Hindi News >>Home >>Odisha National-International

Shocking News: ମରିଯାଇଛି ଭାବି ୫ ମାସ ଧରି କାନ୍ଦୁଥିଲେ ପରିବାର, ହେଲେ ମୋମୋ ଖାଉଥିବାର...

Shocking: ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ପରିବାର ଲୋକେ ପୁଅକୁ ମୃତ ଭାବୁଥିବା ବେଳେ ବ୍ୟକ୍ତି ଜଣଙ୍କ ମୋମୋ ଖାଉଥିବା ସମୟରେ ତାଙ୍କୁ ପରିବାର ସଦସ୍ୟ ଦେଖିବାକୁ ପାଇଥିଲେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 15, 2023, 12:08 PM IST

Shocking News: ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟିଥାଏ ଯାହାକୁ ଆଖିରେ ନଦେଖିଲେ କା କାନରେ ନ ଶୁଣିଲେ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ପରିବାର ଲୋକେ ପୁଅକୁ ମୃତ ଭାବୁଥିବା ବେଳେ ବ୍ୟକ୍ତି ଜଣଙ୍କ ନୋଏଡ଼ା (Noida Sector-50) ସେକ୍ଟର-୫୦ରେ ମୋମୋ ଖାଉଥିବା ସମୟରେ ତାଙ୍କୁ ପରିବାର ସଦସ୍ୟ ଦେଖିବାକୁ ପାଇଥିଲେ ।

ବିହାରର ଭାଗଲପୁରର ବାସିନ୍ଦା ନିଶାନ୍ତ କୁମାର ଗତ ୫ ମାସ ଅର୍ଥାତ୍ ଜାନୁୟାରୀ ୩୧ ତାରିଖରେ ନିଜ ଶ୍ବଶୁର ଘରୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ। ନିଶାନ୍ତଙ୍କ ପିତା ସଚ୍ଚିଦାନନ୍ଦ ସିଂହ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ସେପଟେ ନିଶାନ୍ତଙ୍କୁ ଅପହରଣ (kidnap ) କରାଯାଇଛି ବୋଲି ତାଙ୍କ ଶାଳକ ରବି ଶଙ୍କର ସିଂ ଓ ଶ୍ବଶୁର ନବୀନ ସିଂହ ଅଭିଯୋଗ କରିଥିଲେ । ପରିବାର ସଦସ୍ୟ ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା । ଇତି ମଧ୍ଯରେ ପାଞ୍ଚ ମାସ ବିତିଯାଇଥିଲା । ତେଣୁ ନିରାଶ ହୋଇ ପରିବାର ଲୋକେ ନିଶାନ୍ତଙ୍କୁ ମୃତ ଭାବି ନେଇଥିଲେ । ପ୍ରକାଶ ଥାଉ କି, ଦିନ ରବି ନୋଏଡାର ଏକ ମୋମୋ (Momos) ଦୋକାନରେ ଠିଆ ହୋଇଥିବା ବେଳେ ସେ ଦେଖିବାକୁ ପାଇଥିଲା ଯେ, ଏକ ଲମ୍ବା ଦାଢି ଥିବା ଅପରିଚ୍ଛନ୍ନ ପୋଷାକ ପିନ୍ଧିଥିବା ଲୋକଟି ଦୋକାନୀକୁ ଗାଳି ଗୁଲଜ କରୁଛନ୍ତି । ସେ ଉକ୍ତ ଦୋକାନୀକୁ ସେହି ଲୋକକୁ ମୋମୋ (Momos) ଖାଇବାକୁ ଦେବା ଲାଗି କହିଥିଲେ । ଏହାପରେ ରବି ସେ ଅପରିଚ୍ଛନ୍ନ ଲୋକଟି ନିଶାନ୍ତ ବୋଲି ଚିହ୍ନି ପାରିଥିଲେ । ପରେ ସେ ନିଶାନ୍ତଙ୍କୁ ସାଙ୍ଗରେ ଧରି ନିକଟସ୍ଥ ଥାନାକୁ ଯାଇଥିଲେ । ଏହାପରେ ସେ ତାଙ୍କୁ ବିହାରର ସୁଲତାନଗଞ୍ଜ ପୋଲିସ ଷ୍ଟେସନକୁ (Sultanganj Police Station Patna Bihar) ହସ୍ତାନ୍ତର କରିଯାଇଥିଲା । ଏହାର ଦିନକ ପରେ ନିଶାନ୍ତଙ୍କୁ ଭାଗଲପୁର କୋର୍ଟରେ (Bhagalpur Court) ହାଜର କରାଯାଇଥିଲା ।

Also Read-ସ୍ୱାମୀଙ୍କ ଦେହାନ୍ତ ପରେ ରଖୁଥିଲେ ଅନୈତିକ ସମ୍ପର୍କ: ରଙ୍ଗେ ହାତ ଧରିଲେ ଗାଁ ଲୋକ

Also Read-ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ

ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ନିଶାନ୍ତଙ୍କୁ ଅପହରଣ (kidnap) ନେଇ ପଚରାଉଚରା ଜାରି ରଖିଛି । ସେପଟେ ମିଥ୍ୟା ଅପହରଣ ମାମଲା ରୁଜୁ କରି ନିଶାନ୍ତଙ୍କ ପରିବାର ଲୋକେ ତାଙ୍କୁ ଓ ତାଙ୍କ ପରିବାରକୁ ହଇରାଣ କରୁଥିବା ରବି ସିଂ ଅଭିଯୋଗ କରିଛନ୍ତି ।

Also Read-Shocking News: ବିବାହ ପରେ କନ୍ୟାର ପିତା ରଖିଲେ ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ....

Also Read-Shocking Video: ଶାକାହାରୀ ପ୍ରାଣୀମାନେ କିପରି ହେଲେ ମାଂସାହାରୀ? ପ୍ରଥମେ ହରିଣ ଖାଇଲା ସାପ, ବର୍ତ୍ତମାନ ଜିରାଫ୍ ଚୋବାଉଛି ହାଡ

Also Read-Kinnar Samaj: କିନ୍ନର ମାନଙ୍କର କାହିଁକି ରାତିରେ କରଯାଇଥାଏ ଅନ୍ତିମ ସଂସ୍କାର? ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

Also Read- Indonesia New Capital: ଦେଖୁ ଦେଖୁ ସମୁଦ୍ରରେ ଲୀନ ହୋଇଯିବ ଜାକାର୍ତ୍ତା; ନୂଆ ରାଜଧାନୀ ସ୍ଥାପନ କରୁଛି ଇଣ୍ଡୋନେସିଆ

 

 

Read More
{}{}