Hindi News >>Home >>Odisha National-International

Afghanistan: ତାଲିବାନର ଅଜବ ନିୟମ, ବିଶ୍ବ ବିଦ୍ୟାଳୟର ପ୍ରାବେଶିକା ପରୀକ୍ଷାରେ ବସିପାରିବେନି ଛାତ୍ରୀ

Afghanistan: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମହିଳାଙ୍କ ଅଧିକାର ସଙ୍କୁଚିତ ହେବାରେ ଲାଗିଛି ।  ତାଲିବାନ ସରକାର ମହିଳାଙ୍କ ଅଧିକାରକୁ ଗୋଟିଏ ପରେ ଗୋଟିଏ କ୍ଷୁର୍ଣ୍ଣ କରିବାରେ ଲାଗିଛନ୍ତି । ବର୍ତ୍ତମାନ ତାଲିବାନ ସରକାର ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାମାସରେ ହେବାକୁ ଥିବା ବିଶ୍ବ ବିଦ୍ୟାଳୟ ପ୍ରାବେଶିକା ପରୀକ୍ଷାରେ ଛାତ୍ରୀମାନେ ଏଥରେ ସାମିଲ ହୋଇ ପାରିବେ ନାହିଁ । ଅର୍ଥାତ ଛାତ୍ରୀମାନେ ପରୀକ୍ଷା ଦେବେ ନାହିଁ ବୋଲି କହିଛି ତାଲିବାନ ସରକାର । 

Advertisement
Afghanistan: ତାଲିବାନର ଅଜବ ନିୟମ, ବିଶ୍ବ ବିଦ୍ୟାଳୟର ପ୍ରାବେଶିକା ପରୀକ୍ଷାରେ ବସିପାରିବେନି ଛାତ୍ରୀ
Stop
Zee Odisha Desk|Updated: Jan 29, 2023, 10:26 AM IST

Afghanistan:  ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମହିଳାଙ୍କ ଅଧିକାର ସଙ୍କୁଚିତ ହେବାରେ ଲାଗିଛି ।  ତାଲିବାନ ସରକାର ମହିଳାଙ୍କ ଅଧିକାରକୁ ଗୋଟିଏ ପରେ ଗୋଟିଏ କ୍ଷୁର୍ଣ୍ଣ କରିବାରେ ଲାଗିଛନ୍ତି । ବର୍ତ୍ତମାନ ତାଲିବାନ ସରକାର ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସନ୍ତାମାସରେ ହେବାକୁ ଥିବା ବିଶ୍ବ ବିଦ୍ୟାଳୟ ପ୍ରାବେଶିକା ପରୀକ୍ଷାରେ ଛାତ୍ରୀମାନେ ଏଥରେ ସାମିଲ ହୋଇ ପାରିବେ ନାହିଁ । ଅର୍ଥାତ ଛାତ୍ରୀମାନେ ପରୀକ୍ଷା ଦେବେ ନାହିଁ ବୋଲି କହିଛି ତାଲିବାନ ସରକାର । 

ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ପଠାଇଛି। ଯେଉଁଥିରେ କୁହାଯାଇଛି ଯେ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କୌଣସି ଛାତ୍ରୀମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ। ଏହାପୂର୍ବରୁ ତାଲିବାନ ମହିଳାମାନଙ୍କୁ ଅଣ-ସରକାରୀ ସଂଗଠନରେ କାମ କରିବାକୁ ବାରଣ କରିଥିଲା। ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଆଫଗାନିସ୍ତାନ ଛାତ୍ରୀମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶକୁ ଇସିଡବ୍ଲୁ (Education Cannot Wait) ଏବଂ ମିଳିତ ଜାତିସଂଘ ଏହାକୁ ବିରୋଧ କରିଛନ୍ତି। କାବୁଲର ତାଲିବାନ ଅଧିକାରୀଙ୍କୁ ସେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି।

Also Read : Shocking News: ଭାରତୀୟ ଟେକ୍ନୋଲୋଜି ଆଗରେ ଫେଲ ଆମେରିକା-ଚୀନ୍, ନେବାକୁ ଅନେଇ ବସିଛି ପାକିସ୍ତାନ

ଅନେକ ସଂସ୍ଥା ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି : 
ଏହାପୂର୍ବରୁ ଅରଗାନାଇଜେସନ ଅଫ ଇସଲାମିକ୍  କରପୋରେସନ୍ (Organization of Islamic Cooperation) ତାଲିବାନ ସରକାରଙ୍କୁ ଭେଟି ମହିଳାମାନଙ୍କୁ ଶିକ୍ଷା ତଥା କାର୍ଯ୍ୟରୁ ନିଷେଧ କରିବା ନିଷ୍ପତ୍ତି ଉପରେ ଆଲୋଚନା କରିଥିଲା। ଅରଗାନାଇଜେସନ ଅଫ ଇସଲାମିକ୍  କରପୋରେସନ୍   ସମେତ ଅନେକ ଇସଲାମିକ ଦେଶ ଏବଂ ସଂଗଠନ ତାଲିବାନର ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଆଫଗାନିସ୍ତାନର ଝିଅମାନଙ୍କୁ ଅଗଷ୍ଟ ୧୫,୨୦୨୧ ରୁ ମାଧ୍ୟମିକ ବିଦ୍ୟାଳୟରେ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଏହା ବ୍ୟତୀତ ମହିଳା ଏବଂ ବାଳିକାମାନଙ୍କର ସ୍ୱାଧୀନତା ମଧ୍ୟ ସୀମିତ ରହିଛି।

 

ଏଥିସହିତ ମହିଳାମାନଙ୍କୁ ଅଧିକାଂଶ କର୍ମକ୍ଷେତ୍ରରୁ ବାଦ ଦିଆଯାଇଛି। ଏପରିକି ସେମାନଙ୍କୁ ପାର୍କ,ଜିମ୍ ଏବଂ ସର୍ବସାଧାରଣ ବାଥ୍ ହାଉସ୍ ବ୍ୟବହାର କରିବାକୁ ବାରଣ କରାଯାଇଛି। ଏହି ପ୍ରତିବନ୍ଧକ ସହିତ ତାଲିବାନ ଆଫଗାନିସ୍ତାନ ମହିଳା ଏବଂ ବାଳିକାମାନଙ୍କୁ ନିଜ ଘରର ଚାରି କାନ୍ଥରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ଚାହୁଁଛି।

କ୍ଷମତାକୁ ଆସିବା ପରେ ତାଲିବାନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା,ଯେଉଁଥିରେ ମହିଳାମାନେ ଦୂରଯାତ୍ରା କରିବାକୁ ଥିଲେ ଏକାକି ନୁହଁନ୍ତି ବରଂ ଜଣେ ସମ୍ପର୍କୀୟ ପୁରୁଷଙ୍କ ସାଥିରେ ଯିବା ବାଧ୍ୟତାମୂଳକ କରାଯାଇଥିଲା। ସେହିପରି ଉଚ୍ଚଶିକ୍ଷା ପାଇଁ କଲେଜ କିମ୍ବା ବିଶ୍ବ ବିଦ୍ୟାଳୟ ଯାଉଥିବା ମହିଳାଙ୍କୁ ପୁରୁଷଙ୍କ ସହ ଗୋଟିଏ ଶ୍ରେଣୀରେ ବସି ପାଠ ପଢିବା ପରବର୍ତ୍ତେ ପରଦା ଟାଣିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। ପୁଣି ଏପରି ଏକ କଠୋର ନିୟମ ପ୍ରଣୟନ କରି ମହିଳାଙ୍କ ମାନବାଧିକାରକୁ ସଙ୍କୁଚିତ କରିବାରେ ଲାଗିଛି ତାଲିବାନ। 

ଗତବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଅସରଫ ଘନି ସରକାରକୁ କ୍ଷମତାଚ୍ୟୁତ କରିବା ପରେ କ୍ଷମତାକୁ ଆସିଥିବା ତାଲିବାନ ସରିଆ କାନୁନ ଅନୁସାରେ ମହିଳାଙ୍କ ଉପରେ ଏକାଧିକ କଟକଣା ଲାଗୁ କରିସାରିଛି। ମହିଳାଙ୍କ ମାନବାଧିକାର ଓ ଶିକ୍ଷାଗତ ଅଧିକାର କ୍ଷୂର୍ଣ୍ଣ ହେବା ନେଇ ବିଭିନ୍ନ ଦେଶସମୂହ ଆପତ୍ତି ଉଠାଇଥିବା ବେଳେ ମହିଳାଙ୍କୁ ସେମାନଙ୍କ ସ୍ବାଭିମାନ ସହ ବଞ୍ଚିବାକୁ ଦିଆଯିବ ବୋଲି ତାଲିବାନ ଘୋଷଣା କରିଥିଲା। କିନ୍ତୁ କାଳକ୍ରମେ ଏକାଧିକ ଇସଲାମୀୟ ମୌଳବାଦୀ କଟକଣା ଲଗାଇବାରେ ଲାଗିଛି ତାଲିବାନ।

Read More
{}{}