Hindi News >>Home >>Odisha National-International

Miss Universe 2023: ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ହେବେ ଦୁଇ କିନ୍ନର...

Miss Universe 2023: ଗତ ସପ୍ତାହରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ମାରିନା ମାକେଟେଙ୍କୁ (Marina Machete) ମିସ୍ ପର୍ତ୍ତୁଗାଲର ମୁକୁଟ ପିନ୍ଧିବା ପରେ ଏହି ଖବର ସାମ୍ନାକୁ ଆସିଛି। ଗତ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଜିତିଥିବା ରିକ୍କି କୋଲେଙ୍କ (Rikkie Kolle) ସହ ମରିନା ବିଶ୍ବ ସୁନ୍ଦରୀ ନେଇ ପ୍ରତିଦ୍ୱନ୍ଦ୍ୱିତା କରିବେ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 17, 2023, 12:49 PM IST

Miss Universe 2023: ବଦଳିବ ଇତିହାସ । ପ୍ରଥମ ଥର ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ (Miss Universe competition) ଭାଗ ନେବେ ଦୁଇ ଜଣ କିନ୍ନର । ଗତ ସପ୍ତାହରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ମାରିନା ମାକେଟେଙ୍କୁ (Marina Machete) ମିସ୍ ପର୍ତ୍ତୁଗାଲର ମୁକୁଟ ପିନ୍ଧିବା ପରେ ଏହି ଖବର ସାମ୍ନାକୁ ଆସିଛି। ଗତ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଜିତିଥିବା ରିକ୍କି କୋଲେଙ୍କ (Rikkie Kolle) ସହ ମରିନା ବିଶ୍ବ ସୁନ୍ଦରୀ ନେଇ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା (Miss Universe competition) ପୂର୍ବରୁ ଗତ ସପ୍ତାହରେ ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ (Marina Machete) ମିସ୍ ପର୍ତ୍ତୁଗାଲ୍ ମୁକୁଟ (Miss Portugal( ଜିତିବା ପରେ ଏହି ଖବର ସାମନାକୁ ଆସିଛି। ସେ ହେଉଛନ୍ତି ଦ୍ୱିତୀୟ ଟ୍ରାନ୍ସଜେଣ୍ଡର ବା କିନ୍ନର ଯିଏକି ନିଜ ଦେଶର ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିଛନ୍ତି। ଏହାପୂର୍ବରୁ ଡଚ୍ ମଡେଲ୍ ରିକ୍କି କୋଲେ (Rikkie Kolle) ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ (Miss Netherlands 2023) ଟାଇଟଲ୍ ଜିତିଥିଲେ। ଏହି ଟାଇଟଲ ଜିତିବାରେ କୋଲେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର।

 

ଚଳିତ ବର୍ଷ ନଭେମ୍ବର ମାସରେ ଏଲ୍ ସାଲଭାଡୋରରେ ୭୨ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଶ୍ବର ପ୍ରାୟ ୯୦ ଜଣ ମହିଳା ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ଯଦି ମାରିନା ମାଚେଟ କିମ୍ବା ରିକି କୋଲେ ଏହି ପ୍ରତିଯୋଗିତା ଜିତନ୍ତି ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ କିନ୍ନର (Transgender) ହେବେ।

Also Read-Israels Gaza War: ଗାଜାକୁ ଛାଡ଼ି ଲେବାନନ ଉପରେ ଆକ୍ରମଣ କରୁଛି ଇସ୍ରାଏଲ, ୧୦ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା

Read More
{}{}