Hindi News >>Home >>Odisha National-International

Pension: ପେନ୍‍ସନ୍‍ ବ୍ୟବସ୍ଥାରେ ହୋଇପାରେ ବ୍ୟାପକ ପରିବର୍ତ୍ତନ: ସରକାରୀ କର୍ମଚାରୀଙ୍କୁ ମିଳିବ ପୂର୍ବ ଭଳି ଅଧା ଦରମା

କେନ୍ଦ୍ର ସରକାର ଆଉ ପୁରୁଣା ପେନ୍‍ସନ୍‍ ଯୋଜନା ଲାଗୁ କରିବେ ନାହିଁ। କିନ୍ତୁ ନୂଆ ପେନ୍‍ସନ୍‍ ବ୍ୟବସ୍ଥାରେ ପୂର୍ବଭଳି ଅବସର ପରେ ସରକାରୀ କର୍ମଚାରୀଙ୍କୁ ଅଧା ଦରମା ମିଳିବ। ହେଲେ ଏଥିପାଇଁ ୨୫ରୁ ୩୦ ବର୍ଷ ସରକାରୀ ଚାକିରି କରିବା ଅନିବାର୍ଯ୍ୟ ହେବ। ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ ପରେ ଅର୍ଥ ବିଭାଗ ଏ ବାବଦରେ ନିଷ୍ପତ୍ତି ନେବାକୁ ଯାଉଛି। 

Advertisement
Pension: ପେନ୍‍ସନ୍‍ ବ୍ୟବସ୍ଥାରେ ହୋଇପାରେ ବ୍ୟାପକ ପରିବର୍ତ୍ତନ: ସରକାରୀ କର୍ମଚାରୀଙ୍କୁ ମିଳିବ ପୂର୍ବ ଭଳି ଅଧା ଦରମା
Stop
Narmada Behera|Updated: Jul 10, 2024, 12:52 PM IST

(ଭୁବନେଶ୍ୱର) : କେନ୍ଦ୍ର ସରକାର ଆଉ ପୁରୁଣା ପେନ୍‍ସନ୍‍ ଯୋଜନା ଲାଗୁ କରିବେ ନାହିଁ। କିନ୍ତୁ ନୂଆ ପେନ୍‍ସନ୍‍ ବ୍ୟବସ୍ଥାରେ ପୂର୍ବଭଳି ଅବସର ପରେ ସରକାରୀ କର୍ମଚାରୀଙ୍କୁ ଅଧା ଦରମା ମିଳିବ। ହେଲେ ଏଥିପାଇଁ ୨୫ରୁ ୩୦ ବର୍ଷ ସରକାରୀ ଚାକିରି କରିବା ଅନିବାର୍ଯ୍ୟ ହେବ। ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ ପରେ ଅର୍ଥ ବିଭାଗ ଏ ବାବଦରେ ନିଷ୍ପତ୍ତି ନେବାକୁ ଯାଉଛି। 

ବିଗତ କିଛି ବର୍ଷ ହେଲା ନୂଆ ପେନ୍‍ସନ୍‍ ବ୍ୟବସ୍ଥାକୁ ନେଇ ସରକାରୀ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ସରକାର ଏଥିନେଇ ସମାଲେଚନାର ଶିକାର ହୋଇଛନ୍ତି। ନିର୍ବାଚନରେ ସରକାରଙ୍କ ଏହି ନିଷ୍ପତ୍ତି ଦଳକୁ କ୍ଷତି ସହିବାକୁ ବାଧ୍ୟ କରିଥିବା ନିଶ୍ଚିତ ହେବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ଅର୍ଥ ବିଭାଗର ଅଧିକାରୀଙ୍କୁ ଏ ବାବଦରେ ମାନସମନ୍ଥନ ସୁଯୋଗ ଦେଇଥିଲେ। ଅର୍ଥ ସଚିବ ଟିଭି ନରେନ୍ଦ୍ର ବିଶ୍ୱବ୍ୟାପୀ ପେନସନ ବ୍ୟବସ୍ଥା ଏବଂ ବିଭିନ୍ନ ରାଜ୍ୟରେ ଚାଲୁଥିବା ପେନ୍‍ସନ୍‍ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏନ୍‍ପିଏସ୍‍ ଯୋଜନାରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 

ଏବେ ଲାଗୁ ହୋଇଥିବା ଯୋଜନା ଅନୁସାରେ ସରକାରୀ କର୍ମଚାରୀଙ୍କୁ ନିଜ ବେସିକ୍‍ ପେ’ର ୧୦ ପ୍ରତିଶତକୁ ପେନସନ୍ ଲାଗି କର୍ମଚାରୀଙ୍କୁ ଏନ୍‍ପିଏସ୍‍ ପାଣ୍ଠିକୁ ଦେବାକୁ ହୋଇଥାଏ। ଏହାସହ ସରକାର ୧୪ ପ୍ରତିଶତ ଯୋଡ଼ି ତାହାକୁ ସମ୍ପୃକ୍ତ କର୍ମଚାରୀଙ୍କ ପେନ୍‍ସନ୍‍ ପାଣ୍ଠିରେ ରଖିଥାନ୍ତି। ଯାହା ରାଶି ଜମା ହୋଇ ଥାଏ ତାହାକୁ ପେନସ୍‍ସନ୍‍ ଭାବେ ଗଣତି କରାଯାଇଥାଏ। ହେଲେ ଏହାକୁ ନେଇ ଅସନ୍ତୋଷ ହେବାରୁ ସରକାର ପୁଣିଥରେ ପୁରୁଣା ପେନସନ ଯୋଜନା ଭଳି ଅଧା ଦରମା ପ୍ରଦାନର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିଲାଗି ସମ୍ପୃକ୍ତ କର୍ମଚାରୀଙ୍କୁ ୨୫ରୁ ୩୦ ବର୍ଷ ସରକାରୀ ଚାକିରି କରିବା ଆବଶ୍ୟକ। ଏହାସହ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ଲାଗି ସ୍ୱତନ୍ତ୍ର ଆର୍ଥିକ ପାଣ୍ଠି ଗଠନ ଲାଗି ମଧ୍ୟ ଚିନ୍ତା କରୁଥିବା ସୂଚନା ମିଳିଛି। ଏହାତାଙ୍କୁ ଅର୍ଥନୀତିକ ସ୍ଥିରତା ରକ୍ଷା କରିବାରେ ସହାୟକ ହେବ। ଆସନ୍ତା ବଜେଟ୍‍ରେ ଅର୍ଥମନ୍ତ୍ରୀ ଏ ବାବଦରେ ଘୋଷଣା କରିପାରନ୍ତି।

Read More
{}{}