Hindi News >>Home >>Odisha National-International

Boat accident: ଡଙ୍ଗା ବୁଡ଼ି ଜଣେ ଶିକ୍ଷକଙ୍କର ମୃତ୍ୟୁ; ୪ ଜଣ ନିଖୋଜ

Meerut Boat accident: ମଙ୍ଗଳବାର ଦିନ ସକାଳେ ୟୁପିର ହସ୍ତିନାପୁର ଅଞ୍ଚଳର ଭୀମକୁଣ୍ଡ ଗଙ୍ଗା ଘାଟରେ ଡଙ୍ଗା ବୁଡ଼ିଯିବା ଯୋଗୁଁ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ୪ ଜଣ ଶିକ୍ଷକ ନିଖୋଜ ହୋଇଯାଇଛନ୍ତି ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Oct 18, 2022, 12:41 PM IST

Boat accident: ମଙ୍ଗଳବାର ଦିନ ପୂର୍ବାହ୍ନରେ ମିରଟର (Meerut) ହସ୍ତିନାପୁର ଅଞ୍ଚଳର (Hastinapur area) ଭୀମକୁଣ୍ଡ ଗଙ୍ଗା ଘାଟରେ (Bhimkund Ganga Ghat) ଏକ ଡଙ୍ଗା ବୁଡ଼ିଯିବା ଯୋଗୁଁ ୪ ଜଣ ଶିକ୍ଷକ ନିଖୋଜ ହୋଇ ଯାଇଥିବାବେଳେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କର ମୃତ୍ୟୁ ଘଟିଛି । ଡଙ୍ଗାରେ ଥିବା ଅନ୍ୟ ନଅ ଜଣ କୌଣସି ପ୍ରକାରେ ପହଁରି ସେମାନଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣାକୁ ଅନୁଧ୍ୟାନ କରି ସିଏମ୍ ଯୋଗୀ ଆଦିତ୍ୟନାଥ (CM Yogi Adityanath) ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ହସ୍ତିନାପୁର ଅଞ୍ଚଳରେ ଚାନ୍ଦପୁର ବିଜନୋର ପାର୍ଶ୍ୱରୁ ଲୋକମାନେ ଗଙ୍ଗାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଡଙ୍ଗାରେ ଯାଉଥିଲେ । ହଠାତ୍ ଗଙ୍ଗାର ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗାଟି ଏକ ପୋଲ ଖୁମ୍ବ ସହିତ ଧକ୍କା ହୋଇଥିଲା । ଖୁମ୍ବକୁ ଧକ୍କା ଦେଇ ଡଙ୍ଗାଟି ଗଙ୍ଗା ନଦୀରେ ବୁଡ଼ିଯାଇଥିଲା । ସରକାରୀ କର୍ମଚାରୀ ଓ ଶିକ୍ଷକଙ୍କ ସମେତ ପ୍ରାୟ ୧୫ ଜଣ ଲୋକ ଡଙ୍ଗାରେ ଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ନଅ ଜଣ ଲୋକ କୌଣସି ପ୍ରକାରେ ପହଁରି ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ଏହି ଦୁର୍ଘଟଣାରେ ପ୍ରାଥମିକ ଶିକ୍ଷକ ମହେନ୍ଦ୍ର ପାଲଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ବାହାରକୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାରି ଜଣ ଲୋକ ନିଖୋଜ ଅଛନ୍ତି । ପୋଲିସ, ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୱାନା ଏସଡିଏମ ଅନୁଯାୟୀ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ସେଠାରେ ନିୟୋଜିତ ହୋଇଛନ୍ତି । ନିଖୋଜ ଥିବା ଲୋକଙ୍କ ଖୋଜା ଚାଲିଛି । ମେରଟର ଡିଏମ୍ ଓ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସିଏମ ଯୋଗୀ ଆଦିତ୍ୟନାଥ ଡଙ୍ଗା ଦୁର୍ଘଟଣାର ସାଂଜ୍ଞା ନେଇ, ଡିଏମ, ପୋଲିସର ଉଚ୍ଚ ପଦାଧିକାରୀ, NDRF ଓ SDRF ଦଳମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଓ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହା ବି ପଢ଼ନ୍ତୁ: New CJI: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ହେଲେ ଦେଶର ୫୦ ତମ CJI, ଏହି ତାରିଖରୁ ସମ୍ଭାଳିବେ ପଦ

ଏହା ବି ପଢ଼ନ୍ତୁ: Eco Vehicle Theft Report: ଦେଶରେ କେଉଁଠାରେ ଚୋରି ହୋଇଛି ସର୍ବାଧିକ ଗାଡି, ଜାଣନ୍ତୁ ଚୋରଙ୍କର ପ୍ରିୟ ରଙ୍ଗ?

Read More
{}{}