Hindi News >>Home >>Odisha National-International

Mexico Firing : ମେକ୍ସିକୋରେ ଆଖିବୁଜା ଗୁଳିମାଡ଼ , ୧୮ ମୃତ

Mexico Firing : ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ ହୋଇଛି । ଏଥିରେ ୭ ପୋଲିସ କର୍ମୀ ସହ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Oct 06, 2022, 10:38 AM IST

Mexico Firing : ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ ହୋଇଛି । ଏଥିରେ ୭ ପୋଲିସ କର୍ମୀ ସହ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ତିନିଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗୁଳିକାଣ୍ତକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ହାଇଆର୍ଲଟ ଜାରି କରିଛି।

ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ କିଛି ବନ୍ଧୁକଧାରୀମାନେ ଗୁରେରୋ ରାଜ୍ୟର ସାନ ମିଗେଲ ଟୋଟୋଲାପାନର ନଗର ହଲ(San Miguel Totolapan in southwest Mexico) ରେ ପହଞ୍ଚି ଲୋକଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହି ଗୁଳିରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ମେୟର କନରାଡୋ ମେଣ୍ଡୋଜା (Mayor Conrado Mendoza),ତାଙ୍କ ପିତା ତଥା ପୂର୍ବତନ ମେୟର ଜୁଆନ ମେଣ୍ଡୋଜା (former Mayor Juan Mendoza ) ଏବଂ ୭ ଜଣ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ଘଟଣା ପରେ ପୋଲିସ ସମଗ୍ର ସହରକୁ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୋଲିସ । ତେବେ ଗୁଳିମାଡର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ହଲରେ କାନ୍ଥରେ ବୁଲେଟ୍ ମାର୍କ ଦେଖାଯାଉଛି । ଏହି ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳିଛି ଯେ, ହଲର କାନ୍ଥରେ ଏକାଧିକ ଗୁଳି ବର୍ଷଣ ହୋଇ କାନ୍ଥ ମଧ୍ୟ ଫାଟି ଯାଇଛି । ତେବେ, ଏହି ଘଟଣା ପାଇଁ  “ ଲସ୍ ଟେକିଲେରୋସ୍” (Los Tequileros)  ନିଜକୁ ଦାୟୀ କରିଛି । ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛି । ହେଲେ ପୋଲିସ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । 

ଏହାବି ପଢନ୍ତୁ :  Dussehra Tragedy : ଦୁର୍ଗା ଭସାଣୀ ବେଳେ ଭାସି ଯାଇ ୧୭ ମୃତ, ଅନେକ ନିଖୋଜ

ଏହି ଗୁଳିକାଣ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୧ରେ ମଧ୍ୟ ମେକ୍ସିକୋରେ ଏକ ବାର ଉପରେ ଗୁଳିକାଣ୍ତ ହୋଇଥିଲା । ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଠିକ୍ ଏହାର ଗୋଟିଏ ସପ୍ତାହ ପରେ ଉତ୍ତର ମେକ୍ସିକୋରେ ହୋଇଥିବା ଅନ୍ୟ ଏକ  ଗୁଳିକାଣ୍ତରେ କାଲେରା, ଜାକାଟେକାସ ଏବଂ ଅନ୍ୟ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ଗତ ରବିବାର ଦିନ ମଧ୍ୟ ଜାଲିସ୍କୋରେ ଗୁଳିକାଣ୍ତ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ୬ ଜଣ ଆହତ ହୋଇଥିଲେ। ଆମେରିକାରେ ଏପରି ଗୁଳିକାଣ୍ଡ ଘଟଣା ବାରମ୍ବାର ଦେଖିବାକୁ ମିଳିଥାଏ । ଅସ୍ତ୍ରଶସ୍ତ୍ର ରଖିବା ନିୟମ ଆମେରିକାରେ କୋହଳ ଥିବାରୁ ସାଧାରଣ ନାଗରିକମାନେ ସହଜରେ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର କ୍ରୟ କରିପାରନ୍ତି । ତେଣୁ ଏପରି ଗୁଳିକାଣ୍ଡ ଆମେରିକାରେ ବାରମ୍ବାର ଦେଖିବାକୁ ମିଳିଥାଏ । ନିକଟରେ ଏକାଧିକ ଆମେରିକୀୟ ସହରରେ ଅତର୍କିତ ଗୁଳିମାଡରେ ବହୁ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ପଡୋଶୀ ମେକିକ୍ସୋରେ ମଧ୍ୟ ଆଜି ଏପରି ଗୁଳିକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

Read More
{}{}