Hindi News >>Home >>Odisha National-International

Sienna weir: ମିସ୍‌ ୟୁନିଭର୍ସ ଫାଇନାଲିଷ୍ଟ ସିଏନା ୱିୟରଙ୍କ ପାଇଁ କାଳ ସାଜିଲା ଘୋଡା଼ ସବାରୀ, ଚାଲିଗଲା ଜୀବନ

Sienna weir Model Death: ମାତ୍ର ୨୩ ବର୍ଷରେ ଆଖି ବୁଜିଲେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଫାଇନାଲିଷ୍ଟ ସିଏନା ୱିୟର । ଗତ ମାସରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 06, 2023, 05:56 PM IST

Sienna weir Model Death: ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଫାଇନାଲିଷ୍ଟ (Miss Universe finalist Dead) ରହି ସାରିଥିବା ମଡେ଼ଲ ସିଏନା ୱିୟର (Sienna Weir)ଙ୍କ ମୃତ୍ୟୁ ହୋଇଛି। ଗତ ମାସରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୩ ବର୍ଷିୟା ଏହି ଅଷ୍ଟ୍ରେଲୀୟ ଫ୍ୟାସନ ମଡ଼େଲ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଘୋଡା଼ ସବାରୀ (Horse Riding) କରିବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇ ଯାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଏପ୍ରିଲ ମାସ ୨ ତାରିଖ ଦିନ ଅଷ୍ଟ୍ରେଲିଆର ୱିଣ୍ଡସର ପୋଲୋ ଗ୍ରାଉଣ୍ଡ (windser polo ground) ରେ ସିଏନା ଘୋଡା ସବାରୀ କରୁଥିଲେ। ଏହି ସମୟରେ ସେ ଘୋଡାରୁ ଖସି ପଡି଼ ସେ ଗୁରୁତର ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ (life support system)ରେ ରଖାଯାଇଥିଲା। ଦୀର୍ଘ ଏକ ମାସ କାଳ ଭେଣ୍ଟିଲେଟରରେ ରହିବା ପରେ ତାଙ୍କର ମୃତ୍ୟୁ ଘଟିଛି। ସିଏନା ୱିରଙ୍କ ମୃତ୍ୟୁ ନେଇ ପ୍ରେମିକ ସୋସିଆଲ ମିଡିଆ ଏକ ଫୋଷ୍ଟ ସେୟାର କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସିଏନାଙ୍କ ପ୍ରେମିକ ଟମ୍‌ ବୁଲ୍‌ ଲେଖିଥିଲେ ଯେ, " ଆମ ମଧ୍ୟରେ ବହୁତ ସାରା ଭଲ ପାଇବା ଥିଲା। ଯାହା କି ଭଲ ପାଇବା ଠାରୁ ଅଧିକ ଥିଲା” । ସେପଟେ  ସିଏନାଙ୍କ ମଡେଲିଂ ଏଜେନ୍ସି ସ୍କୁପ୍‌ ମ୍ୟାନେଜମେଣ୍ଟ (Scoop Management) ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛି।

୨୦୨୨ ମସିହାରେ ଏହି ଅଷ୍ଟ୍ରେଲୀୟ ମଡେଲ ମିସ୍‌ ୟୁନିଭର୍ସ (Miss universe) ପ୍ରତିଯୋଗିତାର ୨୭ ଜଣ ଫାଇନାଲିଷ୍ଟ ମାନଙ୍କ ମଧ୍ୟରେ ଜଣେ ଥିଲେ। ସେ ଇଂରାଜୀ ଲିଟରେଚର ଓ ସାଇକୋଲୋଜି ଅଧ୍ୟୟନ କରିଥିଲେ। ନିଜର କ୍ୟାରିୟର ଗଢିବା ପାଇଁ ସେ ବ୍ରିଟେନ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ୩ ବର୍ଷ ବୟସରୁ ସିଏନାଙ୍କୁ (Sienna Weir)) ଘୋଡା ସବାରୀ କରିବାର ନିଶା ଘାରିଥିଲା। ଏକ ପତ୍ରିକାକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ ଯେ, "ମୋତେ ଘୋଡା ସବାରୀ (Horse Riding) ମତେ ବହୁତ ପସନ୍ଦ। ମୋ ପରିବାରକୁ ଏହା ଜଣାନାହିଁ କି, ଘୋଡା ସବାରୀ ନିଶା ମୋତେ କେମିତି ଘାରିଲା। ୩ ବର୍ଷ ବୟସରୁ ମୁଁ ଘୋଡା ସବାରୀ କରୁଛି । ଏହା ବିନା ମୋ ଜୀବନ ମୂଲ୍ୟହୀନ”। "ସିଏନାଙ୍କ ମୃତ୍ୟୁ ଖବରରେ ତାଙ୍କ ପରିଜନ ଓ ପ୍ରଶଂସକ ମାନଙ୍କୁ ଗଭୀର ଆଘାତ ଲାଗିଛି। ବିଶ୍ୱର କୋଣ ଅନୁକୋଣରୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ଏହା ବି ପଢନ୍ତୁ-Brain surgery in womb: ବିଶ୍ବରେ ପ୍ରଥମ! ଗର୍ଭାଶୟରେ ହେଲା ଶିଶୁର ବ୍ରେନ ସର୍ଜରୀ

ଏହା ବି ପଢନ୍ତୁ-Liquor Price drop: ରାଜ୍ୟରେ ମଦ ବିକ୍ରି ବୃଦ୍ଧି ନେଇ ଦର ହ୍ରାସ କଲେ ସରକାର

ଏହା ବି ପଢନ୍ତୁ-Cyber Crime: ୟୁଟ୍ୟୁବ୍ ଭିଡିଓକୁ ଲାଇକ୍ କରିବା ଚାକିରି ପାଇବାକୁ ଯାଇ ୭ ଲକ୍ଷ ଟଙ୍କା ହରାଇଲେ ମହିଳା

ଏହା ବି ପଢନ୍ତୁ-Bhubaneswar News: ରୋଡ଼ ରୋମିଓଙ୍କ ଉତ୍ପାତ , ପ୍ରଥମେ କମେଣ୍ଟ କଲେ ପରେ ଲେଡି଼ଜ୍ ହଷ୍ଟେଲରେ ପଶି...

 

Read More
{}{}