Hindi News >>Home >>Odisha National-International

Mass wedding: ଗୋଟିଏ ବେଦୀରେ ବିବାହ କଲେ ୩୦୦୩ ହିନ୍ଦୁ ଓ ମୁସଲମାନ କନ୍ୟା

Mass wedding in Ghaziabad: ଗୁରୁବାର ଗାଜିଆବାଦର କମଳା ନେହରୁ ନଗର ପଡିଆରେ ବିଶାଳକାୟ ମଣ୍ଡପ ସଜା ଯାଇଥିଲେ। ଏହି ମଣ୍ଡପରେ ପଶ୍ଚିମ ଉତ୍ତର ପ୍ରଦେଶର  ଗାଜିଆବାଦ, ବୁଲନ୍ଦସହର ଓ ହାପୁରର ୩୦୦୩ ଗରିବ କନ୍ୟାମାନେ ସେମାନଙ୍କ ଜୀବନ ସାଥୀ ପାଇଛନ୍ତି।

Advertisement
Mass wedding: ଗୋଟିଏ ବେଦୀରେ ବିବାହ କଲେ ୩୦୦୩ ହିନ୍ଦୁ ଓ ମୁସଲମାନ କନ୍ୟା
Stop
Zee Odisha Desk|Updated: Nov 25, 2022, 01:57 PM IST

Mass wedding in Ghaziabad, ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଏକ ଗଣ ବିବାହ ଉତ୍ସବ ଆୟୋଜନ ହୋଇଯାଇଛି। ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦୩ ଜଣ ମୁସଲମାନ ଓ ହିନ୍ଦୁ କନ୍ୟା ସାମିଲ ହୋଇଥିଲେ। ରାଜ୍ୟର ତିନୋଟି ପଶ୍ଚିମାଞ୍ଚଳ ଜିଲ୍ଲା ଯଥା- ଗାଜିଆବାଦ, ବୁଲନ୍ଦସହର ଓ ହାପୁରର ଦମ୍ପତ୍ତିମାନେ ଯୋଗ ଦେଇଥିଲେ। ଗଣ ବିବାହକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏହାର ସମସ୍ତ ଖର୍ଚ୍ଚ ମଧ୍ୟ ସରକାର କରିଛନ୍ତି।

ଗୁରୁବାର ଗାଜିଆବାଦର କମଳା ନେହରୁ ନଗର ପଡିଆରେ ବିଶାଳକାୟ ମଣ୍ଡପ ସଜା ଯାଇଥିଲେ। ଏହି ମଣ୍ଡପରେ ପଶ୍ଚିମ ଉତ୍ତର ପ୍ରଦେଶର  ଗାଜିଆବାଦ, ବୁଲନ୍ଦସହର ଓ ହାପୁରର ୩୦୦୩ ଗରିବ କନ୍ୟାମାନେ ସେମାନଙ୍କ ଜୀବନ ସାଥୀ ପାଇଛନ୍ତି। ଗୋଟିଏ ମଣ୍ଡପରେ ୧୮୪୮ ହିନ୍ଦୁ ଓ ୧୧୪୭ ମୁସଲମାନ ଯୁବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଗଣ ବିବାହ କାର୍ଯ୍ୟକ୍ରମକୁ ଯୋଗୀ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ଉତ୍ତର ପ୍ରଦେଶର ଶ୍ରମ ମନ୍ତ୍ରୀ ଅନିଲ ରାଜଭର ମଧ୍ୟ ଉପସ୍ଥିତ ଥିଲେ। 

Also Read: Shani Gochar 2023: ଏହି ତିନିରାଶି ଉପରେ ରହିବ ଶନିଙ୍କ କୋପ, ହୋଇଯାଆନ୍ତୁ ସାବଧାନ

ଗଣ ବିବାହରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କ ବ୍ୟତୀତ ଗାଜିଆବାଜ ବିଧାୟକ, ସ୍ଥାନୀୟ ମେୟର, ଲୋକପ୍ରତିନିଧି, ପୋଲିସ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭୋଜନ, ସଙ୍ଗୀତ, ପେଣ୍ଡାଲ, ପୂଜକ, ମୌଲାନା ଓ ବିବାହ ସାମଗ୍ରୀ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଉଭୟ ବର ଓ କନ୍ୟାର ପରିବାର ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ ମଣ୍ଡପରେ ଦମ୍ପତିଙ୍କୁ ସେଲ୍ଫି ନେବା ପାଇଁ ଚାରୋଟି ସ୍ୱତନ୍ତ୍ର ସ୍ଥାନ ମଧ୍ୟ କରାଯାଇଥିଲା। କିଛି କନ୍ୟାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ଗାଜିଆବାଦରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହା ଦ୍ୱିତୀୟ ଗଣ ବିବାହ ଉତ୍ସବ। ଏହା ପୂର୍ବରୁ ଯେଉଁ ବିବାହ ହୋଇଥିଲା, ସେଥିରେ ୨୩୦୦ ଜଣ କନ୍ୟାଙ୍କର ହାତଗଣ୍ଠି ପଡିଥିଲା। ଉପ ଶ୍ରମ କମିଶନରଙ୍କ କହିବା ଅନୁସାରେ, ଗାଜିଆବାଦରେ ଆୟୋଜିତ ଦ୍ୱିତୀୟ ଗଣ ବିବାହରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ କନ୍ୟାଙ୍କ ପରିବାରକୁ ୨୨ କୋଟି ଟଙ୍କା ଦିଆଯାଇଛି। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଆଗାମୀ ଦିନରେ ଏପରି ମେଗା ଇଭେଣ୍ଟକୁ ଅଯୋଧ୍ୟାରେ ଆୟୋଜନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ସହ ୨୦୨୭ ସୁଦ୍ଧା ୧୦ ଲକ୍ଷ କନ୍ୟାଙ୍କର ବିବାହ କରାଯିବ ବୋଲି ମନ୍ତ୍ରୀ ରାଜଭର କହିଛନ୍ତି।

 

Read More
{}{}