାକୁ ଆଇଟିସି ଆର୍ୟ୍ୟ ହୋଟେଲକୁ ନିର୍ଦ୍ଦେଶ ଜାରି କରିଥିଲେ । ହୋଟେଲ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। 

Also Read: Big Record: ଶ୍ରୀଲଙ୍କାର ଏହି ଖେଳାଳି ରଚିଲେ ମହାରେକର୍ଡ, ଜାଣନ୍ତୁ କଣ ସେହି ରେକର୍ଡ

Also Read: Stone Wear Rules: ମୁଦି ପିନ୍ଧିବା ଆଗରୁ ଜାଣିନିଅନ୍ତୁ ଏସବୁ ଜରୁରୀ କଥା, ନଚେତ୍ ଲାଭ ବଦଳରେ ହେବ କ୍ଷତି

Read More
{}{}